ଇ-ଗେଜେଟ୍‌ ନୋଟିଫିକେଶନରେ ଦୁର୍ନୀତି

ଯାଜପୁର,୨୭ା୧୦(ହର୍ଷବର୍ଦ୍ଧନ ବେହେରା): ମାନବ ହସ୍ତକ୍ଷେପକୁ ଦୂର କରିବା ସହ ସ୍ବଚ୍ଛତା ଓ ସାଧାରଣ ଲୋକଙ୍କୁ ତୁରନ୍ତ ସେବା ଯୋଗାଇ ଦେବା ଲକ୍ଷ୍ୟରେ ଇ-ଗେଜେଟ୍‌ ନୋଟିଫିକେଶନ ବ୍ୟବସ୍ଥା କରାଯାଇଛି। ଏଥିରେ ଆଧାର କାର୍ଡ ଓ ଅନ୍ୟାନ୍ୟ ଅଫିସିଆଲ କାର୍ଯ୍ୟରେ ନାମ ସଂଶୋଧନ ବ୍ୟବସ୍ଥା ରହିଛି। ହେଲେ ଏଥିରେ ବ୍ୟାପକ ଦୁର୍ନୀତି ହେଉଛି। ଅସାଧୁ ଓ ଅନୈତିକ ଉପାୟରେ କେତେଜଣ ବ୍ୟକ୍ତିଙ୍କ ୧୫ରୁ ୨୦ ଦିନ ମଧ୍ୟରେ ସମାଧାନ ହେଉଥିବାବେଳେ ଅନ୍ୟ କେତେଜଣଙ୍କ ୭୦ରୁ ଉର୍ଦ୍ଧ୍ୱ ଦିନ ଧରି ଆବେଦନ ପଡ଼ି ରହୁଥିବା ଅଭିଯୋଗ ହୋଇଛି। ଏହିମର୍ମରେ ଗୌରୀଶଙ୍କର ନାୟକ, ସୁଚିତ୍ରା ମହାରଣା ପ୍ରମୁଖ ଅଭିଯୋଗ କରିବା ପରେ ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଅନୁସଚିବ ନିର୍ମଳା କୁମାରୀ ବିଶ୍ୱାଳ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନାୟକଙ୍କ ଅଭିଯୋଗ ଅନୁସାରେ ସମ୍ପ୍ରତି ଆଧାର କାର୍ଡ ଓ ଅନ୍ୟାନ୍ୟ କାର୍ଯ୍ୟରେ ନାମ ସଂଶୋଧନ ପାଇଁ ଜଟିଳ ପଦ୍ଧତି ସୃଷ୍ଟି କରାଯାଉଛି। ପୂର୍ବରୁ କୋର୍ଟ ଆଫିଡାଭିଟ ଦ୍ୱାରା ଏହି କାର୍ଯ୍ୟ ହେଉଥିଲାବେଳେ ଏବେ ଏଥିପାଇଁ ଗେଜେଟ ନୋଟିଫିକେଶନ ବାଧ୍ୟତାମୂଳକ କରାଯାଇଛି। ଜନସାଧାରଣଙ୍କ ସୁବିଧା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନ୍‌ଲାଇନ ଆବେଦନ ପ୍ରକ୍ରିୟା ଇ-ଗେଜେଟ୍‌ ପ୍ରଣୟନ ହୋଇଛି। ତେବେ ଏଥିପାଇଁ ଆହୁରି ହଇରାଣ ହେବାକୁ ପଡ଼ିବା ସହ ବାରମ୍ବାର ଭୁବନେଶ୍ୱର ଦୌଡ଼ିବାକୁ ପଡୁଛି। ଆବେଦନର ୫୦ରୁ ୬୦ ଦିନ ପରେ ମଧ୍ୟ ଅନ୍‌ଲାଇନରେ କୌଣସି ନୋଟିଫିକେଶନ ଦିଆଯାଉନାହିଁ। ଏହାବାଦ ଭୁବନେଶ୍ୱର ଅଫିସକୁ ଏନେଇ ପଚାରିବାକୁ ଗଲେ ଅନ୍‌ଲାଇନରେ ଆବେଦନ କରିଥିବା ଆଫିଡାଭିଟ୍‌ ଓ ଖବରକାଗଜରେ ବାହାରିଥିବା ବିଜ୍ଞାପନ ଠିକ୍‌ ନୁହେଁ, ଆବଶ୍ୟକ କାଗଜପତ୍ର ନାହିଁ ଇତ୍ୟାଦି କୁହାଯାଉଛି। ଭୁବନେଶ୍ୱର ଅଫିସ୍‌କୁ ବାରମ୍ବାର ଦୌଡ଼ିବା ଓ ବିଭାଗୀୟ ଅଧିକାରୀ, କର୍ମଚାରୀଙ୍କ କଥା ବୁଝିବାରେ କେତେ ଅର୍ଥ ଓ ସମୟ ବ୍ୟୟ ହେଉଛି ତାହା ଅନୁଭବୀ ହିଁ ଜାଣିପାରିବ। ସ୍ବତନ୍ତ୍ର ଯାଞ୍ଚ ଅଧିକାରୀ ଓ ଏଜେନ୍ସି ଦ୍ୱାରା ଏହାର ସମୀକ୍ଷା କରାଗଲେ ଇ-ଗେଜେଟ୍‌ରେ କିଭଳି ମହା ବିଭ୍ରାଟ ହେଉଛି ତାହା ଜାଣିହେବ ବୋଲି ଅଭିଯୋଗକାରୀ ପ୍ରସ୍ତାବ ଦେଇଛନ୍ତି। ଏହି ବ୍ୟବସ୍ଥାର ସରଳୀକରଣ ସହ ୭ ଦିନ ମଧ୍ୟରେ ଅନ୍‌ଲାଇନ ଆବେଦନ ସମ୍ପର୍କରେ ନିଷ୍ପତ୍ତି ନେବାକୁ ଦାବି ହେଉଛି। ମହାରଣାଙ୍କ ଅଭିଯୋଗ ଅନୁସାରେ ତାଙ୍କ ଝିଅର ନାମ ପରିବର୍ତ୍ତନ କରିବାକୁ ଇ-ଗେଜେଟ୍‌ରେ ସେ ଦୁଇଥର ଆବେଦନ କରିଛନ୍ତି। ଗୋଟିଏ ଆବେଦନ ୩ ମାସ ପରେ ଖାରଜ ହୋଇଥିବାବେଳେ ଅନ୍ୟଟି ୨ ମାସରୁ ଊର୍ଦ୍ଧ୍ୱ ହେବ ପଡ଼ିରହିଛି। ସେ ଯେହେତୁ ଜଣେ ବିଧବା ମହିଳା, ବିଭାଗୀୟ କାର୍ଯ୍ୟାଳୟକୁ ଯାଇପାରିବେ ନାହିଁ। ନାମ ପରିବର୍ତ୍ତନ ପ୍ରକ୍ରିୟା ବିଳମ୍ବ ହେଉଥିବାରୁ ତାଙ୍କ ଝିଅର ଶିକ୍ଷାକ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି। ଝିଅର ନାମ ପରିବର୍ତ୍ତନ ପ୍ରକ୍ରିୟାରେ ଯଦି କୌଣସି ତଦନ୍ତର ଆବଶ୍ୟକତା ରହୁଛି ତେବେ ସେ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିବେ। ତେଣୁ ଏହାକୁ ଜରୁରୀ ଭାବେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଇ-ଗେଜେଟ୍‌ ଓଡ଼ିଶା ନିକଟରେ ଆବେଦନ କରିଛନ୍ତି। ତେବେ ଏଭଳି ଶତାଧିକ ଲୋକଙ୍କ ଇ-ଗେଜେଟ୍‌ ଆବେଦନ ଉପରେ ସମାଧାନ କରାଯାଉ ନାହିଁ ବୋଲି ଅଭିଯୋଗ ହେଉଛି। ଏହିକ୍ରମରେ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ୨୩ା୧୦ା୨୦୨୫ରେ ହୋଇଥିବା ତଦନ୍ତ ନିର୍ଦ୍ଦେଶ କେତେଦୂର କାର୍ଯ୍ୟକାରୀ ହେଉଛି ଏବଂ ଆବେଦନକାରୀଙ୍କ ସମସ୍ୟାର ସମାଧାନ ତ୍ୱରିତ ଭାବେ କେବେ କରାଯାଉଛି ତାହା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ମହାପ୍ରଭୁଙ୍କ ଶରଣରେ ପଶିଲେ ପିୟୂଷ: ଯାତ୍ରା ମଞ୍ଚ ପାଇଁ ଫିଟିଗଲା ବାଟ

ଭୁବନେଶ୍ୱର,୨୦।୧: ଯାତ୍ରା ଜଗତର ଚର୍ଚ୍ଚିତ ଖଳନାୟକ ପିୟୂଷ ତ୍ରିପାଠୀଙ୍କ ପାଇଁ ଖୋଲିଛି ମଞ୍ଚକୁ ଫେରିବାର ବାଟ। ଅପେରା ସୂର୍ଯ୍ୟମନ୍ଦିର ମାଲିକ ପ୍ରମୋଦ ସ୍ୱାଇଁଙ୍କ ସହ ଚାଲିଥିବା...

ସଂଘବଦ୍ଧ ଆକ୍ରମଣ: ପୁଅଙ୍କୁ ବଞ୍ଚାଇବାକୁ ଯାଇ ବାପା-ମା’ ଆହତ, ଗୁରୁତର… 

ଦିଗପହଣ୍ଡି,୨୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗ୍ରାମରେ ବ୍ୟବସାୟିକ ଶତ୍ରୁତାକୁ ନେଇ ଗୋଟିଏ ପରିବାରର ବାପ,ମା ଓ ପୁଅଙ୍କୁ...

ଆଗକୁ ପଞ୍ଚାୟତ ନିର୍ବାଚନ: ସାଙ୍ଗଠନିକ ବୈଠକରେ ବାଜିଲା ଭାଜପାର ବିଗୁଲ… 

କୋରାପୁଟ,୨୦।୧(ଅମିତାଭ ବେହେରା): ଆସନ୍ତା ପଞ୍ଚାୟତ ନିର୍ବାଚନ ନେଇ କୋରାପୁଟରେ ଭାଜପାର ସାଙ୍ଗଠନିକ  ଭିତ୍ତିଭୂମିକୁ  ଅଧିକ ସୁଦୃଢ କରିବା ଲକ୍ଷ୍ୟରେ ମଙ୍ଗଳବାର ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ...

ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ, ଜ଼ିଲାପାଳମାନଙ୍କ ସମ୍ମିଳନୀ:ପଞ୍ଚାୟତ, ପୌର ନିର୍ବାଚନ ସଫଳତାର ସହ…

ଛତ୍ରପୁର,୨୦ା୧(ଦିଲୀପ ସାମଲ): ଆଗାମୀ ପଞ୍ଚାୟତ, ପୌର ନିର୍ବାଚନ ଏବଂ ଭୋଟର ତାଲିକା ସଂଶୋଧନକୁ ସ୍ବଚ୍ଛ, ନିରପେକ୍ଷ ଓ ସଫଳତାର ସହ ସମ୍ପାଦନ କରିବା ପାଇଁ ଛତ୍ରପୁରସ୍ଥିତ...

ପିଏମଶ୍ରୀ ଉତ୍ସବରେ ୩ ବିଧାୟକ: ଛାତ୍ରଛାତ୍ରୀଙ୍କ ପ୍ରତିଭା ଦେଖି କଲେ ପ୍ରଶଂସା

ବରଗଡ଼,୨୦।୧(ପ୍ରେମାନନ୍ଦ ଖମାରୀ) – ବରଗଡ଼ ରାଣା ପ୍ରତାପ ସ୍କୁଲ ପରିସରରେ ଚାଲିଥିବା ବରଗଡ଼ ଜିଲାସ୍ତରୀୟ ପିଏମଶ୍ରୀ ଉତ୍ସବ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ...

ମହିଳାଙ୍କ ହାତରେ ‘ଆମ ବସ୍’ ଷ୍ଟିୟରିଂ: ଏହି ଦିନରୁ ମିଳିବ ଦାୟିତ୍ୱ

ଭୁବନେଶ୍ୱର,୨୦।୧: ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ବିଶେଷ କରି...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri