ଭୁବନେଶ୍ୱର,୨୦ା୧୦: ନୂଆପଡ଼ା ଉପନିର୍ବାଚନରେ ଭାଜପାର ବୃହତ ବିଜୟ ହେବ କହିଛନ୍ତି ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର। ସେ କହିଛନ୍ତି, ରାଜନୀତି ଯେଉଁଭଳି ମୋଡ଼ ନେଉଛି ବିଜେଡି ବିଲୁପ୍ତ ହେବ। ବିଜେଡିକୁ ବଞ୍ଚାଇ ରଖିବା ପାଇଁ କେନ୍ଦ୍ରୀୟ ନେତୃତ୍ୱ ଚାହୁଁଛନ୍ତି। ଆମେ ମଧ୍ୟ ଚାହୁଁ ନାହୁଁ ବିଜେଡି ବିଲୁପ୍ତ ହୋଇଯାଉ। ନୂଆପଡ଼ାରେ ଭାଜପା ଏକପାଖିଆ ଜିତିବ ବୋଲି ଭବିଷ୍ୟବାଣୀ କରିଛନ୍ତି ଜୟନାରାୟଣ। ବିଜେଡି ପାଖେ ପ୍ରାର୍ଥୀ ନ ଥିଲା ଯେଉଁଥିପାଇଁ ଜିଲା ଡେଇଁ ଅତାବିରାରୁ ପ୍ରାର୍ଥୀ କଲେ।
ସେ ଆହୁରି ମଧ୍ୟ କହିଛନ୍ତି ବିଜେଡି ଲଢ଼ିବା ଭଳି ଲାଗୁନି, କେବଳ ଫିଲ ଇନ୍ ଦ ବ୍ଲାଙ୍କସ୍ ନ୍ୟାୟରେ କାର୍ଯ୍ୟ କରୁଥିବା କଟାକ୍ଷ କରି କହିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସକୁ ଲୋକେ ପ୍ରତ୍ୟାଖ୍ୟାନ କରିଛନ୍ତି, ପ୍ରାର୍ଥୀଙ୍କୁ ବହିଷ୍କାର କରିଛନ୍ତି ବୋଲି ଜୟନାରାୟଣ କହିଛନ୍ତି।


