ଭୁବନେଶ୍ୱର,୨୯।୧୨: କେନ୍ଦ୍ରାପଡ଼ା ବିଜେଡି ବିଧାୟକ ଗଣେଶ୍ୱର ବେହେରା ଏକ ବଡ଼ ବୟାନ ଦେଇଛନ୍ତି। ସୁଜାତା କାର୍ତ୍ତିକେୟନଙ୍କ କଥା ଦଳ ବିଚାର କରିବ ବୋଲି ଗଣେଶ୍ୱର ସୋମବାର ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି।
ଗଣେଶ୍ୱର ପୁଣି କହିଛନ୍ତି, ସବୁ ଦଳରେ ଝଡ଼ ଅଛି। କେଉଁଠି ପ୍ରକାଶ ପାଉଛି, କେଉଁଠି ପ୍ରକାଶ ପାଉ ନାହିଁ। ଦଳରେ କୌଣସି କମିଟି ଗଠନ ହେଲେ ପ୍ରତିକ୍ରିୟା ପ୍ରକାଶ ପାଇଥାଏ।
ସୁଜାତା କାର୍ତ୍ତିକେୟନ ଯଦି ଆସିବେ ଦଳ ବିଚାର କରିବ। ସାମର୍ଥ୍ୟ ଏବଂ ଅନୁଭବ ଥିବା ଲୋକ ଆସିବାକୁ ଚାହିଁଲେ ଦଳ ବାଛିବ। ଅନ୍ୟପକ୍ଷେ ନେତାମାନେ ମେଳି ହେବାରେ କୌଣସି ବାଧା ନାହିଁ, ଅଧିକାର ଛଡ଼ାଇ ନେଇ ହେବ ନାହିଁ ବୋଲି ଗଣେଶ୍ୱର କହିଛନ୍ତି।


