ବାୟୁ ପ୍ରଦୂଷଣ: ଦେଶର ୬ଷ୍ଠ ସ୍ଥାନରେ ଅନୁଗୋଳ

ଅନୁଗୋଳ,୨୭।୧୧(ଦିବ୍ୟଶାନ୍ତନୁ ନାଥ): ଅନୁଗୋଳ ଜିଲାରେ ବାୟୁର ମାନ ୩ଦିନ ହେବ ଲଗାତର ବିପଦସଂକେତ ଉପରେ ରହିଛି। ବାୟୁମଣ୍ଡଳରେ ଦିନକୁ ଦିନ ପ୍ରଦୂଷଣର ମାତ୍ରା ବୃଦ୍ଧି ହେଉଥିବା ବେଳେ ଅନୁଗୋଳର ବାୟୁ ସାଧାରଣ ଲୋକଙ୍କ ଶ୍ୱାସ ଅନୁପଯୋଗୀ ହେଉଛି। ଖଣିଖାଦାନ ସହ କାରଖାନା ଓ ଅତ୍ୟଧିକ ଯାନବାହନ ଚଳାଚଳ ପାଇଁ ଏ ପ୍ରକାର ସ୍ଥିତି ସୃଷ୍ଟି ହୋଇଥିବା ବେଳେ ଜିଲାରେ ବର୍ତ୍ତମାନ ଶ୍ୱାସ ରୋଗ ସମ୍ବନ୍ଧୀୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା

ଦେଖାଯାଇଛି। ସୂଚନା ମୁତାବକ, ଚଳିତମାସ ଆରମ୍ଭ ବେଳକୁ ଅନୁଗୋଳରେ ବାୟୁର ମାନ ସୂଚକାଙ୍କ (ଏକ୍ୟୁଆଇ) ୬୦ ଓ ୬୧ ରହିଥିଲା। ହେଲେ ୩ ତାରିଖଠାରୁ କ୍ରମାଗତ ଭାବେ ଏହି ସୂଚକାଙ୍କ ବଢ଼ିବାରେ ଲାଗିଥିଲା। ପ୍ରଥମେ ୧୦୪, ୧୧୬ ଦେଇ ୧୧ ତାରିଖରେ ଏହା ବୃଦ୍ଧିପାଇ ୨୬୯ରେ ପହଞ୍ଚିଥିଲା। ଗତ ୩ ଦିନ ଧରି ସହର ମଧ୍ୟରେ ପ୍ରଦୂଷଣର ମାତ୍ରା ଏତେ ବୃଦ୍ଧି ହୋଇଛି ଯେ ଏକ୍ୟୁଆଇ ବିପଦସଂକେତ ଦେଇ ଗତି କରୁଛି। ୨୪ ତାରିଖରେ ଏକ୍ୟୁଆଇ ୩୨୨ରେ ପହଞ୍ଚିଥିଲା। ସେହିପରି ୨୫ ତାରିଖରେ ବାୟୁର ମାନ ଆହୁରି ଖରାପ ହୋଇ ୩୫୩ ଛୁଇଁଥିଲା। ବୁଧବାର ଅପରାହ୍ନ ଗୋଟାଏ ବେଳକୁ ଏକ୍ୟୁଆଇ ୩୩୯ ରହିଥିବାବେଳେ ସନ୍ଧ୍ୟା ୬ଟା ବେଳକୁ ସାମାନ୍ୟ ସୁଧାର ଆସି ୩୩୭ ରହିଥିଲା। ଏହି ମାନର ବାୟୁ ସଂସ୍ପର୍ଶରେ ଆସିଲେ ଶାସକ୍ରିୟାଜନିତ ରୋଗ ହେବା ଆଶଙ୍କା ଅଧିକ। ଶ୍ୱାସ ଓ ହୃଦ୍‌ରୋଗୀଙ୍କ ପାଇଁ ଏହା ଅତି ବିପଜ୍ଜନକ। କିଛିଦିନ ହେବ ଏହି ପ୍ରଦୂଷଣ କାରଣରୁ ଅନୁଗୋଳ ସହର ଓ ଆଖପାଖରେ ସକାଳ ଓ ସାରେ କୁହୁଡି ପରି ଧୂଆଁଳିଆ ପରିବେଶ ସୃଷ୍ଟି ହେଉଛି। ଏପରିକି ଗାଁରୁ ସହର ପ୍ରତି ଘରେ ଥଣ୍ଡା ଜନିତ ରୋଗରେ ପ୍ରାୟତଃ ଲୋକ ପୀଡ଼ିତ ହେଉଥିବା ଦେଖାଯାଇଛି। ବାୟୁମଣ୍ଡଳରେ ଧୂଳିକଣା ବୃଦ୍ଧି କାରଣରୁ ଏପରି ସ୍ଥିତି ସୃଷ୍ଟି ହୋଇଥିବା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅନୁଗୋଳ ଆଞ୍ଚଳିକ ଅଧିକାରୀ ରମେଶ କୁମାର ଏକ୍କା କହିଛନ୍ତି।
ବୁଧବାର ଅପରାହ୍ନ ୧ଟା ବେଳକୁ ଉତ୍ତରପ୍ରଦେଶର ଗାଜିଆବାଦ (ଲୋନି ଅଞ୍ଚଳ)ରେ ଏକ୍ୟୁଆଇ ସର୍ବାଧିକ ୪୦୫ ରହିଥିଲା। ଏହାପଛକୁ ନୋଇଡା (ସେକ୍ଟର-୧୨୫ରେ ୩୮୫), ଦିଲ୍ଲୀ (ବାଓ୍ବାନା-୩୭୨), ଉତ୍ତରପ୍ରଦେଶର ହାପୁର(ଆନନ୍ଦବିହାର ୩୬୫), ଗ୍ରେଟର ନୋଇଡା ଏବଂ ଅନୁଗୋଳ ରହିଥିଲା। ସନ୍ଧ୍ୟା ୬ଟା ବେଳକୁ ସ୍ଥିତିରେ ପରିବର୍ତ୍ତନ ଆସି ଗାଜିଆବାଦ (ଲୋନି)ରେ ୪୧୮, ନୋଇଡା (ସେକ୍ଟର ୧୨୫)ରେ ୩୭୬, ଦିଲ୍ଲୀର ବାଓ୍ବାନାରେ ୩୬୬ (ଆନନ୍ଦବିହାରରେ ୩୫୫), ହାପୁରର ଆନନ୍ଦବିହାରରେ ୩୬୬, ଗ୍ରେଟର ନୋଇଡାରେ ୩୫୩ ଏକ୍ୟୁଆଇ ରହିଥିଲା।
ଓଡ଼ିଶା କଥା ଦେଖିଲେ, ଅପରାହ୍ନ ଗୋଟାଏରେ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଅଞ୍ଚଳରେ ଏକ୍ୟୁଆଇ ୩୨୮, ପଟିଆରେ ୩୧୧ ରହିଥିଲା। କଟକରେ ୩୨୪ ଥିବାବେଳେ ବାଲେଶ୍ୱରରେ ୨୯୪, ବାରିପଦାରେ ୨୧୪, ତାଳଚେରରେ ଏକ୍ୟୁଆଇ ୨୪୭ ରହିଥିଲା। ସନ୍ଧ୍ୟା ୬ ବେଳକୁ ଭୁବନେଶ୍ୱର ପଟିଆରେ ୨୯୭, କଟକରେ ୨୯୮, ବାଲେଶ୍ୱରରେ ୨୬୦, ବାରିପଦାରେ ୧୮୯, ତାଳଚେରରେ ଏକ୍ୟୁଆଇ ୨୨୨ ରହିଥିଲା।
ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ମଦନମୋହନ ପ୍ରଧାନ କହିଛନ୍ତି, ଶୀତଦିନେ ପ୍ରଦୂଷଣ ମାତ୍ରା ବୃଦ୍ଧି ଘଟୁଛି। ଦିଲ୍ଲୀ ଭଳି ଅନୁଗୋଳରେ ବାୟୁକ୍‌ମଣ୍ଡଳର ସ୍ଥିତି ଭଲନାହିଁ। ଶ୍ୱାସ ଜନିତ ରୋଗ ବୃଦ୍ଧି ପାଉଛି। ଏନେଇ ଲୋକେ ଆମକୁ ଯୋଗାଯୋଗ ମଧ୍ୟ କରୁଛନ୍ତି। ମୁଖ୍ୟତଃ ସା ସମୟରୁ ଶ୍ୱାସଜନିତ ରୋଗ ଅଧିକ ମାତ୍ରାରେ ପ୍ରଭାବ ଦେଖାଉଥିବା ବେଳେ ସକାଳକୁ ଏହା ସାମାନ୍ୟ ଉପଶମ ହେଉଛି। ଲୋକଙ୍କୁ ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଉଛି। ଶ୍ୱାସ ସମ୍ବନ୍ଧୀୟ ରୋଗରେ ପୀଡ଼ିତ ଲୋକେ ସା ସମୟରେ ସତର୍କ ରୁହନ୍ତୁ। ଗାଁ ଗଣ୍ଡାରୁ ସହର ଯାଏ ଏବେ ଛିଙ୍କ, ଜ୍ୱର, ଥଣ୍ଡା ମଧ୍ୟ ଲାଗି ରହିଥିବା ଡାକ୍ତର ପ୍ରଧାନ କହିଛନ୍ତି।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶସ୍ତାରେ ମିଳିବ ଘର? ବଜେଟରେ ହେବ ବଡ଼ ଘୋଷଣା!

ନୂଆଦିଲ୍ଲୀ,୨୧।୧: ମଧ୍ୟବିତ୍ତ ବର୍ଗର ଲୋକଙ୍କ ପାଇଁ, ଘର ପାଇବା ଏବେ ବି ସ୍ୱପ୍ନ ସାକାର ହେବା ପରି ମନେହୁଏ। ଘରର ମୂଲ୍ୟ ଆକାଶଛୁଆଁ ହେଉଛି, ଏବଂ...

IPL 2026: ହେଲା ବଡ଼ ଘୋଷଣା! ଏହି ୧୮ ପଡ଼ିଆରେ ଖେଳାଯିବ IPL ମ୍ୟାଚ, ରହିଛି ଗୋଟିଏ ବିବାଦୀୟ ଗ୍ରାଉଣ୍ଡ

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ସିଜିନରେ ମ୍ୟାଚ ଖେଳାଯିବ ବୋଲି ସ୍ଥାନ ଘୋଷଣା କରାଯାଇଛି।...

ସୋସିଆଲ ମିଡିଆ ପୋଷ୍ଟ ଉପରେ ଲାଗିଲା କଟକଣା

ବାଲେଶ୍ୱର,୨୧।୧(ବାଞ୍ଛାନିଧି ଦେ): ବାଲେଶ୍ୱରରେ ସୋସିଆଲ ମିଡିଆ ପୋଷ୍ଟ ଉପରେ ଜିଲା ପୋଲିସ ପକ୍ଷରୁ ବୁଧବାର କଟକଣା ଲାଗୁ କରାଯାଇଛିl କୌଣସି ସମ୍ପ୍ରଦାୟ ବିରୋଧରେ ପୋଷ୍ଟ ନ...

ଗାଁରେ କୁକୁର ଆତଙ୍କ: ଗୋଡ଼ାଇ ଗୋଡ଼ାଇ ୭ ଜଣଙ୍କୁ କାମୁଡ଼ିଲା

ପାଟଣା,୨୧ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ବେଗନା ଗ୍ରାମରେ ବୁଧବାର ଏକ ପାଗଳ କୁକୁର ଆକ୍ରମଣରେ ୭ ଜଣ ଗୁରୁତର ଆହତ ହୋଇ...

ପ୍ରତିକ ଯାଦବଙ୍କ ବିସ୍ଫୋରକ ପୋଷ୍ଟ ପରେ ବି ଚୁପ ଅଛନ୍ତି ଅପର୍ଣ୍ଣା, ଇନଷ୍ଟ୍ରାଗ୍ରାମରେ ଭାଜପା ଅଧ୍ୟକ୍ଷଙ୍କୁ ଜଣାଇଲେ ଶୁଭେଚ୍ଛା

ଲକ୍ଷ୍ନୌ,୨୧।୧: ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବ ଏବଂ ତାଙ୍କ ପତ୍ନୀ, ଉତ୍ତର ପ୍ରଦେଶ ରାଜ୍ୟ ମହିଳା କମିଶନର ଉପାଧ୍ୟକ୍ଷ...

ଟ୍ରେନରେ ମୋବାଇଲ ହଜି ଯାଇଛି କି? ମିଳିବ ଏମିତି, ସରକାର କହିଲେ ଟ୍ରିକ୍‌

ନୂଆଦିଲ୍ଲୀ,୨୧।୧: ଯଦି ଟ୍ରେନରେ କିମ୍ୱା ଷ୍ଟେସନରେ ଯାତ୍ରା କରିବା ସମୟରେ ଆପଣଙ୍କର ମୋବାଇଲ ଫୋନ ହଜିଯାଏ କିମ୍ୱା ଚୋରି ହୋଇଯାଏ, ତେବେ ଏହାକୁ ଫେରି ପାଇବାର...

ଯୋଗୀ ସରକାରଙ୍କୁ ଅଲ୍ଟିମେଟମ: ୨୪ ଘଣ୍ଟା ମଧ୍ୟରେ…

ଲକ୍ଷ୍ନୌ,୨୧।୧: ଜ୍ୟୋର୍ତିପୀଠର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ତାଙ୍କ ଓକିଲଙ୍କ ମାଧ୍ୟମରେ ଉତ୍ତର ପ୍ରଦେଶର ଯୋଗୀ ସରକାରଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ନୋଟିସରେ ସ୍ପଷ୍ଟ...

ଏକାବେଳକେ ଆଖିବୁଜିଦେଲେ ଦୁଇ ସାଙ୍ଗ : ଘରକୁ ଫେରିବା ବେଳେ…

ପଡିଆ,୨୧।୧(ଭାସ୍କର ରାଓ): ମାଲକାନଗିରି ଜିଲା ପଡିଆ ସଦର ବ୍ଲକ କମାରଗୁଡା ନିକଟରେ ଦୁର୍ଘଟଣା ଘଟିଛି। ଦୁଇ ସାଙ୍ଗ ଏକ ବାଇକ୍‌ରେ ଯିବା ବେଳେ ଦୁର୍ଘଟଣାରେ ଉଭୟଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri