ପାଟଣା,୨୮।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ କରଞ୍ଜିଆପଡା ଗ୍ରାମରେ ଏକ ଜମିରୁ ମାଫିଆ ୟୁକାଲି ପଟାସ ଗଛ କାଟୁଥିବା ନେଇ ଏକ ୱେବ ଚ୍ୟାନେଲରେ ରବିବାର ଖବର ପ୍ରସାରଣ ହୋଇଥିଲା। ସୋମବାର ବିଳମ୍ବିତ ରାତ୍ରିରେ ଅନ୍ୟ ଏକ ୱେବ ଚ୍ୟାନେଲର ଖବରଦାତାଙ୍କୁ ସେ ଖବର ପ୍ରସାରଣ କରିଥିବା ସନ୍ଦେହ କରି କାଠ ମାଫିଆ ମାନେ ସଂଘ ବଦ୍ଧ ଭାବେ ମାଡ଼ ମାରିଥିବା ନେଇ ପାଟଣା ଥାନାରେ ଅଭିଯୋଗ ହୋଇଛି। କାଠମାଫିଆଙ୍କ ଆକ୍ରମଣର ଶିକାର ହୋଇଥିବା ଖବରଦାତା ହେଉଛନ୍ତି ସାହରପଡା ବ୍ଲକ କପୁଣ୍ଡି ପଞ୍ଚାୟତ ଚୁଟିଆ ପୋଷି ଗ୍ରାମର ନିଶିକାନ୍ତ ବେହେରା।
ଅଭିଯୋଗ ଅନୁଯାୟୀ ରାଇରଙ୍ଗପୁର ଅଞ୍ଚଳରୁ ଆସି ତେଣ୍ଡରା ପଞ୍ଚାୟତ ଭଣ୍ଡାରି ବିଲାରେ ଘର ଜ୍ୱାଇଁ ଭାବେ ରହି କାଠ ବ୍ୟବସାୟ କରୁଥିବା ଶାହାରୁଖ ଖାନ ଚୁଟିଆ ପୋଷି ଗ୍ରାମର ତାଙ୍କ ସହଯୋଗୀ ହୃଷୀକେଶ ଦାସ ଓ ସିପୁ ଦାସ ମିଶି ସୋମବାର ରାତ୍ରି ପ୍ରାୟ ୮.୩୦ ମିନିଟ ସମୟରେ ଘରେ ପହଞ୍ଚି ଗାଳି ଗୁଲଜ କରିବା ସହ ମାଡ ମାରି ହତ୍ୟା ଧମକ ଦେଇଥିବା ନିଶିକାନ୍ତ ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ଅଭିଯୁକ୍ତଙ୍କୁ ସେ ଗିରଫ କରିବାକୁ ଦାବି କରିଛନ୍ତି।
ସୂଚନା ଥାଉ କି, ପାଟଣା ରେଞ୍ଜ ଅଞ୍ଚଳରେ କାଠ ମାଫିଆମାନେ ବନ କର୍ମଚାରୀଙ୍କ ସହ ମିଶି ବେଆଇନ କାଠ କାଟି ଜଙ୍ଗଲ ସଫା କରୁଥିବା ଅଭିଯୋଗ ହୋଇଆସୁଛି। ଏଭଳି ସମୟରେ କାଠ ମାଫିଆଙ୍କ ଆକ୍ରମଣରେ ଜଣେ ଖବରଦାତା ଆହତ ହେବାକୁ ନେଇର ପାଟଣା ଅଞ୍ଚଳର କାର୍ଯ୍ୟ ରତ ଖବରଦାତା ଓ ବୁଦ୍ଧି ଯିବି ନିନ୍ଦା କରିବା ସହ ଦୋଷୀଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ଏନେଇ ପାଟଣା ଥାନା ରେ ୨୬୧/୨୫ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା ଥାନା ଅଧିକାରୀ ମାନସ କୁମାର ମହାକୁଳ କହିଛନ୍ତି।
Dharitri – Odisha’s No.1 Odia Daily