ଧାନମଣ୍ଡି ଅନୁଧ୍ୟାନ କଲେ ସରପଞ୍ଚ, ପରେ ଉଠିଲା ଧାନ

ଗଞ୍ଜାମ,୧୨ା୧(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତରେ ଖୋଲିଛି ଦୁଇଟି ଧାନମଣ୍ଡି। ସରପଞ୍ଚ ମମତା ବେହେରା ସୋମବାର ମଲାଡ଼ ଏବଂ ପଣିବନ୍ଧଠାରେ ଥିବା ଦୁଇଟି ଧାନମଣ୍ଡି ଅନୁଧ୍ୟାନ କରିଛନ୍ତି। ମଲାଡ଼ଠାରେ ଥିବା ମଣ୍ଡିରେ ମଲାଡ଼ ଗ୍ରାମ ସମେତ ଶ୍ରୀବଣା, ବାହାଲପୁର, ରାଉଳିବନ୍ଧ, ବରୋଦା ଅଞ୍ଚଳର ଚାଷୀମାନେ ଧାନବିକ୍ରି କରିବେ। ସେହିପରି ପଣିବନ୍ଧ ଗାଁ ସମେତ ଲୁଂଘୁରି, କାଠଗଡ଼ା, ଚୈତନ୍ୟପୁର ଓ କୁଶପଲ୍ଲୀ ଅଞ୍ଚଳ ଚାଷୀଙ୍କଠାରୁ ଧାନ କିଣିବ ମଣ୍ଡି। ସରପଞ୍ଚଙ୍କ ଉପସ୍ଥିତିରେ ସୋମବାର ମଣ୍ଡି ଧାନ ଉଠାଇଥିବା ସରପଞ୍ଚ ପ୍ରତିନିଧି ସୁଦାମ ବେହେରା ସୂଚନା ଦେଇଛନ୍ତି l ସରପଞ୍ଚଙ୍କ ମଣ୍ଡି ଅନୁଧ୍ୟାନ ବେଳେ ସମୀର ବିଶ୍ୱାଳ ରାହୁଲ, ବିଜୁ ପାତ୍ର ଓ ତପନ କୁମାରଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ। ଏହି ଦୁଇଟି ମଣ୍ଡିକୁ ସେବା ସମବାୟ ସମିତି ପକ୍ଷରୁ ଏସ୍‌ଏଚ୍‌ଜି ମହିଳା ଗୋଷ୍ଠୀ ପରିଚାଳନା କରୁଛନ୍ତି l ସରପଞ୍ଚ ମମତା ବେହେରା ମିଲରଙ୍କ ସହ ଆଲୋଚନା କରି ଧାନ ଉଠିଥିବା ଯୋଗୁ ସ୍ଥାନୀୟ ଅଞ୍ଚଳ ଚାଷୀ ସରପଞ୍ଚଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି।

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବଣାଇଁ ବନଖଣ୍ଡରେ ହାତୀ ଶାବକ ମୃତ୍ୟୁ: କାରଣ ଅସ୍ପଷ୍ଟ

ବଣାଇଁ, ୧୩।୧(ପ୍ରଦୀପ ତ୍ରିପାଠୀ): ଗତକାଲି ଅପରାହ୍ନରେ ବଣାଇଁ ବନଖଣ୍ଡ ଜର୍ଡା ବନାଞ୍ଚଳ ଅନ୍ତର୍ଗତ କେଲୋ ସଂରକ୍ଷିତ ଜଙ୍ଗଲରେ ଗୋଟିଏ ହାତୀ ଶାବକର ମୃତ୍ୟୁ ଘଟିଥିବା ସୂଚନା...

ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ, ଖଣ୍ଡଗିରିରେ ହେବନି…

ଭୁବନେଶ୍ୱର,୧୩।୧: ଯାତ୍ରା ପେଣ୍ଡାଲରେ ଆଇଟମ୍‌ ଗର୍ଲ ନିଶା ମହାରଣାଙ୍କ ଅଶ୍ଳୀଳ ଡ୍ୟାନ୍ସ ପୁଣି ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହାକୁ ନେଇ ଛତିଶଗଡ଼ ଗରିଆବନ୍ଦ ଜିଲା...

‘ବାଏ ବାଏ ଡିକୁ, ଖୁସିରେ ରୁହ…’ପ୍ରେମିକାଙ୍କ ଏଭଳି ମେସେଜ ଦେଖି ସୁଇସାଇଡ୍‌ କରିନେଲେ ପ୍ରେମିକ, ଦେଢ଼ ମାସ ପରେ… 

ଜୟପୁର,୧୩।୧: ରାଜସ୍ଥାନର ଜାଲୋର ଜିଲାରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଆହୋର ଥାନା ଅଞ୍ଚଳର ଗୋଦନ ଗାଁରେ ୨୧ ବର୍ଷୀୟ ସୁରେଶ କୁମାର ମେଘୱାଲ...

ଛାତ୍ରୀଛାତ୍ରଙ୍କ ଲାଗି କ୍ରୀଡାର ଆବଶ୍ୟକତା: ଗରୁରତ୍ୱାରୋପ କଲେ…

ପୁରୁଷୋତ୍ତମପୁର,୧୩।୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ରାଇପୁର ସରକାରୀ ଉନ୍ନିତ ଉଚ୍ଚବିଦ୍ୟାଳୟର ବାର୍ଷିକ କ୍ରୀଡାଉତ୍ସବ ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଅନିତା...

ଅଗ୍ନିକାଣ୍ଡ ଘଟି ଜଳିଗଲା ୩୫ ଭରଣ ଜମିର ଧାନ, ସମ୍ପୂର୍ଣ୍ଣ ଜଳି ପୋଡି ନଷ୍ଟ…

ଗଞ୍ଜାମ,୧୩।୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତ ବରୋଦା ଗ୍ରାମର ଖଳାରେ ମଙ୍ଗଳବାର ଅପରାହ୍ନରେ ହଠାତ୍‌ ନିଆଁ ଲାଗିଯାଇଛି। ଫଳରେ ଖଳାରେ ଅମଳ କରିବାକୁ...

ଇନ୍ଦିରା ପ୍ରିୟଦର୍ଶିନୀ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଜାତୀୟ ସ୍ତରକୁ ମନୋନୀତ: ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଜି.ଉଦୟଗିରି,୧୩।୧(ଚିନ୍ମୟ କୁମାର ସେଠୀ) : କନ୍ଧମାଳ ଜିଲା ଜି.ଉଦୟଗିରି ପରିଷଦ ଅନ୍ତର୍ଗତ ଇନ୍ଦିରା ପ୍ରିୟଦର୍ଶିନୀ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଜାତୀୟସ୍ତରରେ ସ୍ବଚ୍ଛ ଏବଂ ହରିତ୍‌ ରେଟିଂ...

କେବେ ପାଳନ ହେବ ମକର ସଂକ୍ରାନ୍ତି? ଭୂଲଦିନ ପାଳନ କଲେ ହେବ…

ଭାରତରେ ପର୍ୱପର୍ୱାଣୀର ତାରିଖକୁ ନେଇ ପ୍ରାୟତଃ ଦ୍ୱନ୍ଦ୍ୱ ଦେଖାଯାଏ ଏବଂ ଏହି ବର୍ଷ, ମକର ସଂକ୍ରାନ୍ତି 2026 ସମାନ ପରିସ୍ଥିତିର ସମ୍ମୁଖୀନ ହେଉଛି। ଜ୍ୟୋତିଷମାନେ ବିଶ୍ୱାସ...

ଚିପ୍ସ ପ୍ୟାକେଟରେ ଥିବା ଖେଳଣା ହେଲା ବିସ୍ଫୋରଣ: ନାବାଳକଙ୍କ ଆଖି ନଷ୍ଟ, ଥାନାରେ ପହଞ୍ଚିଲେ ମା’ବାପା

ବଲାଙ୍ଗୀର,୧୩।୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଟିଟିଲାଗଡ ଥାନା ଅନ୍ତର୍ଗତ ଶଗଡ ଘାଟ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସୂଚନାନୁଯାୟୀ, ଚିପ୍ସ ପ୍ୟାକେଟରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri