ମାଟିରେ ମିଶିଲା ସନ୍ଦିଗ୍ଧ ବାଂଲାଦେଶୀଙ୍କ ଘର

ଜଗତ୍‌ସିଂହପୁର,୧୮ା୧୧(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଥାନା ଅନ୍ତର୍ଗତ ଧନିପୁର ନିକଟ ବେହେରାମପୁରସ୍ଥିତ ଏକ ନିରୋଳା ସ୍ଥାନରେ ସନ୍ଦେହଜନକ ଭାବେ ବାଂଲାଦେଶୀ ଅନୁପ୍ରବେଶକାରୀ ଥିବା ନେଇ ରବିବାର ରାତିରେ ସୂଚନା ମିଳିଥିଲା। ଏହି ଆଧାରରେ ଜଗତ୍‌ସିଂହପୁର ପୋଲିସ ସେଠାରେ ଚଢ଼ାଉ କରିଥିଲା। ଏହି ସମୟରେ ଉକ୍ତ ବସ୍ତିରେ ରହୁଥିବା ସନ୍ଦିଗ୍ଧ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସହ ପୋଲିସର ଧସ୍ତାଧସ୍ତି ହୋଇଛି। ଏଥିରେ ଅତିରିକ୍ତ ଏସ୍‌ପି ଓ ୨ ଜଣ କନଷ୍ଟେବଲ ଆହତ ହୋଇଛନ୍ତି। ଏହାପରେ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଆବଶ୍ୟକ ସଂଖ୍ୟକ ପୋଲିସ ଓ ଫୋର୍ସ ପହଞ୍ଚତ୍ ଉକ୍ତ ସ୍ଥାନକୁ ସିଲ୍‌ କରିବା ସହ ଗଣ୍ଡଗୋଳରେ ନେତୃତ୍ୱ ନେଇଥିବା ୨ ଜଣ ମହିଳାଙ୍କୁ ଗିରଫ କରିଛି। ଏଥିସହ ଅନ୍ୟ ୩ ଜଣଙ୍କୁ ଉଠାଇ ଆଣି ପଚରାଉଚୁରା କରୁଛି। ଅଭିଯୁକ୍ତମାନେ ହେଲେ ଘର ମାଲିକ ତଥା ଜଗତ୍‌ସିଂହପୁର ଥାନା ଧନିପୁର ଗ୍ରାମର ସିକନ୍ଦର ଆଲାମ ଓରଫ ସେଇକୋ, ଏହି ଗାଁର ଅବଦୁଲ ମୋତାଲିଫ ଖାନ ଓରଫ ଟିକି, ଅବଦୁଲ ଜବାର ଖାନଙ୍କ ଝିଅ ବଦୃନିଷା, କୃଷ୍ଣାନନ୍ଦପୁର ଥାନା ପାଇକକୂଳ ଗ୍ରାମର ପରୱିନ୍‌ ବିବି (୩୪) ଓ କେନ୍ଦ୍ରାପଡ଼ା ଜିଲା ପାଟକୁରା ଥାନା ତ୍ୟେଣ୍ଡାକୁରା ଆଉଜଙ୍ଗ ଗ୍ରାମର ମିର୍ଜା ସାଜୁଦ୍ଦିନ ବେଗଙ୍କ ସ୍ତ୍ରୀ ସାୱନ ଆଜମି (୩୯)। ସେମାନଙ୍କ ନିକଟରୁ ଏକ ଦେଶୀ ପିସ୍ତଲ ସହ ୫ ଖଣ୍ଡା ଓ ୭ଟି ଧାରୁଆ ଅସ୍ତ୍ର ଜବତ କରାଯାଇଛି। ତେବେ ୩୦ରୁ ଊର୍ଦ୍ଧ୍ୱ ସନ୍ଦିଗ୍ଧ ବାଂଲାଦେଶୀ ଅନୁପ୍ରବେଶକାରୀ ଖସିଯିବାକୁ ସମର୍ଥ ହୋଇଛନ୍ତି। ସେମାନଙ୍କୁ ଗିରଫ ପାଇଁ ପୃଥକ୍‌ ଦଳ ଗଠନ କରାଯାଇଛି।
ଅପରପକ୍ଷେ ସୋମବାର ଜିଲାପାଳ, ଏସ୍‌ପି, ଉପଜିଲାପାଳ, ଅତିରିକ୍ତ ଏସ୍‌ପି ଓ ଏସ୍‌ଡିପିଓ ଆଦିଙ୍କ ଉପସ୍ଥିତିରେ ସରକାରୀ ଜମିରେ ହୋଇଥିବା ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ୧୦ଟି ଆଜବେଷ୍ଟସ ଗୃହକୁ ବୋଲଡୋଜର ଜରିଆରେ ଭାଙ୍ଗି ଦିଆଯାଇଛି। ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ କେନ୍ଦ୍ରାଞ୍ଚଳ ଡିଆଇଜି ସତ୍ୟଜିତ ନାୟକ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶରେ ରାଜ୍ୟବ୍ୟାପୀ ବେଆଇନ ଭାବେ ରହୁଥିବା ବାଂଲାଦେଶୀ ଅନୁପ୍ରବେଶକାରୀ ଓ ମ୍ୟାନ୍‌ମାର ବାସିନ୍ଦାଙ୍କୁ ଚିହ୍ନଟ କରାଯାଉଛି। ଏନେଇ ଜଗତ୍‌ସିଂହପୁର ପୋଲିସ ଓ ପ୍ରଶାସନ ପକ୍ଷରୁ ମିଳିତ ଅପରେଶନ ଚାଲିଛି। ଭାରତ ସରକାର ଦେଶ ବାହାର ବିଶେଷକରି ବାଂଲାଦେଶ ଓ ମ୍ୟାନ୍‌ମାରରୁ ବେଆଇନ ଭାବେ ଆସି ଆମ ଦେଶରେ ରହୁଥିବା ଲୋକଙ୍କୁ ସେମାନଙ୍କ ଦେଶକୁ ପଠାଇବା ପାଇଁ ବ୍ୟବସ୍ଥା କରୁଛନ୍ତି। ଏହି ଅନୁଯାୟୀ ପ୍ରଥମେ ସେମାନଙ୍କୁ ଚିହ୍ନଟ ଓ ପରେ ଭୋଟର ତାଲିକାରୁ ନାଁ କଟାଯିବ। ଏହାପରେ ସେମାନଙ୍କୁ ନିଜ ଦେଶକୁ ପଠାଇବା ପାଇଁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।
ଖବରଦାତା ସମ୍ମିଳନୀରେ ଜିଲାପାଳ ଜେ. ସୋନାଲ ଯୋଗଦେଇ କହିଛନ୍ତି, ବହୁତ ବାଂଲାଦେଶୀ ଅନୁପ୍ରବେଶକାରୀ ବେଆଇନ ଭାବେ ଆସିଛନ୍ତି। ଏବେ ସେମାନଙ୍କ ମଧ୍ୟରୁ କେଉଁମାନେ ବେଆଇନ ଭାବେ ଆସିଛନ୍ତି ତାହା ଚିହ୍ନଟ କରିବାକୁ ପଡ଼ିବ, ଯଦି ବେଆଇନ ଭାବେ ଆସିଥିବେ ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ବେହେରାମପୁର ସନ୍ଦିଗ୍ଧ ବାଂଲାଦେଶୀ ଅନୁପ୍ରବେଶକାରୀମାନେ ପଶ୍ଚିମବଙ୍ଗର ବାସିନ୍ଦା ବୋଲି କାଗଜପତ୍ର ଦେଖାଉଛନ୍ତି। ଏହା ଠିକ୍‌ କି ଭୁଲ୍‌ ତାହା ଜାଣିବା ପାଇଁ ପଶ୍ଚିମବଙ୍ଗ ସରକାରଙ୍କ ନିକଟକୁ ଚିଠି କରାଯିବ। ଯେହେତୁ ପଶ୍ଚିମବଙ୍ଗରେ ଏସ୍‌ଆଇଆର୍‌ ଚାଲିଛି, ଏହା ଜାଣିବା ଜରୁରୀ। ଏନେଇ ସେଠାକାର ସରକାରଙ୍କ ଉତ୍ତରକୁ ଅପେକ୍ଷା ରହିବ। ତା’ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ଏଥିସହ ଜିଲାରେ ବେଆଇନ ଭାବେ ରହୁଥିବା ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଚିହ୍ନଟ ପ୍ରକ୍ରିୟାକୁ କ୍ରିୟାଶୀଳ କରାଯିବ। ଏହି ଅବସରରେ ଏସ୍‌ପି ଅଙ୍କିତ ବର୍ମା କହିଛନ୍ତି, ଅଭିଯୁକ୍ତମାନେ ଉପଯୁକ୍ତ ପ୍ରମାଣପତ୍ର ଦେଖାଇ ନ ପାରିଲେ କାର୍ଯ୍ୟାନୁଷ୍ଠାନ ହେବ। ମୁଖ୍ୟ ଅଭିଯୁକ୍ତ ତଥା ଘର ମାଲିକ ସିକନ୍ଦର ଫେରାର ଅଛନ୍ତି। ସେ ବେଆଇନ ଭାବେ ବାଂଲାଦେଶ ଓ ଅନ୍ୟ ଦେଶ, ରାଜ୍ୟର ଲୋକଙ୍କୁ ଆଣି ଉକ୍ତ ସ୍ଥାନରେ ରଖିବା ସହ ଅନେକ ବେଆଇନ କାମରେ ନିୟୋଜିତ କରୁଥିବା ପ୍ରାଥମିକ ତଦନ୍ତରୁ ଜଣାଯାଇଛି। ତାଙ୍କୁ ଗିରଫ ପରେ ଅନେକ କିଛି ସ୍ପଷ୍ଟ ହୋଇଯିବ। ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଏସ୍‌ଡିପିଓ ଆଜିଙ୍କ୍ୟ ମାଣେ ଉପସ୍ଥିତ ଥିଲେ ।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ଛାତ୍ରଙ୍କୁ ମାଡ଼ ମାରି ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ, ଜିଲା ନ ଛାଡ଼ିବାକୁ ନିର୍ଦ୍ଦେଶ

ସୁନ୍ଦରଗଡ଼,୨୧।୧(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ବ୍ଲକରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଛାତ୍ରଙ୍କୁ ମାଡ଼ ମାରିବା ଏବଂ କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

ସୁସ୍ଥ ପରିବେଶ ଗଠନ ପାଇଁ ସଚେତନତା, ନୂଆ କମିଟି ଚୟନ….

ରାୟଗଡ଼ା,୨୧।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ଗ୍ରାମ ନିକଟସ୍ଥ ସେବା ସମାଜ ଗୃହ ଠାରେ ପ୍ରେସ କ୍ଲବର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି...

ମନର ଧାରଣା ନା ସତରେ ଦ୍ରୁତ ବେଗରେ ବାଇକ୍‌ ଚଳାଇଲେ ଅଧିକ ଇନ୍ଧନ ଖର୍ଚ୍ଚ ହୁଏ? ମନରେ ଦ୍ୱନ୍ଦ୍ୱ ଥିଲେ କରନ୍ତୁ ଦୂର…

ନୂଆଦିଲ୍ଲୀ,୨୧।୧: ପ୍ରତ୍ୟେକ ବାଇକ୍‌ ଆରୋହୀଙ୍କ ମନରେ ସାଧାରଣ ପ୍ରଶ୍ନ ଆସେ ଯେ ବାସ୍ତବରେ କ’ଣ ଦ୍ରୁତ ବେଗରେ ଗାଡ଼ି ଚଳାଇଲେ ଅଧିକ ପେଟ୍ରୋଲ ଖର୍ଚ୍ଚ ହୁଏ...

ଭାରତର ୭ ବଡ଼ ବ୍ୟବସାୟୀ ଟ୍ରମ୍ପଙ୍କ ସହ କରିବେ ଡିନର୍‌, ଶକ୍ତି ପ୍ରଦର୍ଶନ କରିବ ଭାରତ

ନୂଆଦିଲ୍ଲୀ,୨୧।୧: ଡାଭୋସରେ ଚାଲିଥିବା ବିଶ୍ୱ ଅର୍ଥନୈତିକ ଫୋରମ (WEF) ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନେକ ବଡ଼ ଭାରତୀୟ ବ୍ୟବସାୟୀଙ୍କୁ ଭେଟିବେ। NDTV ଅନୁଯାୟୀ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri