ମ୍ୟାନେଜରଙ୍କ ମୃତ୍ୟୁ ଘଟଣା: ୧୬ ଘଣ୍ଟା ହେଲା ପଡିରହିଛି ମୃତଦେହ

ଅମରପାଲି,୧୮।୧୧(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ବହଳପଦର ପଞ୍ଚାୟତର ଗୌଡଗାଡ ଠାରେ ଜେସିବି ଧକ୍କାରେ ଜଣେ ନିର୍ମାଣାଧୀନ ସଂସ୍ଥା ମ୍ୟାନେଜରଙ୍କ ଗତ ସୋମବାର ରାତି ୮ଟାରେ ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ ମୃତ୍ୟୁ ହେବାର ୧୬ ଘଣ୍ଟା ବିତିଯାଇଥିଲେ ମଧ୍ୟ ଘଟଣାସ୍ଥଳରେ ମୃତଦେହ ପଡ଼ିରହିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲେ ମଧ୍ୟ ମୃତକଙ୍କ ପରିବାର ଓ ସ୍ଥାନୀୟ ଲୋକେ ପ୍ରତିବାଦ କରିବାରୁ ମୃତଦେହ ଉଦ୍ଧାର କରାଯାଇପାରିନାହିଁ। କ୍ଷତିପୂରଣ ସହିତ ଜେସିବି ଚାଳକକୁ ଗିରଫ କରିବାକୁ ଦାବି କରିବା ସହିତ ନିର୍ମାଣାଧୀନ ସଂସ୍ଥାର ମାଲିକ ଓ ଗାଡି ମାଲିକ ଘଟଣାସ୍ଥଳକୁ ଆସିବାକୁ ଦାବି କରି ପ୍ରତିବାଦ କରିଛନ୍ତି । ସ୍ଥାନୀୟ ଅଞ୍ଚଳର ଲୋକେ ଓ ପରିବାର ଲୋକେ ବୀରମହାରାଜପୁର ଥାନା ଅନ୍ତର୍ଗତ ମୁର୍ଷୁଣ୍ଢି ପଞ୍ଚାୟତର ଚୌକା ଗ୍ରାମର ନରହରି ଭୁକ୍ତାଙ୍କ ସାନପୁଅ ପପୁନ ଭୁକ୍ତା (୨୮)ଙ୍କ ଜେସିବି ଚାପାରେ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ଅମରପାଲି ପୂର୍ତ୍ତ ବିଭାଗର ରାସ୍ତା ଠାରୁ ଗୌଡଗାଡ ଦେଇ ଠେଙ୍ଗୋ ଡ୍ୟାମ ପର୍ଯ୍ୟନ୍ତ ଆରଡି ବିଭାଗ ତରଫରୁ ରାସ୍ତା କାମ ହେଉଛି। ଏଥିପାଇଁ ଗୌଡ଼ଗାଡ ଗାଁ ମୁଣ୍ଡରେ ବନ୍ଦ ହୋଇଥିବା ଏକ ଢାବାରେ ଉକ୍ତ ନିର୍ମାଣାଧୀନ ସଂସ୍ଥା ତାହାର କ୍ୟାମ୍ପ କରିଥିଲା। ସୋମବାର କାମ ସରିଲା ପରେ କ୍ୟାମ୍ପକୁ ସମସ୍ତେ ଆସିଥିଲେ। ଏହି ସମୟର ଉକ୍ତ ରାସ୍ତାର କାମ ବୁଝାସୁଝା କରୁଥିବା ମ୍ୟାନେଜର ପପୁନ ଓଡି ୦୮ଜେ ୧୩୫୭ ନମ୍ବର ବିଶିଷ୍ଟ ନିଜ ବାଇକକୁ ରଖି କ୍ୟାମ୍ପ ଆଗରେ ବାଇକ ପାଖରେ ଠିଆ ହୋଇଥିଲେ। ଏହି ସମୟର ଉକ୍ତ ରାସ୍ତାର କାମ କରୁଥିବା ଏକ ଜେସିବିକୁ ମଧ୍ୟ ରଖିବାକୁ ଡ୍ରାଇଭର ଆଣୁଥିଲା। ଏହି ସମୟରେ ଜେସିବିଟି ଜୋର୍‌ରେ ଧକ୍କା ଦେଇଥିଲା। ଫଳରେ ପପୁନଙ୍କ ମୁଣ୍ଡ ଓ ମୁହଁରୁ ପ୍ରବଳ ରକ୍ତସ୍ରାବ ହୋଇ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରେ ଠେଙ୍ଗୋ ଡ୍ୟାମ ଫାଣ୍ଡି ଅଧିକାରୀ ବିଭୂନ୍ଦ୍ର ବରାଳ ଆସି ତଦନ୍ତ କରିଛନ୍ତି। ଦୁର୍ଘଟଣା ଘଟାଇଥିବା ଜେସିବିକୁ ଧରିବାକୁ ତନାଘନା ଚାଲିଥିବା ପୋଲିସ କହିଛି। ଦୁର୍ଘଟଣା ଘଟାଇଥିବା ଜେସିବିକୁ ଧରି ଡ୍ରାଇଭର ଫେରାର ହୋଇଛି। ଜେସିବିଟି ଚାରମାଳ ଥାନା ବଡ଼ମାଳ ଫାଣ୍ଡି ଅଞ୍ଚଳର ସୁନାମୁଦି ଗ୍ରାମର ବୋଲି ସେହି ନିର୍ମଣାଧୀନ ସଂସ୍ଥାରେ କାମ କରୁଥିବା ଅନ୍ୟ ଯୁବକମାନେ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ବୀରମହାରାଜପୁର ଥାନାରେ କୌଣସି ମାମଲା ରୁଜୁ ହୋଇ ନ ଥିବା ଜଣାପଡ଼ିଛି। ତେବେ ଏଯାଏ ମୃତଦେହ ପଡି ରହିଥିବାରୁ ଗୌଡ଼ଗାଡ ଗ୍ରାମର ମନ୍ଦିରମାନଙ୍କରେ ପୂଜାପାଠ ହୋଇ ପାରୁ ନାହିଁ। ମୃତଦେହ ପଡ଼ିଥିବାରୁ ଗ୍ରାମର କହାରିଘରେ ରୋଷେଇ ମଧ୍ୟ କରି ପାରୁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri