ଦୋକାନ ସାମଗ୍ରୀ କିଣିବାକୁ ଯାଇ ଆଉ ଫେରିଲେନି ଯୁବକ, ଖୋଜାଖୋଜି କରିବା ପରେ ଗଛରୁ ମିଳିଲା…

ପାଟଣାଗଡ଼ ୭।୧ (ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ ଥାନା ଧାତୁକ ପଞ୍ଚାୟତ ମଲ୍ଲିକମୁଣ୍ଡା ଗ୍ରାମର ଅନତି ଦୂରରେ ରାସ୍ତା କଡର ଏକ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ବୁଧବାର ଉଦ୍ଧାର କରିଛି ପୋଲିସ। ମୃତ ଯୁବକ ଜଣକ ହେଲେ ଉକ୍ତ ଥାନା ବରବାହାଲ ଗାଁର କ୍ଷେତ୍ର କରୁଆଳ ବୋଲି ଜଣାପଡିଛି। ମୃତ ଯୁବକ ଜଣଙ୍କ ମଙ୍ଗଳବାର ଦୋକାନ ସାମଗ୍ରୀ କିଣିବା ପାଇଁ ବାଇକ ଯୋଗେ ଯୋଗିମୁଣ୍ଡା ଗ୍ରାମକୁ ଆସି ସେ ଆଉ ଘରକୁ ଫେରିନଥିଲେ । ତାଙ୍କ ପରିବାର ଲୋକେ ଯୁବକଜଣଙ୍କୁ ବହୁ ଖୋଜାଖୋଜି କରିବାପରେ ଯୁବକଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇ ପୋଲିସକୁ ଖବରଦେଇଥିଲେ। ଖବରପାଇ ଘଟଣାସ୍ଥଳକୁ ପାଟଣାଗଡ଼ ପୋଲିସ ପହଞ୍ଚି ସାଇଣ୍ଟିଫିକଟିମର ସହାୟତା ନେଇଥିଲା। ସାଇଣ୍ଟିଫିକ ଟିମ ଆସିବାପରେ ମୃତଦେହକୁ ଜବତକରି ଯାୟାଞ୍ଚ କରିଥିଲା । ଯାଞ୍ଚ ପରେ ପୋଲିସ କେଶ ନଂ ୧-୨୬ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିବା ସହ ମୃତଦେହ ବ୍ୟବଚ୍ଛେଦ ପାଟଣାଗଡ଼ ଡାକ୍ତରଖାନାକୁ ପଠାଯାଇଥିଲା । ମୃତଦେହ ବ୍ୟବଚ୍ଛେଦ ପରେ ପରିବାରର ବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ସୁତ୍ରରୁ ଜଣାପଡିଛି ।

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦଧିମାଛଗାଡିଆ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଅଜଣା ଗାଡି ଧକ୍କାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ

ଖୋର୍ଦ୍ଧା,୯।୧(ପ୍ରଭାତ ପାଣିଗ୍ରାହୀ): ଭୁବନେଶ୍ବର ଚେନ୍ନାଇ ୧୬ ନମ୍ବର ଜାତୀୟ ରାଜପଥ ସଦର ଥାନା ଅନ୍ତର୍ଗତ ଦଧିମାଛଗାଡ଼ିଆ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭୋର ସମୟରେ...

ଶୀତ କାକରରେ ଦୁଲୁକିଲା ବୁଢ଼ାରଜା ମଞ୍ଚ: କଳା-ସଂସ୍କୃତିକୁ ବଞ୍ଚାଇ ରଖିବାକୁ ପ୍ରୟାସ

କେସିଙ୍ଗା,୯।୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି ପକ୍ଷରୁ ୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା ଆରମ୍ଭ ହୋଇଯାଇଛି। କେସିଙ୍ଗା ବିଡିଓ ତଥା ଆବାହକ ଜନ୍ମେଜୟ...

ସମୟ ଅଭାବରୁ ନୀତି ବାତିଲ, ରାତି ଉଜାଗର ରହିଲେ ମହାପ୍ରଭୁ

ପୁରୀ,୯।୧(ଅଜିତ୍‌ କୁମାର ମହାନ୍ତି): ସମ୍ପ୍ରତି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ପହିିଲି ଭୋଗ ନୀତି ଚାଲିଛି । ନିଷ୍ପତ୍ତି ଅନୁଯାୟୀ ରାତି ୨ଟା ପରଠାରୁ ଶ୍ରୀମନ୍ଦିର ଦ୍ୱାର ଖୋଲାଯାଇ...

ଏପି ଢିଲୋନ୍ ଇମ୍ପାକ୍ଟ: ତାରା ସୁତାରିଆ, ବୀର ପାହାରିଆ ବ୍ରେକଅପ୍‌

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତାରା ସୁତାରିଆ ଏବଂ ବୀର ପାହାରିଆ କିଛି ମାସର ଡେଟିଂ ପରେ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ସେମାନଙ୍କ ସମ୍ପର୍କ ‘ଏପି...

ଚାଷୀଙ୍କ ମୁଣ୍ଡରେ ଚଡ଼କ, ନାମକୁ ମାତ୍ର ଉଠିଲା ଧାନ: ମିଲରଙ୍କ ଧର୍ମଘଟ ପ୍ରତ୍ୟାହାର ପରେ ବି ମିଳୁନି ନ୍ୟାୟ

ବଲାଙ୍ଗୀର,୯ା୧(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ଜିଲାରେ ଧାନକିଣାରେ ଅଚଳାବସ୍ଥା ଜାରି ରହିଛି। ଚାଷୀମାନେ ଧାନବିକ୍ରି କରି ନ ପାରି ଅଡୁଆ ସ୍ଥିତିରେ ରହିଛନ୍ତି। ମିଲରମାନଙ୍କ ଧର୍ମଘଟ ଯୋଗୁ...

ହଜିଗଲା ମାନବିକତା: ଫସଲ ନଷ୍ଟ କରିବାରୁ ମାଙ୍କଡ଼କୁ ମାରି ଝୁଲାଇଦେଲେ

କବିସୂର୍ଯ୍ୟନଗର,୯।୧(କୃପାସିନ୍ଧୁ ସ୍ବାଇଁ): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଓ ପୋଲସରା ରେଞ୍ଜ୍ ଅଧୀନ ଗୋବିନ୍ଦପୁର ଗ୍ରାମରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଫସଲ ନଷ୍ଟ...

ଧର୍ମାନ୍ତର ବିବାଦକୁ ନେଇ ହୋଇପାରୁନି ସତ୍କାର, ୨୫ ଘଣ୍ଟା ଧରି ପଡି ରହିଛି ଶବ

ଜଳେଶ୍ୱର, ୯।୧(ନବୀନ ସାହୁ) : ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ରାଇବଣିଆ ଥାନା କାଳିକ ପଞ୍ଚାୟତ ୪ନମ୍ବର ୱାର୍ଡ ରଙ୍ଗମାଟିଆ ଗାଁରେ ଏକ ଅଭାବନୀୟ ଘଟଣା...

ଫସଲ ନଷ୍ଟ, ଚାଷୀ ଅସନ୍ତୁଷ୍ଟ

ଲୋଇସିଂହା,୯ା୧(ସୁଶାନ୍ତ ବାରିକ):ଖରିଫ ଚାଷ ପାଇଁ ଲୋୟର ସୁକ୍‌ତେଲ ଜଳସେଚନ ପ୍ରକଳ୍ପରୁ ଭୂତଳ ଜଳସେଚନ ପ୍ରକଳ୍ପ କାମ ବନ୍ଦ ରହିଥିଲା। ଠିକା ସଂସ୍ଥା ପକ୍ଷରୁ ପୁଣି କାମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri