ପଞ୍ଚାୟତ ସମିତି ବୈଠକରେ ଉଠିଲା ନୂଆ ପ୍ରସଙ୍ଗ

ଦାରିଙ୍ଗବାଡ଼ି,୨୪ା୧୦(ଅରୁଣ ସାହୁ): ଦାରିଙ୍ଗବାଡ଼ି ବ୍ଲକ୍‌ ସଭାଗୃହଠାରେ ଶୁକ୍ରବାର ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ବ୍ଲକ୍‌ ଅଧକ୍ଷ ସୁଶାନ୍ତ ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ବିଡ଼ିଓ ପ୍ରୀତି ରଞ୍ଜନ ରଥ ପରିଚାଳନା କରିଥିଲେ। ବୈଠକରେ ସ୍ବାସ୍ଥ୍ୟ ବିଭାଗ ବିଷୟରେ ଆଲୋଚନା ହୋଇଥିଲା। ଆୟୁଷ୍ମାନ କାର୍ଡ ବଣ୍ଟନରେ ବିଳମ୍ବ ହୋଇଥିବା ଯୋଗୁ ଜନ ପ୍ରତିନିଧିମାନେ ଅଭିଯୋଗ କରିଥିଲେ। ଫଳରେ ଗରିବ ଶ୍ରେଣୀର ଲୋକେ ସ୍ବାସ୍ଥ୍ୟ ଖରାପ ହେଲେ ଆୟୁଷ୍ମାନ କାର୍ଡ ନ ଥିବାରୁ ମାଗଣା ଚିକିତ୍ସାରୁ ବଞ୍ଚତ୍ତ ହେଉଥିବା ଅଭଯୋଗ ହୋଇଛି। ଏହାକୁ ନେଇ ଲୋକ ପ୍ରତିନିଧିମାନେ ପ୍ରଶ୍ନ କରି ଅସନ୍ତୋଷ ବ୍ୟକ୍ତ କରିଥିଲେ। ବିପର୍ଯ୍ୟୟ ସ୍ବାସ୍ଥ୍ୟସେବା ଡାକ୍ତର ଅଭାବ ଆଦି ଅଭିଯୋଗ ହୋଇଥିଲା। ସେହିପରି ଦାରିଙ୍ଗବାଡି ବ୍ଲକ୍‌ରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଅଭିଯୋଗ ହୋଇଥିବା ବେଳେ ଏକାଧିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀଶିକ୍ଷକ ମାନେ ପାଳି କରି ସ୍କୁଲ ଆସୁଥିବା ଅଭିଯୋଗ ହୋଇଥିଲା। ସ୍ଥାୟୀ ବିଇଓ ନ ଥିବା ବେଳେ ଦାୟିତ୍ୱରେ ଥିବା ବିଇଓଙ୍କୁ କୌଣସି ପ୍ରତିନିଧି କେବେ ଦେଖି ନ ଥିବା ଓ ତାଙ୍କୁ ଜାଣି ନ ଥିବା ଓ ସେ ବିଦ୍ୟାଳୟ ପରିଦର୍ଶନ ନ କରିବା ଅନିୟମିତତା ଭାବେ ଶିକ୍ଷୟିତ୍ରୀଶିକ୍ଷକ ଡେପୁଟେଶନ କରାଇବା ଭଳି ସଙ୍ଗୀନ ଅଭିଯୋଗ ହୋଇଥିଲା। ସେହିପରି ନିର୍ଦ୍ଧିଷ୍ଟ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଛତୁଆ ପ୍ରସ୍ତୁତି ପାଇଁ ଏକାଧିକ ବର୍ଷ ହେବ ଦିଆ ଯାଉଥିବା ବେଳେ ଅନ୍ୟ ଗୋଷ୍ଠୀଙ୍କୁ ଏହା କରିବା ପାଇଁ ସୁଯୋଗ ଦିଆ ଯାଉନାହିଁ। ଫଳରେ ଉକ୍ତ ସ୍ବୟଂ ସହାୟକ ଗୋଷ୍ଠୀ ନିମ୍ନମାନର ଛତୁଆ ପ୍ରସ୍ତୁତି କରୁଥିବା ସିମନବାଡ଼ି ସମିତି ସଭ୍ୟ ସାଧୁ ନାୟକ ଅଭିଯୋଗ କରିଛନ୍ତି। ତାଜୁଙ୍ଗିଆ ଓ କାଟିଙ୍ଗିଆ ପଞ୍ଚାୟତ ଅଞ୍ଚଳରେ ଥିବା ଅଙ୍ଗନଓ୍ବାଡ଼ିରେ ପାଠପଢା ହେଉ ନାହିଁ। ଏହାସହ ଅଙ୍ଗଓ୍ବାଡି ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ଆସିଥିବା ବେଳେ ତାହା ନିର୍ମାଣ ହେଉ ନ ଥିବା ଅଭିଯୋଗ ହୋଇଛି। ଏଭଳି ଭାବେ ବିଭିନ୍ନ ବିଭାଗରେ ଅନେକ ଅଭିଯୋଗ ରହିଥିବା ବେଳେ ସରକାରଙ୍କ ଯେଉଁ ଯୋଜନା ସବୁ କାର୍ଯ୍ୟକାରୀ ହେଉଛି ସେ ବିଷୟରେ ଲୋକ ପ୍ରତିନିଧିମାନଙ୍କୁ ବିଭିନ୍ନ ବିଭାଗର ଅଧିକାରୀମାନେ ଅବଗତ କରାଇ ଥିଲେ। ବୈଠକରେ ଲୋକ ପ୍ରତିନିଧିମାନେ ହୋହାଲ୍ଲା କରିବା ସହ ଅସନ୍ତୋଷ ପ୍ରକାଶ କରିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ପରିଷଦ ସଭ୍ୟ ରଞ୍ଜନ ପ୍ରଧାନ, ଏମ୍‌ପି ପ୍ରତିନିଧି ବିଷ୍ଣୁ ଚରଣ ପ୍ରଧାନ, ଜିପିଡିଓ ସୁରେଶ ଚନ୍ଦ୍ର ପଣ୍ଡାଙ୍କ ସମେତ ୨୫ ପଞ୍ଚାୟତର ସମିତି ସଭ୍ୟ, ସରପଞ୍ଚ ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତରେ ବୁଧବାର ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବିଭିନ୍ନ ନବନିର୍ମିତ ପ୍ରକଳ୍ପର ଉଦଘାଟନ କରିବା...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡିର ରଣନୀତି: ବିଧାୟକଙ୍କ ସହ ନବୀନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୧।୧: ଓଡ଼ିଶାର ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପ୍ରସ୍ତୁତି ଜୋରଦାର କରିଛି। ବୁଧବାର ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri