ନୂଆପଡା ଉପନିର୍ବାଚନରେ ଭାଜପା ପାର୍ଥୀ ଜୟ ଢୋଲକିଆ ବିପୁଳ ଭୋଟରେ ଜୟଯୁକ୍ତ ହୋଇଛନ୍ତି। ବର୍ତ୍ତମାନ ସେ ବିଧାୟକ ଭାବେ ଶପଥ ଗ୍ରହଣ କରିବେ। ତେବେ ଜାଣିଛନ୍ତି କି ତାଙ୍କୁ ବିଧାୟକ ଭାବେ କେତେ ଟଙ୍କା ଦରମା ମିଳିବ?
ଜଣେ ସାଧାରଣ ବିଧାୟକ ଭାବେ ଜୟଙ୍କୁ ମାସିକ ଦରମାରେ ତାଙ୍କ ବେତନ ସହ ଅନ୍ୟାନ୍ୟ ଆନୁଷାଙ୍ଗିକ ଭତ୍ତା ମିଳିବ। ଓଡ଼ିଶାରେ ବିଧାୟକଙ୍କ ମୂଳ ଦରମା ୩୫,୦୦୦ ଟଙ୍କା ରହିଛି। ତେବେ ଅନ୍ୟାନ୍ୟ ଭତ୍ତା (ବିଧାନ ମଣ୍ଡଳ ଭତ୍ତା, ଅଫିସ ଖର୍ଚ୍ଚ, ଫୋନ-ଇଣ୍ଟରନେଟ ଭତ୍ତା) ବାବଦକୁ ମାସକୁ ଆହୁରି ଅତିରିକ୍ତ ୬୫,୦୦୦ ଟଙ୍କା ସହାୟତା ରାଶି ମିଳିଥାଏ ।
ଏହା ବ୍ୟତୀତ ବିଧାନସଭା ସେସନ ସମୟରେ ବିଧାୟକଙ୍କୁ ପ୍ରତିଦିନ ୧୫୦୦ ଟଙ୍କା ଡେଲି ଆଲାଉନ୍ସ ମିଳିଥାଏ। ଏହାଛଡା ବିଧାୟକଙ୍କ ପାଇଁ ରାଜ୍ୟ ଭିତରେ ଯାତ୍ରା ଖର୍ଚ୍ଚ ଓ ମେଡିକାଲ ସୁବିଧା ମଧ୍ୟ ଉପଲବ୍ଧ ରହିଛି।
ପ୍ରତି ବିଧାୟକଙ୍କୁ ପ୍ରତିବର୍ଷ ୩ କୋଟି ଟଙ୍କାର ଏମଏଲଏ ଲୋକାଲ ଏରିଆ ଡେଭଲପମେଣ୍ଟ (LAD) ପାଣ୍ଠି ମିଳିଥାଏ। ଏହି ପାଣ୍ଠିକୁ ବିଧାୟରମାନେ ନିଜ ନିର୍ବାଚନମଣ୍ଡଳୀର ଉନ୍ନତୀମୂଳକ କାର୍ଯ୍ୟରେ ବିନିଯୋଗ କରିଥାନ୍ତି। ଏହାଛଡା ପୂର୍ବତନ ବିଧାୟକମାନଙ୍କୁ ମାସିକ ୩୫,୦୦୦ ଟଙ୍କା ପେନସନ ମଧ୍ୟ ପ୍ରଦାନ କରାଯାଇଥାଏ। ଅର୍ଥାତ ନୂଆପଡା ବିଧାୟକ ଜୟ ଢୋଲକିଆ ବର୍ତ୍ତମାନ ମାସକୁ ୧ ଲକ୍ଷ ଟଙ୍କା ଦରମା ପାଇବେ।


