ଖୁସିଖବର ଦେଲେ ମୁଖ୍ୟମନ୍ତ୍ରୀ: ୫୬ହଜାର ଯୁବବର୍ଗଙ୍କୁ ମିଳିବ ନିଯୁକ୍ତି

ଭୁବନେଶ୍ୱର,୨୦।୧୨(ରବିନାରାୟଣ ଜେନା):ଓଡ଼ିଶା ଦେଶର ବିକାଶର ଇଞ୍ଜିନ୍‌ ହେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ହାଇଦ୍ରାବାଦ୍‌ସ୍ଥିତ ଇନଭେଷ୍ଟର୍ସ ମିଟ୍‌ସର ଉଦ୍‌ଯାପନୀ ଅବସରରେ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶା ନିବେଶକ ସମ୍ମିଳନୀ ଏକ ଏଭଳି ପ୍ଲାଟ୍‌ଫର୍ମ ଯେଉଁଠି ନିବେଶକମାନେ ଦୀର୍ଘସ୍ଥାୟୀ ଭାବେ ପୁଞ୍ଜି ନିବେଶ କରି ତାଙ୍କର ଶିଳ୍ପକୁ ସୁନିଶ୍ଚିତ କରିପାରିବେ। କାହିଁକି ନା ଓଡ଼ିଶା ସରକାରଙ୍କ ନୀତିଗତ ନିଷ୍ପତ୍ତିରେ ସ୍ଥିରତା, କମ୍‌ ଖର୍ଚ୍ଚ ଏବଂ ପ୍ରଶାସନିକ ସହଯୋଗ ମିଳିପାରୁଛି। ଏହି ବ୍ୟବସ୍ଥା ମାଧ୍ୟମରେ ଓଡ଼ିଶା ନିଜକୁ ଏକ ଭବିଷ୍ୟତମୁଖୀ ନିବେଶ ଗନ୍ତବ୍ୟସ୍ଥଳ ଭାବେ ଗଢ଼ି ତୋଳୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସେ କହିଥିଲେ ଯେ, ଓଡ଼ିଶା ନିବେଶକ ସମ୍ମିଳନୀର ମୂଳ ଉଦ୍ଦେଶ୍ୟ ଥିଲା ଶିଳ୍ପପତିମାନଙ୍କ ସହ ସିଧାସଳଖ ମିଶି ରାଜ୍ୟ ସରକାରଙ୍କ ପକ୍ଷରୁ ଥିବା ବିଭିନ୍ନ ଅନୁକୂଳ ପରିବେଶ ସମ୍ପର୍କରେ ଅବଗତ କରାଇବା ଏବଂ ପ୍ରାଥମିକତା କ୍ଷେତ୍ରଗୁଡ଼ିକରେ ନିବେଶ ନିଷ୍ପତ୍ତିକୁ ତ୍ୱରାନ୍ବିିତ କରିବା। ଏହି କାର୍ଯ୍ୟକ୍ରମରେ ବୃହତ୍‌ କମ୍ପାନୀ, ଶିଳ୍ପ ସମୁଦାୟ ଓ ବ୍ୟବସାୟୀକ ଗୋଷ୍ଠୀଙ୍କୁ ଏକତ୍ରିତ କରି ନୂତନ ନିବେଶ ସୁଯୋଗ ସୃଟେି କରିବା। ଯାହାଫଳରେ ଶିଳ୍ପ କ୍ଷେତ୍ରରେ ଓଡ଼ିଶା ଅଭିବୃଦ୍ଧି ହୋଇପାରିବ। ତେବେଏହି କାର୍ଯ୍ୟକ୍ରମରେ ୫୦୦ରୁ ଅଧିକ ଶିଳ୍ପ ପ୍ରତିନିଧି ଉପସ୍ଥିତ ସାମିଲ ହୋଇଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ‘ପୂର୍ବୋଦୟ’ ବିକାଶରେ ଓଡ଼ିଶା ଏକ ମୁଖ୍ୟ ଗନ୍ତବ୍ୟସ୍ଥଳ ଭାବେ ଉଭା ହୋଇଛି। ଯେଉଁଥିରେ ଶିଳ୍ପ ଭିତ୍ତିଭୂମି ସୁଦୃଢ଼ ହେବା ସହିତ ଆର୍ଥିକ ଶୃଙ୍ଖଳା ଏବଂ ଦାୟିତ୍ୱଶୀଳ ସୁଶାସନର ସମର୍ଥନ ମିଳୁଛି। ରାଜ୍ୟରେ ଥିବା ବ୍ୟାପକ ସମୁଦ୍ରତଟ, ବନ୍ଦରର ବିକାଶ, ବିସ୍ତାରଶୀଳ ଶିଳ୍ପ କରିଡର ଏବଂ ବିବିଧ ସଂଯୋଗୀକରଣ ସତେ ଯେମିତି ବିଶ୍ୱ ବଜାର ପାଇଁ ଏକ ଖୋଲା ଦ୍ୱାର ଭାବେ ପ୍ରତିପାଦିତ କରୁଛି। ମାତ୍ର ଅନ୍ୟ ସ୍ଥାନରେ ବ୍ୟବସାୟ ପାଇଁ ଅନୁକୂଳ ପରିବେଶ ନାହିଁ। ପ୍ରତିଦ୍ୱନ୍ଦିତାମୂଳକ ବଜାର ସାଙ୍ଗକୁ ନିବେଶ ଲାଗି ଅଧିକ ଖର୍ଚ୍ଚ ଓ ପ୍ରଶାସନିକ ସହଯୋଗରେ ଅସ୍ଥିରତା ରହୁଛି। ଏହି କ୍ଷେତ୍ରରେ ଓଡ଼ିଶାରେ ନିବେଶକମାନେ ସବୁ ଦୃଷ୍ଟିରୁ ସହଯୋଗୀ ପରିବେଶ ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଏହି ଅବସରରେ ନିବେଶକ ଏବଂ ସରକାରଙ୍କ ମଧ୍ୟରେ ୧୩ଟି ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା, ଯାହା ମାଧ୍ୟମରେ ୨୭,୬୫୦ କୋଟି ଟଙ୍କାର ନିବେଶ ସମ୍ଭାବନା ରହିଥିବାବେଳେ ପ୍ରାୟ ୧୫,୯୦୫ ନିଯୁକ୍ତି ସୁଯୋଗ ସୃଷ୍ଟିର ସମ୍ଭାବନା ରହିଛି। ସେହିପରି ସମ୍ମିଳନୀରେ ୩୯,୧୩୧ କୋଟି ଟଙ୍କାର ନିବେଶ ସ୍ବୀକୃତି ମିଳିଛି, ଯାହା ମାଧ୍ୟମରେ ୪୦,୦୦୦ରୁ ଅଧିକ ନିଯୁକ୍ତିି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛ।
ସେଥିମଧ୍ୟରେ ଔଷଧ ଶିଳ୍ପ, ଚିକିତ୍ସା ଉପକରଣ, ଅକ୍ଷୟଶକ୍ତି, ବସ୍ତ୍ର,ଇଲେକ୍ଟ୍ରୋନିକ୍ସ, ଆଇଟି ଓ ଡାଟା ସେଣ୍ଟର, ଆଧୁନିକ ଉତ୍ପାଦନ ଏବଂ ସହଯୋଗୀ ଶିଳ୍ପ ରହିଛି। ଯାହା ଓଡ଼ିଶାର ବିବିଧ ଏବଂ ଭବିଷ୍ୟତମୁଖୀ ନିବେଶ ଗନ୍ତବ୍ୟସ୍ଥଳ ଭାବରେ ବଢ଼ୁଥିବା ଆକର୍ଷଣକୁ ସ୍ପଷ୍ଟ କରୁଛି ବୋଲି ସମ୍ମିଳନୀରୁ ଜଣାଯାଇଛି।
କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ କହିଥିଲେ, ଓଡ଼ିଶା ନିବେଶକ ସମ୍ମିଳନୀରେ ମିଳୁଥିବା ଦୃଢ଼ ପ୍ରତିଶ୍ରୁତି ଓଡ଼ିଶାର ନୀତିଗତ ଢାଞ୍ଚା ଏବଂ ପ୍ରଶାସନିକ ମଡେଲ୍‌ ଉପରେ ଶିଳ୍ପ ସମୁଦାୟର ବିଶ୍ୱାସକୁ ପ୍ରମାଣିତ କରୁଛି। ଏହା ମାଧ୍ୟମରେ ଓଡ଼ିଶା ଶିଳ୍ପ ସମୃଦ୍ଧ ଦିଗରେ ଅଗ୍ରଗତି କରିବା ସହିତ ନିବେଶକମାନଙ୍କୁ ଏକ ସୁସ୍ଥ ପରିବେଶ ଯୋଗାଇବ ବୋଲି ସେ କହିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଦକ୍ଷ ଅଫିସର ପାଇବେ ବଡ଼ ବିଭାଗ, ଆହୁଜାଙ୍କୁ ନୂଆ ଦାୟିତ୍ୱ ମିଳିବ ନା ନାହିଁ ଚର୍ଚ୍ଚାରେ

ଭୁବନେଶ୍ୱର, ୨୫।୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଉନ୍ନୟନ କମିଶନର ତଥା ୧୯୯୧ ବ୍ୟାଚ୍‌ ଆଇଏଏସ୍‌ ଅଫିସର୍‌ ଅନୁ ଗର୍ଗଙ୍କୁ ବୁଧବାର ଓଡ଼ିଶାର  ନୂଆ ମୁଖ୍ୟ ଶାସନ...

ବିବାଦରେ କରନ୍‌ଙ୍କ ଫିଲ୍ମ

ମୁମ୍ବାଇ: ବଲିଉଡର ଖ୍ୟାତନାମା ଫିଲ୍ମ ନିର୍ମାତା ଭାବେ ପରିଚିତ କରନ୍‌ ଜୋହର। ତାଙ୍କ କମ୍ପାନୀ ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଅନେକ ଫିଲ୍ମ ରେକର୍ଡ କରିଛି। ଏପରିକି...

ଆଜିଠୁ ବଢ଼ିବ ଶୀତ, ଘନ କୁହୁଡ଼ି

ଭୁବନେଶ୍ୱର, ୨୫ା୧୨(ବନ୍ଦନା ସେଠୀ): ରାଜ୍ୟରେ ସର୍ୱନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି ଜନଜୀବନକୁ...

ଓ୍ବେଷ୍ଟ କାର୍ବି ଆଙ୍ଗ୍‌ଲଙ୍ଗରେ ଦଙ୍ଗା

ଗୁଆହାଟୀ,୨୫ା୧୨: ଆସାମର ଓ୍ବେଷ୍ଟ କାର୍ବି ଆଙ୍ଗ୍‌ଲଙ୍ଗ ଜିଲାରେ ମଙ୍ଗଳବାର କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଉତ୍ତେଜନା ଜାରି ରହିଛି। ବିକ୍ଷୋଭକାରୀମାନେ ଦଙ୍ଗା ସୃଷ୍ଟି କରିବା ସହ ବହୁ...

ଆମେରିକାରେ ବେଆଇନ ଅନୁପ୍ରବେଶ: ୩୦ ଭାରତୀୟ ଗିରଫ

ନ୍ୟୁୟର୍କ,୨୫ା୧୨: ଆମେରିକାରେ ବେଆଇନ ଭାବେ ଅନୁପ୍ରବେଶ କରିବା ଅଭିଯୋଗରେ ସେଠାକାର ସୀମା ପାଟ୍ରୋଲ ଏଜେଣ୍ଟମାନେ ୩୦ ଭାରତୀୟ ନାଗରିକଙ୍କୁ ଗିରଫ କରିଛନ୍ତି। ଗିରଫ ଭାରତୀୟମାନେ କମର୍ସିଆଲ...

‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’କୁ ଅନୁମୋଦନ

ଭୁବନେଶ୍ୱର,୨୫।୧୨(ରବିନାରାୟଣ ଜେନା): ରାଜ୍ୟର ବରପୁତ୍ରମାନଙ୍କୁ କିଭଳି ସବୁବେଳେ ସମ୍ମାନ ମିଳିବ ସେନେଇ ରାଜ୍ୟ ସରକାର ପ୍ରାଥମିକତା ଦେଇଛନ୍ତି। ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଷ୍ଠିତ...

ଜାନୁଆରୀ ୧୦ ସୁଦ୍ଧା ସବୁ ଜିଲାରେ ଧାନକିଣା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫ା୧୧ (ରବିନାରାୟଣ ଜେନା): ଜାନୁଆରୀ ୧୦ ତାରିଖ ସୁଦ୍ଧା ସବୁ ଜିଲାରେ ଧାନ ସଂଗ୍ରହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଧାନ...

ବଳାତ୍କାରୀଙ୍କୁ ଜାମିନ, ପୀଡ଼ିତାଙ୍କ ସହ ଅନ୍ୟାୟ

ନୂଆଦିଲ୍ଲୀ,୨୫ା୧୨: ଭାରତ କେବଳ ଏକ ମୃତ ଅର୍ଥନୀତିରେ ପରିଣତ ହୋଇଯାଇଛି ତାହା ନୁହେଁ, ବରଂ ଏକ ମୃତ ସମାଜ ପାଲଟିଯାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri