UPI ଟ୍ରାଞ୍ଜାକ୍ସନରେ ରେକର୍ଡ: ଗୋଟିଏ ଦିନରେ ୭୫ କୋଟି ଟଙ୍କା କାରବାର, ଅକ୍ଟୋବରରେ ଅତିକ୍ରମ କଲା…

ନୂଆଦିଲ୍ଲୀ,୩।୧୧: ଭାରତରେ ଡିଜିଟାଲ୍ ଅର୍ଥନୀତିର ପରିମାଣ ବଢ଼ିବାରେ ଲାଗିଛି। ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ର ତଥ୍ୟ ଅନୁଯାୟୀ, ଗତ ଅକ୍ଟୋବର ୨୦୨୫ରେ ୟୁନିଫାଏଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ (UPI) ମାଧ୍ୟମରେ ସର୍ବକାଳୀନ ସର୍ବୋଚ୍ଚ ରେକର୍ଡ କାରବାର ହୋଇଛି।

ଅକ୍ଟୋବରରେ ମୋଟ 20.7 ବିଲିୟନ୍ ଟ୍ରାଞ୍ଜାକ୍ସନ୍ କରାଯାଇଛି, ଯାହା ପୂର୍ବର ସମସ୍ତ ରେକର୍ଡକୁ ଭାଙ୍ଗି ଦେଇଛି। ଏହି କାରବାରର ମୋଟ ମୂଲ୍ୟ ଥିଲା 27.28 ଲକ୍ଷ କୋଟି ଟଙ୍କା, ଯାହା ମୂଲ୍ୟ ଦୃଷ୍ଟିରୁ ମଧ୍ୟ ଏକ ନୂଆ ଉଚ୍ଚତା। ପାର୍ବଣ ଋତୁରେ (ଦଶହରା ଓ ଦୀପାବଳି) ଗୋଟିଏ ଦିନରେ ସର୍ବାଧିକ 750 ମିଲିୟନ୍ (ପ୍ରାୟ 75 କୋଟି) ଟ୍ରାଞ୍ଜାକ୍ସନ୍ କରାଯାଇଛି।

ଏହି ମାସରେ ପ୍ରତିଦିନ ହାରାହାରି 66.8 କୋଟି ଟ୍ରାଞ୍ଜାକ୍ସନ୍ ହୋଇଛି, ଯାହାର ଦୈନିକ ହାରାହାରି ମୂଲ୍ୟ ଥିଲା 87,993 କୋଟି ଟଙ୍କା। ସେପ୍ଟେମ୍ବର ୨୦୨୫ ତୁଳନାରେ କାରବାର ମୂଲ୍ୟରେ 9.5 ଏବଂ ଅକ୍ଟୋବର ୨୦୨୪ ତୁଳନାରେ 16 ବୃଦ୍ଧି ହୋଇଛି। ବିଶେଷଜ୍ଞଙ୍କ ମତରେ, ଏହି ବୃଦ୍ଧି ଭାରତର ମଜବୁତ ଡିଜିଟାଲ୍ ଭିତ୍ତିଭୂମିକୁ ଦର୍ଶାଉଛି। ସହରରୁ ଗାଁ ପର୍ଯ୍ୟନ୍ତ ସବୁ ସ୍ତରରେ ଲୋକମାନେ ଡିଜିଟାଲ୍ ପେମେଣ୍ଟକୁ ଆପଣାଇ ସାରିଛନ୍ତି।

ବର୍ତ୍ତମାନ ୟୁପିଆଇ 7ଟି ଦେଶ – UAE, ସିଙ୍ଗାପୁର, ଭୁଟାନ, ନେପାଳ, ଶ୍ରୀଲଙ୍କା, ଫ୍ରାନ୍ସ ଏବଂ ମରିସସ୍ -ରେ କାର୍ଯ୍ୟ କରୁଛି। ଫ୍ରାନ୍ସରେ ଏହାର ଶୁଭାରମ୍ଭକୁ ୟୁରୋପରେ ଏକ ବଡ଼ ସଫଳତା ବୋଲି ମାନାଯାଉଛି।

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଗୋ ସଙ୍କଟ: ଖୁବ୍‌ ଜୋର ପାଟି କରି କାଉଣ୍ଟର ଉପରକୁ ଚଢିଗଲେ ବିଦେଶିନୀ

ନୂଆଦିଲ୍ଲୀ,୬।୧୨: ଗତ ଚାରି ଦିନ ମଧ୍ୟରେ ସାରା ଦେଶରେ ୧,୦୦୦ରୁ ଅଧିକ ଇଣ୍ଡିଗୋ ବିମାନ ବାତିଲ କରାଯାଇଛି, ଯାହା ଯାତ୍ରୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରୁଛି।...

ଭାରତର ୫ ମହଙ୍ଗା ମହିଳା ପ୍ରବଚକ, ଯିଏ କଥା କହି ନେଇଯାଆନ୍ତି ଏତେ ଫି

ନୂଆଦିଲ୍ଲୀ,୬।୧୨: ବୃନ୍ଦାବନର ପ୍ରସିଦ୍ଧ କାହାଣୀକାର ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ୱତନ ଡିଏସପିଙ୍କ ଝିଅ ଶିପ୍ରା ଶର୍ମା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଶୁକ୍ରବାର, ଡିସେମ୍ୱର 5...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ବଡ଼ ଆକ୍ସନ ନେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୬।୧୨: ଗତ ପାଞ୍ଚ ଦିନ ଧରି ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ହେବା ଏବଂ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବା ଯୋଗୁ, ଅନ୍ୟ ବିମାନ କମ୍ପାନୀଗୁଡ଼ିକର...

ଇଣ୍ଡିଗୋ ବିମାନ ରଦ୍ଦ ପରେ ବି କେମିତି ଧଡାଧଡ ବିକ୍ରି ହେଉଛି ଟିକେଟ! ୩ ଗୁଣା ଅଧିକ ଦାମରେ ବି କିଣୁଛନ୍ତି ଲୋକେ

ନୂଆଦିଲ୍ଲୀ,୬।୧୨: ଇଣ୍ଡିଗୋ ଏୟାରଲାଇନ୍ସ ଅନେକ ଦିନ ଧରି ସଂଘର୍ଷ କରୁଛି। ଡିସେମ୍ବର ୨ରୁ ବିମାନ ବାତିଲ ଚାଲିଛି। ଇଣ୍ଡିଗୋ ପ୍ରତିଦିନ ୫୦୦ରୁ ଅଧିକ ବିମାନ ବାତିଲ...

ଶେଷରେ ଟସ୍‌ ଜିତିଲା ଭାରତ: ଖୁସିକୁ ରୋକି ନ ପାରି ରାହୁଲ କରିଦେଲେ…

ନୂଆଦିଲ୍ଲୀ,୬।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ତୃତୀୟ ଦିନିକିଆରେ ଭାରତୀୟ ଅଧିନାୟକ କେଏଲ ରାହୁଲ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତ ୨୦...

ଏହିସବୁ ଭାରତୀୟ ଖାଦ୍ୟ ଖାଇଲେ ପୁଟିନ୍‌: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୨।୬: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମ୍ମାନାର୍ଥେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଆୟୋଜିତ ରାଜ୍ୟ ଭୋଜିରେ କଶ୍ମୀର ଅଖରୋଟ ଗୁଚ୍ଚି ଦୁନ ଚେଟିନ ଏବଂ...

ପୁଟିନ ଫେରୁ ଫେରୁ ପୂରଣ ହେଲା ଭାରତର ବଡ଼ ଇଚ୍ଛା, ପ୍ରମାଦ ଗଣିବେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଛାଡିବା ପରେ ଏକ ବଡ଼ ଖବର ଆସିଛି। ଏହି ନୂତନ ବିକାଶ ସ୍ବଦେଶୀ ଯୁଦ୍ଧ ବିମାନ କାର୍ଯ୍ୟକ୍ରମକୁ...

୧ଟଙ୍କାରେ ଜମି ଦେବେ ସରକାର, ଏହି ତାରିଖ ସୁଦ୍ଧା କରିବାକୁ ପଡିବ ଆବେଦନ, କିନ୍ତୁ ରହିଛି ଏହି ସର୍ତ୍ତ

ପାଟନା,୬।୧୨: ପ୍ରାୟତଃ ଦେଖାଯାଏ ଯେ ଏକ ଭଲ ବ୍ୟବସାୟିକ ଧାରଣା ସତ୍ତ୍ୱେ, ଆକାଶଛୁଆଁ ଜମି ମୂଲ୍ୟ ଉଦ୍ୟୋଗୀମାନଙ୍କ ସ୍ୱପ୍ନକୁ ବାଧା ଦିଏ। ଯଦି ଆପଣ ମଧ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri