ପାଟଣା,୧୫।୧୧(ବୀର କିଶୋର ଦାଶ): ପ୍ରଜ୍ଞାନ ମିଶନ ତରଫରୁ ସପ୍ତମ ଓଡ଼ିଶା ରାଜ୍ୟ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ମୁଖ୍ୟାଳୟ ସରସ୍ବତୀ ଶିଶୁ ମନ୍ଦିର ସଭା ଗୃହରେ ଅନୁଷ୍ଠିତ ହୋଇଛି । ପ୍ରଜ୍ଞାନ ମିଶନ ଗୀତା ପ୍ରତିଯୋଗିତା ଜିଲା ସଂଯୋଜକ ବିବେକାନନ୍ଦ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟ କ୍ରମରେ ବ୍ଲକର ବିଭିନ୍ନ ମହାବିଦ୍ୟାଳୟ, ବିଦ୍ୟାଳୟର ଛାତ୍ରୀଛାତ୍ର ଯୋଗ ଦେଇ ଭଗବତ୍ ଗୀତାର ପଞ୍ଚମ ଅଧ୍ୟାୟ କର୍ମ ସନ୍ନ୍ୟାସ ଯୋଗକୁ ଆବୃତ୍ତି କରିଥିଲେ।
ଆୟୋଜିତ ପୁରସ୍କାର ବିତରଣ ଉତ୍ସବ ସ୍ଥାନୀୟ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଗଣେଶ୍ୱର କରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବଡପାଟଣା ସରପଞ୍ଚ ବିନତି ବାନାରା,ମୁଖ୍ୟବକ୍ତା ଭାବେ ପାଟଣା ବ୍ଲକ ପୂର୍ବତନ ଅଧ୍ୟକ୍ଷ ବିଦ୍ୟାଧର ଦାଶ ସମ୍ମାନିତ ଅତିଥି ଭାବେ ପଣ୍ଡିତ କ୍ଷୀରୋଦ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇ ଭଗବତ୍ ଗୀତାଧ୍ର ଉପକାରିତା ଉପରେ ଆଲୋକ ପାତ କରିଥିଲେ। ସଂଯୋଜକ ଦାଶ ପ୍ରଜ୍ଞାନ ମିଶନର ଆଭିମୁଖ୍ୟରେ ଉପରେ ଆଲୋକ ପାତ କରିଥିଲେ। ଆୟୋଜିତ ସଭାରେ ସଂଯୋଜକ ଦାଶ ଧନ୍ୟବାଦ ଦେଇଥିଲେ। ସଭା କାର୍ଯ୍ୟକୁ ବେଣୁଧର ମହାନ୍ତ ସଂଯୋଜନା କରିଥିଲେ।
ଗ୍ରୁପରେ ପ୍ରଥମ ସ୍ଥାନରେ ହିମାଦ୍ରୀ ତନୟା ମହାନ୍ତ, ଦ୍ୱିତୀୟ ସ୍ଥାନରେ ଶ୍ରୀକ୍ରିଷ୍ଣା ପଣ୍ଡା, ତୃତୀୟରେ ଲଭ୍ଲି ନାଏକ, ଗ୍ରୁପ ଖରେ ପ୍ରଥମ ସ୍ଥାନରେ ପ୍ରତିଭା ପ୍ରି ରଣା, ଦ୍ୱିତୀୟ ପଲ୍ଲବୀ ମହାନ୍ତ, ତୃତୀୟରେ ତେଜସ୍ମିତା ମହାନ୍ତ, ଗ୍ରୁପ କ’ରେ ପ୍ରଥମ ସ୍ଥାନରେ ଆଦ୍ୟାଶା କର, ଦ୍ୱିତୀୟରେ ପ୍ରଲନ ପିହୁ ମହାନ୍ତ, ତୃତୀୟରେ ରାଜ କୁମାର ବେହେରା ରହିଥିଲେ। ସମସ୍ତ ବର୍ଗର ପ୍ରଥମ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଥିବା ପ୍ରତିଯୋଗୀଙ୍କୁ ଅତିଥିମାନେ ମାନପତ୍ର ଓ ଗୀତା ଗ୍ରନ୍ଥ ଦେଇ ପୁରସ୍କୃତ କରିଥିଲେ। ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ଗୀତା ପ୍ରଦାନ କରାଯାଇଥିଲା
ବିଚାରକ ଭାବେ ପଣ୍ଡିତ କ୍ଷୀରୋଦ କୁମାର ମିଶ୍ର, ଗଜେନ୍ଦ୍ର ମିଶ୍ର, ସଂସ୍କୃତ ଶିକ୍ଷକ ହଳଧର ମହାନ୍ତ ଓ ଶିକ୍ଷୟିତ୍ରୀ ଶର୍ମିଷ୍ଠା ସୋରେନ, ତ୍ରିବେଣୀ ମହାନ୍ତ ପ୍ରମୁଖ କାର୍ଯ୍ୟ ତୁଲାଇ ଥିଲେ।
ଆଚର୍ଯ୍ୟା ରେବତୀ ତ୍ରିପାଠୀ ଓ ନମିତା ମହାନ୍ତ ପ୍ରମୁଖ କାର୍ଯ୍ୟ ପରିଚାଳନା କରିଥିଲେ।


