କୋରାପୁଟ,୧।୧୨(ଅମିତାଭ ବେହେରା): କୋରାପୁଟ ସରକାରୀ ଉଛ ବିଦ୍ୟାଳୟ -ଲଙ୍କାପୁଟର ଛାତ୍ରବାସରୁ ନିଖୋଜ ୨୦ ଛାତ୍ର ପୁଣି ଫେରିଛନ୍ତି। ସମସ୍ତେ ନିକଟସ୍ତ ପଣ୍ଡି ପିକନିକ ସ୍ପଟକୁ ଯାଇଥିଲେ ବୋଲି ଛାତ୍ରମାନେ କହିଛନ୍ତି। କିନ୍ତ ଏହି ଘଟଣାକୁ ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ସୋ କଜ ନୋଟିସ ମଗାଯାଇଥିବା କୋରାପୁଟ ବିଡ଼ିଓ ଦେବାଶିଷ ଗୌଡ଼ ପ୍ରକାଶ କରିଛନ୍ତି। ନୋଟିସ ମିଳିବା ପରେ ତଦନ୍ତ କରାଯିବ ବୋଲି ବିଡିଓ କହିଛନ୍ତି।
ସୂଚନାଯୋଗ୍ୟ, ଆଜି ସକାଳୁ ପ୍ରଥମରୁ ପଞ୍ଚମ ର ୨୦ ଜଣ ଛାତ୍ର କୁଆଡେ ଚାଲି ଯାଇଥିବା ଜଣାପଡ଼ିଥିଲା। ଛାତ୍ରବାସ ଆଗରେ ନିଖୋଜ ଛାତ୍ରଙ୍କ ଅଭିବାଭାକମାନେ ଖୋଜାଖୋଜି କରିବା ସହ ହଷ୍ଟେଲ ଆଗରେ କାନ୍ଦ ବୋବାଳି ପଡ଼ିଥିଲା। ଅଭିଭାବକମାନେ ଚିନ୍ତାରେ ଥିବା ବେଳେ ସ୍କୁଲ କର୍ତ୍ତୃପକ୍ଷ ନୀରବ ଥିଲେ। ଲଙ୍କାପୁଟ ସ୍କୁଲରେ ଆଖପାଖ ଗ୍ରାମର ଅର୍ଥାତ, ଶୁକୁ, ହାଟ ସୁକୁ,ପିତେଇ ଭଳି ଗ୍ରାମର ଆଦିବାସୀ ଛାତ୍ରମାନେ ଏଠାରେ ରହି ପାଠ ପଢୁଛନ୍ତି ।
Dharitri – Odisha’s No.1 Odia Daily


