ଦାରିଙ୍ଗବାଡି, ୧୬ ।୧୦ (ଅରୁଣ ସାହୁ ): ଭୁବନେଶ୍ୱରରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଘର ଶତାଦ୍ଦୀ ଦିବସ ପାଳନ ସମ୍ପର୍କିତ ଏକ ଖବର ବୈଦ୍ୟୁତିକ ଗଣମାଧ୍ୟମରେ ଖବର ପ୍ରକାଶିତ ହେଉଥିଲା। ସେହି ଖବରକୁ ଦେଖି କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଦେଶୀ ନାୟକ କଟୁ ମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଘପକ୍ଷରୁ ଚାପା ଉତ୍ତେଜନା ଦେଖାଯାଇଥିଲା । ଏନେଇ ମଙ୍ଗଳବାର ରାତିରେ ଦାରିଙ୍ଗବାଡି ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇ ପୋଲିସ ବୁଧବାର ଅପରାହ୍ନରେ ସମ୍ପୃକ୍ତି ପ୍ରଧାନଶିକ୍ଷକଙ୍କୁ ଥାନାକୁ ଡକାଇ ଘଟଣା ସମ୍ପର୍କରେ ପଚାରାଉଚରା କରିଥିଲା । ଏଥିସହ ଅଭିଯୋଗ କରିଥିବା ସୁକାନ୍ତ କୁମାର ସାହୁ, ମିଟୁ ସାହୁ ଓ ଅନ୍ୟମାନଙ୍କୁ ମଧ୍ୟ ପୋଲିସ ଡକାଇ ଥାନାରେ ବହୁ ସମୟ ଧରି ଘଟଣାର ତଦନ୍ତ ଓ ଆଲୋଚନା ପରେ ପ୍ରଧାନଶିକ୍ଷକ ଘଟଣାରେ ଦୁଃଖ ପ୍ରକାଶ କରିବା ସହ କ୍ଷମା ପ୍ରାର୍ଥନା କରି ନିଜେ ଏହି କ୍ଷମା ପ୍ରାର୍ଥନା ସମ୍ପର୍କରେ ଲିଖିତ ଭାବେ ପୋଲିସକୁ ଦେଇଥିଲେ। ଆଗକୁ ଏଭଳି କଟୁ ମନ୍ତବ୍ୟ କାହାରିକି ଦେବି ନାହିଁ ବୋଲି ଶିକ୍ଷକ ନିଜ ଲିଖିତପତ୍ରରେ ଉଲ୍ଲେଖ କରିଛନ୍ତି। ପୋଲିସ ପକ୍ଷରୁ ମଧ୍ୟ ଅଭିଯୋଗ ପାଇ ଏକ ଷ୍ଟେଶନ ଡାଏର କରାଯିବା ସହ ଏଏସଆଇ ଅର୍ଜୁନ ଶବର ଘଟଣାର ତଦନ୍ତ କରୁଥିଲେ । ଏହି ଉଭୟପକ୍ଷ ଆଲୋଚନା ସମୟରେ ଡିଏସପି ତଥା ଦାରିଙ୍ଗବାଡି ଥାନା ଅଧିକାରୀ କନକ ମାଝୀ ଉପସ୍ଥିତ ରହି ଘଟଣାର ତଦନ୍ତ କରାଇଥିଲେ ।


