ନୂଆପଡ଼ା,୯।୧୧(ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷଦିନ। ରବିବାର ଅପରାହ୍ନ ୪ଟାରୁ ସାଇଲେନ୍ସ ପିରିୟଡ ଲାଗୁ ହେବ। ସାଇଲେନ୍ସ ପିରିୟଡ ପୂର୍ବରୁ ସମସ୍ତ ପ୍ରଚାର ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନର। ବାହାର ଲୋକଙ୍କୁ ନୂଆପଡ଼ା ଛାଡ଼ିବାକୁ କଡ଼ା ନିର୍ଦ୍ଦେଶାନାମା ଜାରି ହୋଇଛି। ଭୋଟିଂର ୪୮ ଘଣ୍ଟା ପୂର୍ବରୁ ନିର୍ବାଚନ କଣ୍ଟେଣ୍ଟ ପ୍ରସାରଣ ନ କରିବାକୁ ଅପିଲ ମଧ୍ୟ କରାଯାଇଛି। ମୁକ୍ତ, ଅବାଧ ଓ ଶାନ୍ତିପୂର୍ଣ୍ଣ ପରିବେଶରେ ମତଦାନ କରିବାକୁ ନିର୍ଦ୍ଦେଶାବଳୀ ଜାରି ହୋଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି ହୋଇଛି।


