ଆମେ ଯୁଦ୍ଧ ଆରମ୍ଭ କରିନାହୁଁ, ଲକ୍ଷ୍ୟ ପୂରଣ ହେଲେ ଶେଷ କରିବୁ: ପୁଟିନ

ନୂଆଦିଲ୍ଲୀ,୪।୧୨: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ପଶ୍ଚିମ ରାଷ୍ଟ୍ର ଓ ୟୁକ୍ରେନ ଉପରେ ବର୍ଷିଛନ୍ତି। ସେ ଦୃଢ଼ତାର ସହ କହିଛନ୍ତି ଯେ ରୁଷିଆ ୟୁକ୍ରେନ ଯୁଦ୍ଧ ଆରମ୍ଭ କରିନାହିଁ। ବରଂ ପଶ୍ଚିମ ରାଷ୍ଟ୍ରଙ୍କ ପ୍ରଭାବରେ ୟୁକ୍ରେନ ହିଁ ରୁଷିଆକୁ ଏହି ଯୁଦ୍ଧରେ ଜଡ଼ିତ କରିଛି। ତେବେ ନିଜର ଲକ୍ଷ୍ୟ ପୂରଣ ହେବା ପରେ ରୁଷିଆ ନିଶ୍ଚିତ ଭାବରେ ଏହି ଯୁଦ୍ଧକୁ ସମାପ୍ତ କରିବ।

ପୁଟିନ କହିଛନ୍ତି ଯେ ରୁଷିଆ ଭାଷାକୁ ବ୍ୟାନ କରି ଏବଂ ମନ୍ଦିର ଓ ଚର୍ଚ୍ଚରୁ ଲୋକଙ୍କୁ ଦୂରେଇ ରଖି ୟୁକ୍ରେନ ରୁଷର ସ୍ୱାର୍ଥକୁ କ୍ଷତି ପହଞ୍ଚାଇଛି। ସେ କହିଥିଲେ, “ମୂଳ କଥା ହେଉଛି, ରୁଷିଆ ସବୁ ପରିସ୍ଥିତିରେ ନିଜର ସ୍ୱାର୍ଥ, ସେଠାରେ ରହୁଥିବା ନିଜ ଲୋକଙ୍କୁ, ଆମର ପାରମ୍ପରିକ ମୂଲ୍ୟବୋଧ ଓ ରୁଷିଆ ଭାଷାକୁ ରକ୍ଷା କରିବାକୁ ଦୃଢ଼ ସଂକଳ୍ପବଦ୍ଧ ଏବଂ ନିଶ୍ଚିତ ଭାବରେ ଏହା କରିବ।”

ରୁଷୀୟ ଅର୍ଥୋଡକ୍ସ ଚର୍ଚ୍ଚକୁ ବ୍ୟାନ କରାଯାଇ ଅନ୍ୟ ଚର୍ଚ୍ଚଗୁଡ଼ିକୁ ଜବତ କରାଯାଇଥିବା ହେତୁ ରୁଷ ସେହି ଅଞ୍ଚଳଗୁଡ଼ିକରେ ନିଜର ସ୍ଥିତିକୁ ଦୋହରାଇବା ପାଇଁ ଲଢ଼ୁଛି।

ପୁଟିନ ପଶ୍ଚିମ ରାଷ୍ଟ୍ର ଉପରେ ଅଭିଯୋଗ ଆଣି କହିଛନ୍ତି ଯେ ୟୁକ୍ରେନରେ ଶାସନ ପରିବର୍ତ୍ତନ କରିବା ପାଇଁ ପଶ୍ଚିମ ରାଷ୍ଟ୍ର ୟୁକ୍ରେନକୁ ସମର୍ଥନ କରି ଯୁଦ୍ଧ ଆରମ୍ଭ କରିବାକୁ ଷଡ଼ଯନ୍ତ୍ର କରିଥିଲେ।

ଡୋନବାସ ଅଞ୍ଚଳର ନାଗରିକଙ୍କ ବିରୋଧରେ ୮ ବର୍ଷ ଧରି ଚାଲିଥିବା ହିଂସା ଉପରେ ପଶ୍ଚିମ ଦେଶଗୁଡ଼ିକ ଚୁପ୍ ରହିଥିଲେ, ତେଣୁ ରୁଷିଆ ଏହି ଅଞ୍ଚଳକୁ ସମର୍ଥନ କରିବାକୁ ବାଧ୍ୟ ହୋଇଥିଲା।

ସେ ଦୋହରାଇ କହିଥିଲେ, “ଆମର ସ୍ୱତନ୍ତ୍ର ସାମରିକ ଅଭିଯାନ ଯୁଦ୍ଧର ଆରମ୍ଭ ନୁହେଁ, ବରଂ ପଶ୍ଚିମ ରାଷ୍ଟ୍ର ୟୁକ୍ରେନର ଜାତୀୟତାବାଦୀମାନଙ୍କୁ ବ୍ୟବହାର କରି ଆରମ୍ଭ କରିଥିବା ଯୁଦ୍ଧକୁ ଶେଷ କରିବାର ଏକ ପ୍ରୟାସ।”


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରେ ଏବେ କୁତୁକୁତୁ ହେଉଛନ୍ତି ଏସବୁ ନେତା: ଆଉ କେତେକ ଅଲୋଡ଼ା

ଭୁବନେଶ୍ୱର, ୨୧।୧(ସୁନିତ୍‌ ମିଶ୍ର): ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କିଛିଦିନ ହେଲା ବହୁମାତ୍ରାରେ ଚଳଚଞ୍ଚଳ ହୋଇ ଦଳୀୟ କାର୍ଯ୍ୟକ୍ରମ କରୁଛନ୍ତି।...

ମହିଳାଙ୍କ ହାତରେ ‘ଆମ ବସ୍’ ଷ୍ଟିୟରିଂ: ଏହି ଦିନରୁ ମିଳିବ ଦାୟିତ୍ୱ

ଭୁବନେଶ୍ୱର,୨୦।୧: ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ବିଶେଷ କରି...

ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଡ଼ ପଦକ୍ଷେପ: ଆସୁଛି ଶକ୍ତିଶାଳୀ ଲେଜର ଅସ୍ତ୍ର

ନୂଆଦିଲ୍ଲୀ,୨୦।୧: ବିଶ୍ୱରେ ବଦଳୁଥିବା ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଏବେ ନିଜସ୍ୱ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଅଧିକ ସୁଦୃଢ଼ କରିବାକୁ ଯାଉଛି। ରୁଷର S-400...

ଭାରତର ଭିତ୍ତିଭୂମି କ୍ଷେତ୍ରରେ ଅଭିବୃଦ୍ଧି: ଡିସେମ୍ବରରେ ୩.୭ ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ,୨୦।୧: ଦେଶର ଶିଳ୍ପାୟନ କ୍ଷେତ୍ରରୁ ଭଲ ଖବର ଆସିଛି। ଭାରତର ୮ଟି ପ୍ରମୁଖ ଭିତ୍ତିଭୂମି କ୍ଷେତ୍ରର ଅଭିବୃଦ୍ଧି ହାର ଡିସେମ୍ବର ମାସରେ ୩.୭ ପ୍ରତିଶତକୁ ବୃଦ୍ଧି...

ବିଶ୍ୱସ୍ତରୀୟ ଭିତ୍ତିଭୂମି ମିଳିଲେ କ’ଣ ହେବ, ଯଦି ଲୋକଙ୍କ ପାଖରେ ନାହିଁ ସାଧାରଣ ଜ୍ଞାନ

କୋଲକାତା/ଗୁୱାହାଟୀ,୨୦।୧: ଦେଶର ପ୍ରଥମ ହାଇଟେକ୍ ‘ବନ୍ଦେ ଭାରତ ସ୍ଲିପର’ ଏକ୍ସପ୍ରେସ୍‌ର ପରିଚାଳନା ଆରମ୍ଭ ହେବା ପୂର୍ବରୁ ଏହାର ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶନିବାର...

ବାଇକ ଧକ୍କା ପରେ ଚାପିଦେଲା ଟ୍ରାକ୍ଟର, ୨ ବର୍ଷ ଶିଶୁର ମୃତ୍ୟୁ

ସୁନ୍ଦରଗଡ଼,୨୦।୧: ସୁନ୍ଦରଗଡ଼ ସହରରେ ମଙ୍ଗଳବାର ଏକ ଶୋକାକୁଳ ପରିସ୍ଥିତି ଦେଖିବାକୁ ମିଳିଛି। ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟରେ ଏକ ଟ୍ରାକ୍ଟର ଚଢ଼ିଯିବା ଫଳରେ ୨ ବର୍ଷର...

ଶେୟାର ବଜାରରେ ହାହାକାର: ୧୦୦୦ ପଏଣ୍ଟ ଖସିଲା ସେନସେକ୍ସ, ନିବେଶକଙ୍କ ୭.୬୭ ଲକ୍ଷ କୋଟି ଟଙ୍କା ସ୍ଵାହା

ମୁମ୍ବାଇ,୨୦।୧: ସପ୍ତାହର ଦ୍ଵିତୀୟ କାର୍ଯ୍ୟ ଦିବସରେ ଭାରତୀୟ ଶେୟାର ବଜାରରେ ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଆଇଟି, ଅଟୋମୋବାଇଲ୍ ଏବଂ ରିଏଲ୍ ଇଷ୍ଟେଟ୍ କ୍ଷେତ୍ରର...

ଓଡ଼ିଶା ନାଁ ନେଇ ଏମିତି କଥା କହିଲେ ପ୍ରଧାନମନ୍ତ୍ରୀ ମୋଦି: ସବୁଠି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୦।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଜପାର ନୂଆ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ମୁଁ ବିଶ୍ୱର ସର୍ବବୃହତ ରାଜନୈତିକ ଦଳର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri