କୌଣସି ନିଶାରେ ପଡ଼ିଯାଇଛନ୍ତି କି? ଏଥିରୁ କେମିତି ମୁକୁଳିବେ ସେହି ଚିନ୍ତା ଘାରୁଛି କି? ଯଦି ଏପରି କିଛି ହେଉଥାଏ ତେବେ ଏକ ସହଜ ଉପାୟ ଅବଲମ୍ବନ କରି ନିଶାଦ୍ରବ୍ୟଠାରୁ ଦୂରେଇ ରହିପାରିବେ।
ଏଥିପାଇଁ ସୁଗାର ନ ଥିବା ଚୁଇଙ୍ଗମ ବ୍ୟବହାର କରିପାରନ୍ତି। ସ୍ଥଳବିଶେଷରେ ଚୁଇଙ୍ଗମ ସ୍ଥାନରେ ଲବଙ୍ଗ ଓ ଗୁଜୁରାତି ମଧ୍ୟ ବ୍ୟବହାର କରାଯାଇପାରେ। ଯେଉଁମାନେ ଚେନ୍ ସ୍ମୋକର ଏବଂ ଦୀଘଦିନ ଧରି ଧୂମପାନ କରୁଛନ୍ତି ସେମାନେ ଏଥିରେ ବୈଷୟିକ ଜ୍ଞାନ ଥିବା ବ୍ୟକ୍ତିମାନଙ୍କଠାରୁ ପରାମର୍ଶ ନେବା ଉଚିତ।
ଏଥିପାଇଁ ମଧ୍ୟ ‘କୁଇଟ୍ ସ୍ମୋକ୍ ଥେରାପି’ (ଧୂମପାନ ତ୍ୟାଗ ଚିକିତ୍ସା) ଉପଲବ୍ଧ। ଧୂମପାନ ତ୍ୟାଗର ମାତ୍ର କେଇଦିନ ମଧ୍ୟରେ ଶୁଙ୍ଘିବା ଶକ୍ତି ଏବଂ ଜିଭର ସ୍ବାଦ ଅନୁଭବ କରିବା ଶକ୍ତିରେ ଉନ୍ନତି ପରିଲକ୍ଷିତ ହୋଇଥାଏ। ସେହିପରି ମାତ୍ର କେଇ ସପ୍ତାହରେ କଫର ପରିମାଣ କମି ଯାଇଥାଏ ଏବଂ ଫୁସଫୁସର କାର୍ଯ୍ୟରେ ଉନ୍ନତି ଘଟିଥାଏ। ଧୂମପାନ ତ୍ୟାଗର ବର୍ଷେ ଭିତରେ ହୃଦ୍ଜନିତ ରୋଗ ହେବାର ଆଶଙ୍କା ପ୍ରାୟ ୫୦ ପ୍ରତିଶତ କମିଯାଏ। ଧୂମପାନ ତ୍ୟାଗ କରିବା ଦ୍ୱାରା ଜୀବନକାଳ ବଢ଼ିଥାଏ। ଏହାଦ୍ୱାରା ନିଜର ଉପକାର ହେବା ସହ ଅନ୍ୟମାନେ ମଧ୍ୟ ଲାଭବାନ ହୋଇଥାଆନ୍ତି। ନିଜକୁ ଅତ୍ୟଧିକ ପଜିଟିଭ ଏବଂ ସ୍ମାର୍ଟ ଲାଗେ। ନିଶାଦ୍ରବ୍ୟ ସେବନ ସହ ଜଡିତ ଥିଲେ ଏଥିରୁ ନିବୃତ୍ତ ରହିବା ଲାଗି ଅଭିଜ୍ଞ ନିଶା ନିବାରଣ ବିଶେଷଜ୍ଞଙ୍କ ସହ ପରାମର୍ଶ କରିବାକୁ ଭୁଲନ୍ତୁ ନାହିଁ।


