ପୁଣି ସୁବାସଙ୍କ ଉପରେ ଭରସା କଲା କଂଗ୍ରେସ: ଦେଲା ଗୁରୁଦାୟିତ୍ୱ

କେସିଙ୍ଗା,୧୮।୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ସୁବାସ ଜୈନଙ୍କୁ ଟାଉନ ସଭାପତି ଭାବେ କଂଗ୍ରେସର ପିସିସି ସଭାପତି ଭକ୍ତ ଚରଣ ଦାସ ନିଯୁକ୍ତି ଦେଇଛନ୍ତି। ଏ ନେଇ ସମଗ୍ର ଅଞ୍ଚଳରେ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ଜୈନ ବରିଷ୍ଠ କଂଗ୍ରେସ ସଭ୍ୟଭାବେ ଦୀର୍ଘବର୍ଷ ଧରି କଂଗ୍ରେସରେ କାମ କରି ଆସୁଛନ୍ତି। ଆଗାମୀ ୨୦୨୭ରେ ହେବାକୁ ଥିବା ପଞ୍ଚାୟତ ଓ ପୌର ନିର୍ବାଚନରେରେ କଂଗ୍ରେସର ବହୁ ସଦସ୍ୟଙ୍କୁ ସରପଞ୍ଚ ଓ ଅଧ୍ୟକ୍ଷ ପଦବୀରେ ବିଜୟରେ ସହଯୋଗ କରିବା ପାଇଁ ଜୈନ କହିଛନ୍ତି। ଏହା ପୂର୍ବରୁ ମଧ୍ୟ ଜୈନ ଟାଉନ ସଭାପତି ଭାବେ କାମ କରୁଥିଲେ। ପୁନଃ ଟାଉନ ସଭାପତି ଭାବେ ସୁବାସ ଜୈନଙ୍କୁ ପିସିସି ସଭାପତି ନିଯୁକ୍ତି ଦେଇଥିବାରୁ କଂଗ୍ରେସ ମହଲରେ ଖୁସିର ଲହରି ଖେଳି ଯାଇଛି। ଜୈନ ଭବାନୀପାଟଣା ନିର୍ବାଚନମଣ୍ଡଳୀର ବିଧାୟକ ସାଗର ଚରଣ ଦାସ, କଳାହାଣ୍ଡି ଜିଲା କଂଗ୍ରେସ ସଭାପତି ଜଳନ୍ଧର ନାଏକଙ୍କ ସମେତ ଜିଲା କମିଟିର ସମସ୍ତ କର୍ମକର୍ତ୍ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।

ଏହି ଖବର କଂଗ୍ରେସ ବରିଷ୍ଠ ସଦସ୍ୟ ମାନେ ଶୁଣିଲା ପରେ ଏକ୍‌ଜ୍ୟୁକେଠିଭ୍‌ ସଦସ୍ୟ ରାମ କୁମାର ଜୈନ, କୈଳାସ ଚନ୍ଦ୍ର ଅଗ୍ରୱାଲ, କାଉନ୍ସିଲର ରୋହିତ ଜୈନ, ଧରଣୀ ନାଏକ, ପୂର୍ବତନ ନଗର ପାଳ ରାମଜୀ ମାତଖଣ୍ଡିଆ, ସାଧାରଣ ସମ୍ପାଦକ ବିଜୟଦୀପ ପ୍ରମୁଖ ଜୈନଙ୍କୁ ସ୍ବାଗତ କରିଛନ୍ତି। ଏ ସଂକ୍ରାନ୍ତରେ ଟାଉନ ସଭାପତି ସୁବାସ ଜୈନଙ୍କୁ ପଚାରିବାରୁ ମୁଁ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ କଂଗ୍ରେସ କର୍ମୀଙ୍କୁ ବହୁ ସଂଖ୍ୟାରେ ବିଜୟ କରାଇବି ବୋଲି ପ୍ରକାଶ କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରାଉରକେଲା ବିମାନ ଦୁର୍ଘଟଣାରେ ମୃତକଙ୍କ ପରିବାରର ଜଣଙ୍କୁ ମିଳିବ ଚାକିରି, ୫ ମାସ ଯାଏ ସମସ୍ତ…

ରାଉରକେଲା,୧୮ା୧: ରାଉରକେଲା ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ସୁଶାନ୍ତ କୁମାର ବିଶ୍ୱାଳଙ୍କ ପରିବାରର ଜଣଙ୍କୁ ନିଯୁକ୍ତି ମିଳିବ। ଏନେଇ ଇଣ୍ଡିଆ ଓ୍ବାନ୍‌ ଏୟାର ସିଇଓ ପ୍ରେମ...

BSNLର ଜବରଦସ୍ତ ପ୍ଲାନ, ୪୦୦ରୁ କମ୍ ଟଙ୍କାରେ ମିଳିବ…

ନୂଆଦିଲ୍ଲୀ,୧୮ା୧: ଭାରତ ସଞ୍ଚାର ନିଗମ ଲିମିଟେଡ୍ (BSNL) ତାର ଗ୍ରାହକମାନଙ୍କୁ ଏକ ଖୁସି ଖବର ଦେଇଛି । BSNL X ରେ ତାର ଅଫିସିଆଲ୍ ସୋସିଆଲ...

ଗଞ୍ଜାମରେ ED ଚଢ଼ାଉ ଘଟଣା: ଅନେକ ଆପରାଧିକ କାଗଜପତ୍ର ସହ ଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତି ରେକର୍ଡ, ଖଣି ଲିଜ୍‌ ଚୁକ୍ତିନାମା ସହ…

ବ୍ରହ୍ମପୁର,୧୮ା୧(ସୁବାସ ଚନ୍ଦ୍ର ପାଢ଼ୀ): ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଭୁବନେଶ୍ୱର ଜୋନାଲ ଅଫିସ୍‌ ପିଏମ୍‌ଏଲ୍‌ଏ, ୨୦୦୨ ର ବ୍ୟବସ୍ଥା ଅନୁଯାୟୀ, ଗଞ୍ଜାମ ଜିଲାର ୨୫ରୁ ଅଧିକ ସ୍ଥାନରେ ଏକ...

କୁହୁଡ଼ି ପାଇଁ ଭୟଙ୍କର ଦୁର୍ଘଟଣା… NHରେ ୪୦ ଗାଡ଼ି ପଛକୁ ପଛ ପିଟିହୋଇ ୫୦…

ଲକ୍ଷ୍ନୌ,୧୮ା୧: ଉତ୍ତର ପ୍ରଦେଶରେ ଶୀତ ଲହରୀ ଜାରି ରହିଛି । ଘନ କୁହୁଡ଼ି ଯୋଗୁଁ ସକାଳୁ ଅନେକ ଜିଲାରେ ଦୃଶ୍ୟମାନତା ହ୍ରାସ ପାଇଥିଲା। କୁହୁଡ଼ି ଯୋଗୁଁ...

‘ମୁଁ ମୋର ସମସ୍ତ ଆଓ୍ବାର୍ଡ ଦେଇ ଦେବି…’, ଟ୍ରମ୍ପଙ୍କୁ କିଏ ଆଉ କାହିଁକି ଏମିତି କହିଲେ ଜାଣନ୍ତୁ

ଓ୍ବାଶିଂଟନ,୧୮।୧: ମିନିଆପୋଲିସରେ ଜଣେ ମହିଳାଙ୍କ ହତ୍ୟା ଘଟଣା ହଇଚଇ ସୃଷ୍ଟି କରିଛି। ଏହି ସମୟରେ, ଆମେରିକୀୟ ବିଳମ୍ବିତ ରାତିର ଉପସ୍ଥାପକ ଏବଂ ହାସ୍ୟ ଅଭିନେତା ଜିମି...

ନଦୀରୁ ଖଣ୍ଡ ବିଖଣ୍ଡିତ ମୃତଦେହ ମିଳିବା ପରେ ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ, ନିଖୋଜ ନାବାଳକଙ୍କ ସ୍କୁଲ ଡ୍ରେସ୍‌ ଦେଖି…

ବଲାଙ୍ଗୀର,୧୮ା୧(ସୁନିଲ କୁମାର ମହାନ୍ତି/ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ଲରମ୍ଭା ଥାନା ହିର୍ଲି ନଦୀରୁ ଖଣ୍ଡ ବିଖଣ୍ଡିତ ମୃତଦେହ ରବିବାର ଠାବ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି...

‘ଅନ୍ୟମାନଙ୍କୁ ଜ୍ଞାନ ବାଣ୍ଟିଲେ ଲକ୍ଷ୍ୟ ସାଧନ ହୋଇଥାଏ’

ଭଞ୍ଜନଗର,୧୮ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଶାଖା ୧ ଓ ୨ ପକ୍ଷରୁ ୭...

ପାଟଣା ରେଞ୍ଜରେ ପକ୍ଷୀ ଗଣନା, ୬ଶହ ପକ୍ଷୀ…

ପାଟଣା,୧୮ା୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଖିରେ଼ଇ ଟାଙ୍ଗିରି ସେକ୍ସନରେ ରବିବାର ପକ୍ଷୀ ଗଣନା ଆରମ୍ଭ ହୋଇଛି । ପାଟଣା ବନାଞ୍ଚଳର ଖିରେଇତାନଗିରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri