ବେଜିଂ,୧୩ା୧(ପି.ଟି.): ଶକ୍ସଗାମ୍ ଉପତ୍ୟକାକୁ ଚାଇନା ସୋମବାର ପୁନର୍ବାର ନିଜର ଦାବି କରିବା ପରେ ବିବାଦ ମୁଣ୍ଡ ଟେକିଛି। ଉକ୍ତ ଅଞ୍ଚଳରେ ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) ଭିତ୍ତିଭୂମି ପ୍ରକଳ୍ପକୁ ଭାରତ ବିରୋଧ କରିଥିବାବେଳେ ଚାଇନା ଏହାକୁ ଖୋଲା ପ୍ରତ୍ୟାଖ୍ୟାନ କରିଛି। ଚାଇନାର ନିର୍ମାଣ କାର୍ଯ୍ୟ ନିଜ ଅଞ୍ଚଳରେ ହେଉଥିବାରୁ ସମାଲୋଚନାର ବାହାରେ ବୋଲି ଏହାର ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ମାଓ ନିଙ୍ଗା କହିଛନ୍ତି। ତେବେ ନୂଆଦିଲ୍ଲୀ ଚାଇନାର ଉକ୍ତ ଆଭିମୁଖ୍ୟକୁ ଜୋର୍ଦାର ବିରୋଧ କରିଛି। ଶକ୍ସଗାମ୍ ଉପତ୍ୟକା ଭାରତୀୟ ଅଞ୍ଚଳ ହୋଇଥିବାରୁ ନୂଆଦିଲ୍ଲୀ ଏହାର ସ୍ବାର୍ଥର ସୁରକ୍ଷା କରିବ ବୋଲି ବେଜିଂକୁ ସତର୍କ କରାଇଦେଇଛି। ୬୦ ଦଶକର ଚାଇନା-ପାକିସ୍ତାନୀ ସୀମା ଚୁକ୍ତିନାମା ସିପିଇସି ଜରିଆରେ ବେଜିଂ କଶ୍ମୀରକୁ ସଂଯୋଗ କରୁଥିବା ସମ୍ବେଦନଶୀଳ ଭୂଖଣ୍ଡକୁ ନିଜ ନିୟନ୍ତ୍ରଣକୁ ନେବା ପାଇଁ ଉଦ୍ୟମ କରୁଛି। ଅନ୍ୟପକ୍ଷରେ ଭାରତ ପାଇଁ ଏହା ଅର୍ଥନୈତିକ ସହଯୋଗ ନୁହେଁ ବରଂ ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତାର ପ୍ରସଙ୍ଗ ବୋଲି କୁହାଯାଇଛି। ପାକିସ୍ତାନ ବେଆଇନ ଭାବେ ଦଖଲ କରିଥିବା ଶକ୍ସଗାମ୍ ଉପତ୍ୟକାର ୫,୧୮୦ ବର୍ଗ କି.ମି. ଅଞ୍ଚଳକୁ ୧୯୬୩ରେ ଚାଇନାକୁ ହସ୍ତାନ୍ତର କରିଥିଲା।
Dharitri – The Largest & Most Trusted Odia Daily


