ଟଳିଲା ବିପଦ, ପାଗରେ ପରିବର୍ତ୍ତନ: ବାତ୍ୟାରେ ହୋଇନି କୌଣସି କ୍ଷୟକ୍ଷତି

ଦାରିଙ୍ଗବାଡି, ୨୯।୧୦ (ଅରୁଣ ସାହୁ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ମୋନ୍ଥା’ ଦୁର୍ବଳ ହୋଇଛି। ବୁଧବାର ଭୋର ପର୍ଯ୍ୟନ୍ତ ବର୍ଷାର ପ୍ରଭାବ ରହିଥିବାବେଳେ ସକାଳ ୧୦ଟା ପରେ ସୂର୍ଯ୍ୟଙ୍କୁ ଦେଖିବାକୁ ମିଳିଛି। ଖରା ଆଉ କେତେବେକେ ପାଗ ମେଘୁଆ ହେଉଥିବାବେଳେ ପ୍ରାୟ ପାଗ ଶୁଖିଲା ହେଉଛି। ଧୀରେ ଧୀରେ ବଜାରରେ ଭିଡ଼ ଲାଗିବା ଆରମ୍ଭ ହୋଇଛି। ଦୁର୍ଗମ ଅଞ୍ଚଳରୁ ଲୋକଙ୍କ ଦାରିଙ୍ଗବାଡି ସମେତ ଆଖପାଖ ସିମନବାଡି, ବ୍ରାହ୍ମଣୀଗାଁ, ବୁଡ଼ାଗୁଡା ଆଦି ବଜାରକୁ ଲୋକଙ୍କ ଆଗମନ ହୋଇଛି। ତେବେ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ରାଜ୍ୟ ସରକାରଙ୍କ ପକ୍ଷରୁ ଏନଡିଆରଏଫ ଟିମ ଦାରିଙ୍ଗବାଡିରେ ସୋମବାରଠାରୁ ଡେରା ପକାଇଛନ୍ତି।

ଏନଡିଆରଏଫର ଅଧିକାରୀ ଅଭିଷେକ ମିଶ୍ରଙ୍କ ନେତୃତ୍ୱରେ ଟିମ ଦାରିଙ୍ଗବାଡି ସରକାରୀ ଆଇଟିଆଇ କେନ୍ଦ୍ରରେ ରହି ମକଡ୍ରିଲ କରିବା ସହ ବିଡ଼ିଓ ପ୍ରୀତିରଞ୍ଜନ ରଥଙ୍କ ନେତୃତ୍ୱରେ ଉକ୍ତ ଟିମ ସଜାଗ ରହିଥିଲେ। ସେହିପରି ଜାଗୃତି ସ୍ବେଚ୍ଛାସେବୀ ଅନୁଷ୍ଠାନ ରାଜ୍ୟ ସରକାରଙ୍କ ସହାଭାଗିତାରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ରହିଥିବା ମା’ଗୃହକୁ ୧୧ ଜଣ ଆସନ୍ନ ପ୍ରସବାଙ୍କୁ ଅଣାଯାଇ ସେମାନଙ୍କ ଚିକିତ୍ସା ଓ ଆବଶ୍ୟକ ସେବା ଯୋଗାଇଦିଆଯାଇଥିଲା। ପୂର୍ବରୁ ଏହି ମା’ଗୃହରେ ୪ ଜଣ ଆସନ୍ନ ପ୍ରସବା ରହିଥିଲେ। ସମସ୍ତେ ସୁରକ୍ଷିତ ଓ ସୁସ୍ଥ ରହିଥିବା ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟ କହିଛନ୍ତି, ଅତି ଦୁର୍ଗମ ଅଞ୍ଚଳରୁ ସେମାନଙ୍କୁ ସୁରକ୍ଷିତ ଭାବେ ଅଣାଯାଇଥିଲା ବୋଲି ସେ କହିଛନ୍ତି।

ତେବେ ଅଞ୍ଚଳରେ ଏହି ବାତ୍ୟା ସମୟରେ ବିଦ୍ୟୁତ ଅଚଳ ଦେଖାଯାଇଥିବାବେଳେ ସିମନବାଡି ଫିଡ଼ରରେ ୨୬ ଘଣ୍ଟା ବିଦ୍ୟୁତ ଅଚଳ ହୋଇଥିଲା ଏଥିସହ ବିଦ୍ୟୁତ ଅଚଳ ଯୋଗୁ ମୋବାଇଲ ସେବାକୁ ମଧ୍ୟ ବନ୍ଦ କରିଦିଆଯାଇଥିଲା ଏହି ୨ଟି ବିଭାଗର ଅବହେଳା ପାଇଁ ହଜାର ହଜାର ଉପଭୋକ୍ତା ହଇରାଣ ହୋଇଥିଲେ। ପରେ ଏନେଇ କନ୍ଧମାଳ ଜିଲାପାଳ ବେଦଭୂଷଣଙ୍କୁ ଅବଗତ କରାଯିବା ପରେ ସେ ପୁନଃସ୍ଥାପନ ପାଇଁ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେବା ସହ ମଙ୍ଗଳବାର ବିଳମ୍ବିତ ରାତିରେ ବିଏସଏନଏଲ ଏବଂ ଜିଓ ନେଟୱାର୍କ ସିମନବାଡି ଅଞ୍ଚଳରେ ସ୍ବାଭାବିକ ହୋଇଥିଲା। ତେବେ ଏହି ବାତ୍ୟା ସମୟରେ ଦାରିଙ୍ଗବାଡି ଅଞ୍ଚଳରେ ସର୍ବାଧିକ ୫୧ ମିମି ବର୍ଷା ରେକର୍ଡ କରାଯାଇଥିଲା ଏବଂ କୌଣସି ସ୍ଥାନରେ ଏହି ବାତ୍ୟାରେ କ୍ଷୟକ୍ଷତି ହୋଇ ନ ଥିବା ବିଡ଼ିଓ ପ୍ରୀତିରଞ୍ଜନ ରଥ କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ସଂଘବଦ୍ଧ ଆକ୍ରମଣ: ପୁଅଙ୍କୁ ବଞ୍ଚାଇବାକୁ ଯାଇ ବାପା-ମା’ ଆହତ, ଗୁରୁତର… 

ଦିଗପହଣ୍ଡି,୨୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗ୍ରାମରେ ବ୍ୟବସାୟିକ ଶତ୍ରୁତାକୁ ନେଇ ଗୋଟିଏ ପରିବାରର ବାପ,ମା ଓ ପୁଅଙ୍କୁ...

ଆଗକୁ ପଞ୍ଚାୟତ ନିର୍ବାଚନ: ସାଙ୍ଗଠନିକ ବୈଠକରେ ବାଜିଲା ଭାଜପାର ବିଗୁଲ… 

କୋରାପୁଟ,୨୦।୧(ଅମିତାଭ ବେହେରା): ଆସନ୍ତା ପଞ୍ଚାୟତ ନିର୍ବାଚନ ନେଇ କୋରାପୁଟରେ ଭାଜପାର ସାଙ୍ଗଠନିକ  ଭିତ୍ତିଭୂମିକୁ  ଅଧିକ ସୁଦୃଢ କରିବା ଲକ୍ଷ୍ୟରେ ମଙ୍ଗଳବାର ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ...

ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ, ଜ଼ିଲାପାଳମାନଙ୍କ ସମ୍ମିଳନୀ:ପଞ୍ଚାୟତ, ପୌର ନିର୍ବାଚନ ସଫଳତାର ସହ…

ଛତ୍ରପୁର,୨୦ା୧(ଦିଲୀପ ସାମଲ): ଆଗାମୀ ପଞ୍ଚାୟତ, ପୌର ନିର୍ବାଚନ ଏବଂ ଭୋଟର ତାଲିକା ସଂଶୋଧନକୁ ସ୍ବଚ୍ଛ, ନିରପେକ୍ଷ ଓ ସଫଳତାର ସହ ସମ୍ପାଦନ କରିବା ପାଇଁ ଛତ୍ରପୁରସ୍ଥିତ...

ପିଏମଶ୍ରୀ ଉତ୍ସବରେ ୩ ବିଧାୟକ: ଛାତ୍ରଛାତ୍ରୀଙ୍କ ପ୍ରତିଭା ଦେଖି କଲେ ପ୍ରଶଂସା

ବରଗଡ଼,୨୦।୧(ପ୍ରେମାନନ୍ଦ ଖମାରୀ) – ବରଗଡ଼ ରାଣା ପ୍ରତାପ ସ୍କୁଲ ପରିସରରେ ଚାଲିଥିବା ବରଗଡ଼ ଜିଲାସ୍ତରୀୟ ପିଏମଶ୍ରୀ ଉତ୍ସବ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri