ପାଠପଢ଼ାରେ ବାଧକ ନ ସାଜୁ ଦୃଷ୍ଟିଶକ୍ତି, ୨୮୦ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା କରି ଡାକ୍ତର…

ଦାରିଙ୍ଗବାଡ଼ି,୨୦ା୧୧(ଅରୁଣ ସାହୁ): ଶିକ୍ଷାର ବିକାଶ ଓ ଛାତ୍ରୀଛାତ୍ରଙ୍କ ସୁବିଧାକୁ ଗୁରୁତ୍ୱ ଦେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା କରାଯାଉଛି। ଏହି କ୍ରମରେ ଛାତ୍ରୀଛାତ୍ରଙ୍କ ଅଧ୍ୟୟନରେ କୌଣସି ସମସ୍ୟା ନ ଉପୁଜିବା ପାଇଁ ବିଶେଷ କରି ଅଧ୍ୟୟନ ବେଳେ ଦୃଷ୍ଟିଶକ୍ତି ବାଧକ ନ ସାଜିବା ପାଇଁ ବଡ଼ ପଦକ୍ଷେପ ନିଆଯାଇଛି। ନିୟମିତ ଶିବିରର ଆୟୋଜନ କରାଯାଇ ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ଚକ୍ଷୁ ପରୀକ୍ଷା କରାଯାଇ ଆବଶ୍ୟକ ସ୍ଥଳେ ଦୃଷ୍ଟିବାଧକ ରହିଥିବା ଛାତ୍ରୀଛାତ୍ର ଆବଶ୍ୟକ ମାଗଣା ଚଷମା, ଔଷଧ ଓ ଚିକିତ୍ସା ଯୋଗାଇଦିଆଯାଉଛି।

ଗୁରୁବାର ସିମନବାଡ଼ି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସରକାରଙ୍କ ପକ୍ଷରୁ ବୀର ସୁରେନ୍ଦ୍ର ସାଏ ଦିବ୍ୟଜ୍ୟୋତି ଯୋଜନାକୁ କାର୍ଯ୍ୟକାରୀ କରାଯାଇ ଏକ ଚକ୍ଷୁ ପରୀକ୍ଷା ଶିବିରର ଆୟୋଜନ କରାଯାଇଥିଲା। ଏଥିରେ ସିମନବାଡ଼ି କ୍ଲଷ୍ଟରର ସିମନବାଡ଼ି ବିଦ୍ୟାଳୟ ସମେତ ବାଡ଼ାବାଙ୍ଗା, କିରିକୁଟି, ଶ୍ରାନିକେତା ପଞ୍ଚାୟତ ଅଞ୍ଚଳରେ ରହିଥିବା ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା। ଏହି ଶିବିରରେ ମୋଟ୍‌ ୨୮୦ ଜଣ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯୫ ଜଣ ଛାତ୍ରୀଛାତ୍ରଙ୍କୁ ଚଷମା ଲାଗିଥିବା ଓ ୩ଜଣ ଛାତ୍ରୀଛାତ୍ରଙ୍କୁ ଅଧିକ ଚିକିତ୍ସା ପାଇଁ ଅନ୍ୟତ୍ର ନିଆଯିବା ପାଇଁ ଚି଼ହ୍ନଟ କରାଯାଇଛି ବୋଲି ଗୋଷ୍ଠୀ ସମ୍ବଳ ଶିକ୍ଷକ ମାନସ କୁମାର ଷଡ଼ଙ୍ଗୀ କହିଛନ୍ତ। ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା ପାଇଁ ଚକ୍ଷୁ ବିଶେଷଜ୍ଞ ଡାକ୍ତର ଦେବଜିତ ଦାସ, ଦୃଷ୍ଟି ବିଜ୍ଞାନୀ ଶିବାଶିଷ ପଣ୍ଡା ଏବଂ ସୁଶ୍ରୀ ଅର୍ଚ୍ଚନା ସ୍ବାଇଁ ପ୍ରମୁଖ ଚକ୍ଷୁ ପରୀକ୍ଷା କରିଥିଲେ। କାର୍ଯ୍ୟକ୍ରମକୁ ଗୋଷ୍ଠୀ ସମ୍ବଳ ଶିକ୍ଷକ ମାନସ କୁମାର ଷଡ଼ଙ୍ଗୀ, ରଶ୍ମିତା ସେନାପତି ପରିଚାଳନା କରିଥିବା ବେଳେ ତାଙ୍କୁ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷୟିତ୍ରୀଶିକ୍ଷକ ସହଯୋଗ କରିଥିଲେ।

ସୂଚନାଯୋଗଏ ଏହା ପୂର୍ବରୁ ମଙ୍ଗଳବାର ମଧ୍ୟ ଏହି କାର୍ଯ୍ୟକ୍ରମ ଦାରିଙ୍ଗବାଡ଼ି କ୍ଲଷ୍ଟରର ରାପଡ଼ାବାଡ଼ି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଦାରିଙ୍ଗବାଡ଼ି ସମେତ ପର୍ତ୍ତମାହା, ଭ୍ରମରବାଡ଼ି ଏବଂ ସିଆଙ୍ଗବାଲି ପଞ୍ଚାୟତ ଅଞ୍ଚଳରେ ରହିଥିବା ବିଦ୍ୟାଳୟଗୁଡ଼ିକର ଛାତ୍ରୀଛାତ୍ରଙ୍କୁ ଚକ୍ଷୁ ପରୀକ୍ଷା କରାଯାଇଥିଲା। ଏଥିରେ ମୋଟ୍‌ ୩ଶହ ୨୨ ଜଣ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା କରାଯାଇ ସେମାନଙ୍କ ମଧ୍ୟରୁ ୧ ଶହ ୫୨ ଜଣଙ୍କୁ ଚଷମା ପ୍ରଦାନ ପାଇଁ ଚି଼ହ୍ନଟ କରାଯିବା ସହ ୧୧ ଜଣଙ୍କୁ ଅଧିକା ଚିକିତ୍ସା ପାଇଁ ଅନ୍ୟତ୍ର ନେବାକୁ ଚି଼ହ୍ନଟ କରାଯାଇଛି। ଏଥିରେ ଚକ୍ଷୁ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ଦାସ ଚକ୍ଷୁ ପରୀକ୍ଷା କରିବା ସହ ଅନ୍ୟ ଉପରୋକ୍ତ ଚକ୍ଷୁ ବିଜ୍ଞାନୀମାନେ ଚକ୍ଷୁ ପରୀକ୍ଷା କରିଥିଲେ। ଏହି ସମସ୍ତ କାର୍ଯ୍ୟକୁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗୋଷ୍ଠୀ ସମ୍ବଳ ଶିକ୍ଷକମାନେ ପରିଚାଳନା କରିଥିଲେ।

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶତାଧିକ ଛତ୍ରୀଛାତ୍ର ଗାଇଲେ ବନ୍ଦେ ମାତରମ୍‌

କେସିଙ୍ଗା,୨୦ା୧ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସି ସ୍ତରୀୟ ବନ୍ଦେ ମାତରମ୍‌ ଗାନ କାର୍ଯ୍ୟକ୍ରମ ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ଅଧ୍ୟକ୍ଷତାରେ ବିଦ୍ୟାପୀଠ ଖେଳ ପଡିଆଠାରେ...

ମାଳତୀଙ୍କୁ ଆଜି ବି ମନେପକାନ୍ତି ସିମନବାଡି ପଞ୍ଚାୟତବାସୀ: ଲୋକଙ୍କ ପାଇଁ କାମ କରି ଚର୍ଚ୍ଚାରେ…

ଦାରିଙ୍ଗବାଡି,୨୦।୧(ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ବର୍ଗତ ମାଳତୀ ସାହୁଙ୍କୁ ଆଜିବି ମନେପକାନ୍ତି ପଞ୍ଚାୟତବାସୀ। ମଙ୍ଗଳବାର ପଞ୍ଚାୟତରେ  ତାଙ୍କର...

ଭାରତ ମାତା ପୂଜନ ଉତ୍ସବରେ ଦୁଲୁକିବ ମଞ୍ଚ, ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ରହିଛି…

ଦାରିଙ୍ଗବାଡି, ୧୯।୧ (ଅରୁଣ ସାହୁ ): ଆସନ୍ତା ସାଧାରଣତନ୍ତ୍ର ଦିବସରେ ୧୪ ତମ ଭାରତ ମାତା ପୂଜନ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ସିମନବାଡି ଦୁର୍ଗା...

ଅଟୋରେ ପେଟିପେଟି ମଦ ଆଣି ବ୍ୟବସାୟ କରୁଛନ୍ତି ଦମ୍ପତି, ଭିଡିଓ ଭାଇରାଲ ପରେ…

ଦାରିଙ୍ଗବାଡ଼ି,୧୯ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ିରେ ବେଧଡ଼କ ଚାଲିଛି ଚୋରା ମଦକାରବାର ଓ ଜୁଆ ଆଡ୍ଡା। ସିମନବାଡ଼ିଠାରୁ ରାଇକିଆକୁ ସଂଯୋଗ କରୁଥିବା ତେଲି...

ସରକାରଙ୍କ ଉପରେ ବର୍ଷିଲା ସରପଞ୍ଚ ମହାସଂଘ, କହିଲା ଆମ ହକ୍‌ ପାଇଁ ଆମେ…

ଦାରିଙ୍ଗବାଡ଼ି,୧୯ା୧(ଅରୁଣ ସାହୁ): ଓଡ଼ିଶା ରାଜ୍ୟ ସରପଞ୍ଚ ମହାସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ରାଣୀଦୁର୍ଗା କଲ୍ୟାଣମଣ୍ଡପଠାରେ କନ୍ଧମାଳ ଜିଲା ସଭାପତି ରୋହିତ...

ଦିନେ ପର୍ଯ୍ୟଟନ କ୍ଷେତ୍ରର କରିଥିଲେ ବିକାଶ, ଆଜି ପର୍ଯ୍ୟଟକ ଭାବେ ଦାରିଙ୍ଗବାଡ଼ି ବୁଲିଲେ ପୂର୍ବତନ ବିଡିଓ, ପୁରୁଣା ଦିନକୁ…

ଦାରିଙ୍ଗବାଡ଼ି,୧୯ା୧(ଅରୁଣ ସାହୁ): ଓଡ଼ିଶାର କଶ୍ମୀରର ଥଣ୍ଡାର ମଜା ନେବାକୁ ଛୁଟିଦିନ ରବିବାରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଦାରିଙ୍ଗବାଡ଼ିର ପର୍ଯ୍ୟଟନକ୍ଷେତ୍ର ଲଭର୍ସ ପଏଣ୍ଟ ସମେତ ହିଲଭିୟୁ...

ଦ୍ଵିତୀୟ ଦିନରେ ଦାରିଙ୍ଗବାଡି ପୋଲିସର ମଦ ଧରପଗଡ଼ ଅଭିଯାନ, ସାବଡ଼ ହେଉଛନ୍ତି ଚୋରା ମଦ ବ୍ୟବସାୟୀ

ଦାରିଙ୍ଗବାଡି,୧୮ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସ ପକ୍ଷରୁ ଦ୍ଵିତୀୟ ଦିନରେ ମଧ୍ୟ ଚୋରାମଦ ଧରପଗଡ଼ ଜୋରଦାର କରାଯାଇଛି । ଦାରିଙ୍ଗବାଡି ଆଇଆଇସି ସଂଗ୍ରାମ କେଶରୀ...

ଦ୍ରୁତଗତି ମଣିଷ ପାଇଁ ଆଣିଥାଏ ମହାବିପତ୍ତି, ଏଥିରୁ ଦୂରେଇ ରହିବାକୁ…

ଦାରିଙ୍ଗବାଡ଼ି,୧୮ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଗାଡ଼ିଚାଳକଙ୍କୁ ନିରାପଦ ଗାଡ଼ି ଚଳାଇବା ନେଇ ସଚେତନ କରାଯାଉଛି। ଗାଡ଼ି ଚଳାଇବା ବେଳେ ସିଟ୍‌ ବେଲ୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri