ନଦୀରୁ ମିଳିଲା ଖଣ୍ଡ ବିଖଣ୍ଡିତ ମୃତଦେହ: ପ୍ରଥମେ ପାଦ ପରେ ମିଳିଲା…

ବଲାଙ୍ଗୀର/ପାଟଣାଗଡ଼,୧୮।୧(ସୁନିଲ ମହାନ୍ତି/ସଚ୍ଚିଦାନନ୍ଦ ମହାକୁର) ବଲାଙ୍ଗୀର ଜିଲା ଲରମ୍ଭା ଥାନା ହିର୍ଲି ନଦୀରୁ ଖଣ୍ଡ ବିଖଣ୍ଡିତ ମୃତଦେହ ରବିବାର ଠାବ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଘଟଣାର କୋଣସି ପରିଚୟ ମିଳିପାରିନାହିଁ। ଲରମ୍ଭା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ନଦୀ ଭିତରୁ ଖଣ୍ଡ ବିଖଣ୍ଡିତ ମୃତଦେହ ଠାବ ହେବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

ସୂଚନାନୁସାରେ, ନଦୀକୁ ଗାଁର କିଛି ଲୋକ ରବିବାର ସକାଳେ ଶୌଚ ହେବା ପାଇଁ ଯାଇଥିବା ବେଲେ ନଦୀ ଭିତରୁ ପ୍ରଥମେ ପାଦର ଖଣ୍ଡ ପଡ଼ିଥିବା ଦେଖିବାକୁ ପାଇଥିଲେ। ପରେ ଲରମ୍ଭା ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ବର୍ତ୍ତମାନ ସୁଦ୍ଧା ନଦୀ ଭିତରୁ କିଛି ହାଡ଼ ମିଳିଥିବା ଜଣାପଡ଼ିଛି। ମୃତକ ଜଣକ କିଏ ଓ କିପରି ଏଠାକୁ ତା’ର ଖଣ୍ଡ ବିଖଣ୍ଡ ମୃତଦେହ କେମିତି ଆସିଲା ବର୍ତ୍ତମାନ ରହସ୍ୟ ଘେରରେ ରହିଛି। ଅନ୍ୟ ପଟେ ଗତ ୨ ତାରିଖରେ ବଲାଙ୍ଗୀର ଜିଲା ଲରମ୍ଭା ଥାନା କାଦୋପାଣି ଗାଁର ୧୧ ବର୍ଷର ନାବାଳକ ନିଖୋଜ ଥିବା ନେଇ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରି ଏହି ଘଟଣାର ତଦନ୍ତ କରୁଥିବା ବେଳେ ଏପର୍ଯ୍ୟନ୍ତ ତା’ର କୌଣସି ପତ୍ତା ପାଇପାରୁନାହିଁ। ଏ ଘଟଣା ସମ୍ପର୍କରେ ପୋଲିସର କୌଣସି ସୂଚନା ମିଳିପାରିନାହିଁ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଘୁମୁସର ବନଖଣ୍ଡରେ ପ୍ରଥମଥର ଦେଖିବାକୁ ମିଳିଲା ବିଦେଶାଗତ ପକ୍ଷୀ, ଗତବର୍ଷ ଅପେକ୍ଷା ଏଥର…

ଭଞ୍ଜନଗର,୧୮ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ରବିବାର ପକ୍ଷୀ ଗଣନା ହୋଇଛି। ଏଥିରେ କଲେଜ ଛାତ୍ରୀଛାତ୍ର, ସ୍ବେଚ୍ଛାସେବୀ, ବନ ସୁରକ୍ଷା ସମିତି...

୮୦ ମିନିଟ ପର୍ଯ୍ୟନ୍ତ କାର ଉପରେ ଟର୍ଚ୍ଚ ଲାଇଟ ଜଳାଇ ଚିତ୍କାର କରୁଥିଲେ ସଫ୍ଟୱେର୍‌ ଇଞ୍ଜିନିୟର, ହେଲେ ନାଚାର ଥିଲେ ପିତା

ନୋଏଡା,୧୮।୧: ନୋଏଡାର ସେକ୍ଟର ୧୫୦ ଅଞ୍ଚଳରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୨୭ ବର୍ଷୀୟ ସଫ୍ଟୱେର୍‌ ଇଞ୍ଜିନିୟର ଯୁବରାଜ ମେହେଟ୍ଟାଙ୍କ ମୃତ୍ୟୁ ଘଟିଛି। ଘନ କୁହୁଡ଼ି ଯୋଗୁ...

ଗ୍ୟାସ ଡିଲରଙ୍କ ମନମାନି? ଡେଲିଭରି ପାଇଁ ନେଉଛନ୍ତି ଅତିରିକ୍ତ ଟଙ୍କା? ଏଭଳି ଅଭିଯୋଗ କଲେ ଫସିବେ…

ନୂଆଦିଲ୍ଲୀ,୧୮।୧: ଅନେକ ସମୟରେ ଏଲପିଜି ଗ୍ୟାସ୍ ସିଲିଣ୍ଡରର ଡେଲିଭରି ଚାର୍ଜ, ଅତିରିକ୍ତ ଟଙ୍କା ଆଦାୟ କିମ୍ବା ଖରାପ ବ୍ୟବହାରକୁ ନେଇ ଡିଷ୍ଟ୍ରିବ୍ୟୁଟର ଓ ଡେଲିଭରି ଏଜେନ୍ସିମାନେ...

ଶୌଚ ପାଇଁ ଯାଇ ନିଖୋଜ ଥିଲେ ମହିଳା, ଜଙ୍ଗଲରେ ଝୁଲନ୍ତା…

ଆନନ୍ଦପୁର,୧୮ା୧:(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ବିରିଡିହା ଗ୍ରାମର ମହିଳା ନଦୀକୁ ଶୌଚ ହେବାପାଇଁ ଯାଇ ନିଖୋଜ ଥିବା ବେଳେ ରବିବାର ତାଙ୍କ ମୃତଦେହ...

ରାଉରକେଲା ବିମାନ ଦୁର୍ଘଟଣାରେ ମୃତକଙ୍କ ପରିବାରର ଜଣଙ୍କୁ ମିଳିବ ଚାକିରି, ୫ ମାସ ଯାଏ ସମସ୍ତ…

ରାଉରକେଲା,୧୮ା୧: ରାଉରକେଲା ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ସୁଶାନ୍ତ କୁମାର ବିଶ୍ୱାଳଙ୍କ ପରିବାରର ଜଣଙ୍କୁ ନିଯୁକ୍ତି ମିଳିବ। ଏନେଇ ଇଣ୍ଡିଆ ଓ୍ବାନ୍‌ ଏୟାର ସିଇଓ ପ୍ରେମ...

BSNLର ଜବରଦସ୍ତ ପ୍ଲାନ, ୪୦୦ରୁ କମ୍ ଟଙ୍କାରେ ମିଳିବ…

ନୂଆଦିଲ୍ଲୀ,୧୮ା୧: ଭାରତ ସଞ୍ଚାର ନିଗମ ଲିମିଟେଡ୍ (BSNL) ତାର ଗ୍ରାହକମାନଙ୍କୁ ଏକ ଖୁସି ଖବର ଦେଇଛି । BSNL X ରେ ତାର ଅଫିସିଆଲ୍ ସୋସିଆଲ...

ଗଞ୍ଜାମରେ ED ଚଢ଼ାଉ ଘଟଣା: ଅନେକ ଆପରାଧିକ କାଗଜପତ୍ର ସହ ଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତି ରେକର୍ଡ, ଖଣି ଲିଜ୍‌ ଚୁକ୍ତିନାମା ସହ…

ବ୍ରହ୍ମପୁର,୧୮ା୧(ସୁବାସ ଚନ୍ଦ୍ର ପାଢ଼ୀ): ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଭୁବନେଶ୍ୱର ଜୋନାଲ ଅଫିସ୍‌ ପିଏମ୍‌ଏଲ୍‌ଏ, ୨୦୦୨ ର ବ୍ୟବସ୍ଥା ଅନୁଯାୟୀ, ଗଞ୍ଜାମ ଜିଲାର ୨୫ରୁ ଅଧିକ ସ୍ଥାନରେ ଏକ...

କୁହୁଡ଼ି ପାଇଁ ଭୟଙ୍କର ଦୁର୍ଘଟଣା… NHରେ ୪୦ ଗାଡ଼ି ପଛକୁ ପଛ ପିଟିହୋଇ ୫୦…

ଲକ୍ଷ୍ନୌ,୧୮ା୧: ଉତ୍ତର ପ୍ରଦେଶରେ ଶୀତ ଲହରୀ ଜାରି ରହିଛି । ଘନ କୁହୁଡ଼ି ଯୋଗୁଁ ସକାଳୁ ଅନେକ ଜିଲାରେ ଦୃଶ୍ୟମାନତା ହ୍ରାସ ପାଇଥିଲା। କୁହୁଡ଼ି ଯୋଗୁଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri