ବାରଙ୍ଗ,୨୮ା୧୨: ନନ୍ଦନକାନନରେ ମା’ ହୋଇଛି ବାଘୁଣୀ ‘ଜୟଶ୍ରୀ’। ଜନ୍ମ ଦେଇଥିବା ୩ ଛୁଆ ମଧ୍ୟରୁ ୨ଟି ମୃତ୍ୟୁବରଣ କରିଥିବାବେଳେ ଗୋଟିଏ ଜୀବିତ ରହିଛି। ୩ ବର୍ଷୀୟ ବାଘୁଣୀ ‘ଜୟଶ୍ରୀ’ର ଏହା ପ୍ରଥମ ସନ୍ତାନ ପ୍ରସବ।
ସୂଚନା ଥାଉକି, ନନ୍ଦନକାନନରେ ଏବେ ମୋଟ୍ ୨୯ଟି ବାଘ ଅଛନ୍ତି। ସାଧାରଣ ରଙ୍ଗର ବାଘ (ନରମାଲ୍ ଅରେଞ୍ଜ), ୧୯ଟି (୧୧ ପୁରୁଷ, ୮ ମାଈ) ଧଳା ବାଘ (ହ୍ୱାଇଟ୍ ଟାଇଗର), ୬ଟି (ସାଧାରଣତଃ ୩ ପୁରୁଷ, ୨ ମାଈ, କଳା ବାଘ (ମେଲାନିଷ୍ଟିକ୍ ବା ବ୍ଲାକ୍ ଟାଇଗର), ୪ଟି (୩ ପୁରୁଷ, ୧ ମାଈ) ବାଘ ଅଛନ୍ତି।


