ପୋଲିସ କର୍ମଚାରୀଙ୍କୁ ଦୁର୍ବ୍ୟବହାର: ଗାଡ଼ି ଭଙ୍ଗାରୁଜା, ମାମଲା ରୁଜୁ କଲା ପୋଲିସ

ଦିଗପହଣ୍ଡି,୪ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଗୋପାଳପୁର ଗ୍ରାମରେ ମହିଳା ଏଏସ୍‌ଆଇ ଝୁନୁ ମାଝୀ, ଏଏସ୍‌ଆଇ ମନୋଜ ସିଂ ଓ ଅନ୍ୟ କନେଷ୍ଟବଳଙ୍କୁ ଆପତ୍ତିଜନକ ଭାଷାରେ ଗାଳିଗୁଲଜ ସହ ଦୁର୍ବ୍ୟବହାର କରାଯାଇଥିଲା। ଏହାସହ ଜଣେ ଅଟକ ବ୍ୟକ୍ତିଙ୍କୁ ଉଦ୍ଧାର କରିବାକୁ ଆସିଥିବା ପୋଲିସ ଗାଡ଼ି ଉପରକୁ ଢେଲାପଥର ମାଡ଼ ମାରି ଭଙ୍ଗାରୁଜା କରିବା ଅଭିଯୋଗରେ ପୋଲିସ ସମ୍ପୃକ୍ତ ବ୍ୟକ୍ତି ମାନଙ୍କ ବିରୁଦ୍ଧରେ ନିଜଆଡୁ ମାମଲା ରୁଜୁ କରିଛି। ନଂ. ୪୩୮/୨୫ ଅନୁଯାୟୀ ମାମଲା ରୁଜୁ କରାଯାଇ ଏଏସ୍‌ଆଇ କହ୍ନେଇ ମିର୍ଦ୍ଧାଙ୍କୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ଥାନା ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର କହିଛନ୍ତି।

ସୂଚନା ପ୍ରକାରେ, ସୋମବାର ରାତିରେ ଗୋପାଳପୁର ଗ୍ରାମ କୋଠଘରେ ଜଣେ ବ୍ୟକ୍ତିଙ୍କୁ ବେଆଇନ ଭାବେ ଅଟକ ରଖାଯାଇଥିବା ଖବର ପାଇ ପୋଲିସ ଅଧିକାରୀ ସେଠାରେ ପହଞ୍ଚିଥିଲେ। ଲୋକଙ୍କୁ ବୁଝାଶୁଝା କରି ଅଟକ ବ୍ୟକ୍ତିଙ୍କୁ ଉଦ୍ଧାର କରି ଥାନା ଗାଡ଼ିରେ ବସାଇବା ପରେ ନିଶାସକ୍ତ ଅବସ୍ଥାରେ କିଛି ବ୍ୟକ୍ତି ସେଠାରେ ପହଞ୍ଚି ପୋଲିସ ସହ ଗାଳିଗୁଲଜ କରିଥିଲେ। ରାତିରେ ଉତ୍ତେଜନା ବଢିବା ଆଶଙ୍କା କରି ପୋଲିସ ଟିମ୍‌ ଗ୍ରାମରୁ ଫେରିବା ବେଳେ ଥାନା ଗାଡି ଉପରକୁ ଲୋକେ ଢେଲାପଥର ମାଡ଼ କରିଥିଲେ।

ଅପରପକ୍ଷରେ ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଞ୍ଚଳର ହର୍ଷବର୍ଦ୍ଧନ ସାହୁ ଓ ତାଙ୍କର କିଛି ସହଯୋଗୀ ଗୋପାଳପୁର ଗ୍ରାମ ରାସ୍ତାରେ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ଅଟକାଇ ଲୁଟ୍‌ ଉଦ୍ୟମ କରିବା ସମୟରେ ଗ୍ରାମବାସୀ ଖବର ପାଇ ସେମାନଙ୍କୁ ଗୋଡ଼ାଇଥିଲେ। ତେବେ ହର୍ଷବର୍ଦ୍ଧନଙ୍କୁ ଗ୍ରାମବାସୀ ଧରିବାକୁ ସକ୍ଷମ ହୋଇଥିବା ବେଳେ ଅନ୍ୟମାନେ ଚମ୍ପଟ ମାରିଥିଲେ। ପରେ ହର୍ଷବର୍ଦ୍ଧନଙ୍କୁ କୋଠଘରେ ଅଟକ ରଖାଯାଇଥିଲା। ତାଙ୍କର ଜୀବନ ପ୍ରତି ବିପଦ ଥିବା ସୂଚନା ପାଇ ପୋଲିସ ଟିମ୍‌ ତାଙ୍କୁ ଉଦ୍ଧାର ପାଇଁ ପହଞ୍ଚିବା ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡ଼ିଛି। ତେବେ ଗ୍ରାମର କୌଣସି ବ୍ୟକ୍ତି ସମ୍ପୃକ୍ତ ଲୁଟେରା ଗ୍ୟାଙ୍ଗ ବିରୋଧରେ କୌଣସି ଏତଲା ଦେଇ ନ ଥିବା ଆଇଆଇସି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୋସିଆଲ ମିଡିଆ ପୋଷ୍ଟ ଉପରେ ଲାଗିଲା କଟକଣା

ବାଲେଶ୍ୱର,୨୧।୧(ବାଞ୍ଛାନିଧି ଦେ): ବାଲେଶ୍ୱରରେ ସୋସିଆଲ ମିଡିଆ ପୋଷ୍ଟ ଉପରେ ଜିଲା ପୋଲିସ ପକ୍ଷରୁ ବୁଧବାର କଟକଣା ଲାଗୁ କରାଯାଇଛିl କୌଣସି ସମ୍ପ୍ରଦାୟ ବିରୋଧରେ ପୋଷ୍ଟ ନ...

ଗାଁରେ କୁକୁର ଆତଙ୍କ: ଗୋଡ଼ାଇ ଗୋଡ଼ାଇ ୭ ଜଣଙ୍କୁ କାମୁଡ଼ିଲା

ପାଟଣା,୨୧ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ବେଗନା ଗ୍ରାମରେ ବୁଧବାର ଏକ ପାଗଳ କୁକୁର ଆକ୍ରମଣରେ ୭ ଜଣ ଗୁରୁତର ଆହତ ହୋଇ...

ପ୍ରତିକ ଯାଦବଙ୍କ ବିସ୍ଫୋରକ ପୋଷ୍ଟ ପରେ ବି ଚୁପ ଅଛନ୍ତି ଅପର୍ଣ୍ଣା, ଇନଷ୍ଟ୍ରାଗ୍ରାମରେ ଭାଜପା ଅଧ୍ୟକ୍ଷଙ୍କୁ ଜଣାଇଲେ ଶୁଭେଚ୍ଛା

ଲକ୍ଷ୍ନୌ,୨୧।୧: ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବ ଏବଂ ତାଙ୍କ ପତ୍ନୀ, ଉତ୍ତର ପ୍ରଦେଶ ରାଜ୍ୟ ମହିଳା କମିଶନର ଉପାଧ୍ୟକ୍ଷ...

ଟ୍ରେନରେ ମୋବାଇଲ ହଜି ଯାଇଛି କି? ମିଳିବ ଏମିତି, ସରକାର କହିଲେ ଟ୍ରିକ୍‌

ନୂଆଦିଲ୍ଲୀ,୨୧।୧: ଯଦି ଟ୍ରେନରେ କିମ୍ୱା ଷ୍ଟେସନରେ ଯାତ୍ରା କରିବା ସମୟରେ ଆପଣଙ୍କର ମୋବାଇଲ ଫୋନ ହଜିଯାଏ କିମ୍ୱା ଚୋରି ହୋଇଯାଏ, ତେବେ ଏହାକୁ ଫେରି ପାଇବାର...

ଯୋଗୀ ସରକାରଙ୍କୁ ଅଲ୍ଟିମେଟମ: ୨୪ ଘଣ୍ଟା ମଧ୍ୟରେ…

ଲକ୍ଷ୍ନୌ,୨୧।୧: ଜ୍ୟୋର୍ତିପୀଠର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ତାଙ୍କ ଓକିଲଙ୍କ ମାଧ୍ୟମରେ ଉତ୍ତର ପ୍ରଦେଶର ଯୋଗୀ ସରକାରଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ନୋଟିସରେ ସ୍ପଷ୍ଟ...

ଏକାବେଳକେ ଆଖିବୁଜିଦେଲେ ଦୁଇ ସାଙ୍ଗ : ଘରକୁ ଫେରିବା ବେଳେ…

ପଡିଆ,୨୧।୧(ଭାସ୍କର ରାଓ): ମାଲକାନଗିରି ଜିଲା ପଡିଆ ସଦର ବ୍ଲକ କମାରଗୁଡା ନିକଟରେ ଦୁର୍ଘଟଣା ଘଟିଛି। ଦୁଇ ସାଙ୍ଗ ଏକ ବାଇକ୍‌ରେ ଯିବା ବେଳେ ଦୁର୍ଘଟଣାରେ ଉଭୟଙ୍କ...

ପ୍ରଥମଥର ପାଇଁ ବିଶ୍ୱ ଦେଖିବ ଭାରତର ହାଇ ସ୍ପିଡ୍‌ କ୍ଷେପଣାସ୍ତ୍ର, ଆଖି ପିଛୁଳାକେ କରିବ ଲକ୍ଷ୍ୟଭେଦ

ନୂଆଦିଲ୍ଲୀ,୨୧ା୧: ଜାନୁଆରୀ ୨୬ରେ ଭାରତର ପ୍ରତିରକ୍ଷା କ୍ଷମତାକୁ ଶୀର୍ଷରେ ପହଞ୍ଚାଇବ ବୋଲି ଏକ ପ୍ରମୁଖ ସଫଳତା ବିଶ୍ୱ ସମ୍ମୁଖରେ ପ୍ରକାଶିତ ହେବ। ପ୍ରତିରକ୍ଷା ଗବେଷଣା ଏବଂ...

ହଠାତ୍‌ କ୍ରିକେଟ୍‌କୁ ବାଏ ବାଏ କଲେ ଏହି କିମ୍ବଦନ୍ତୀ କ୍ରିକେଟର୍‌: ଭାବପ୍ରବଣ ହୋଇ କହିଲେ…

ନୂଆଦିଲ୍ଲୀ,୨୧।୧: କିମ୍ବଦନ୍ତୀ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ ୪୩ ବର୍ଷ ବୟସରେ ପାକିସ୍ତାନ ସୁପର ଲିଗରୁ ଅବସର ନେଇଛନ୍ତି। ସେ ୨୦୧୬ରେ ଏହାର ଉଦଘାଟନୀ ସିଜିନରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri