ନୂଆପଡ଼ା,୧୬ା୧୦: ନୂଆପଡ଼ା ଉପନିର୍ବାଚନକୁ ନେଇ ବିଜେଡି ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆ ମନର କଥା ଖୋଲି କହିଛନ୍ତି। ସେ କହିଛନ୍ତି, ମୁଁ ଓଡ଼ିଶା ସାରା ବୁଲୁଛି, ପାଖ ଦୂର କିଛି ନୁହେଁ, ବାହାରିଆ ବି ମୁଁ ନୁହେଁ। ମୁଁ ପ୍ରାର୍ଥୀ ବାଛିବା କମିଟିରେ ଥିଲି, କିନ୍ତୁ ସହମତିରେ ମତେ ପ୍ରାର୍ଥୀ କରାଯାଇଛି।
ଅନ୍ୟପକ୍ଷରେ ଶ୍ରୀମୟୀ ମିଶ୍ର ଓ ଜୟ ଢୋଲକିଆଙ୍କୁ ସମାଲୋଚନା କରି ସ୍ନେହାଙ୍ଗିନୀ କହିଛନ୍ତି, ଜୟ ଢୋଲକିଆ ବାପାଙ୍କ ସ୍ବାଭିମାନକୁ ଜଳାଞ୍ଜଳି ଦେଇ ମୁଣ୍ଡ ବିକ୍ରି କରିଛନ୍ତି। ରାଜୁ ଭାଇ ଢୋଲକିଆଙ୍କ ସହିତ ଲୋକଙ୍କ ଇମୋଶନ ଅଛ। ଜୟ ଢୋଲକିଆଙ୍କୁ ଅନୁକମ୍ପା ଭୋଟ୍ ମିଳିବନି। ଶ୍ରୀମୟୀ ନା ଜଣେ ନାମୀଦାମୀ ନେତ୍ରୀ ନା ସେ ଓ୍ବାର୍ଡ ମେମ୍ବର କ’ଣ ଜିତିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ସ୍ନେହାଙ୍ଗିନୀ।
ଡିଲ୍କୁ ନେଇ ସେ କହିଛନ୍ତି, କିଏ କାହା ସହ ଡିଲ୍ କରିଛି ତାହା ସମସ୍ତେ ଜାଣିଛନ୍ତି। ବିଜେଡି କାହା ସହିତ ସାଲିସ କରିନାହିଁ, କଂଗ୍ରେସ ସହ ଆଦିବାସୀ ନାହାନ୍ତି। ଲମ୍ବୋଦର ନିଆଲ ଦଳ ଛାଡ଼ିବା ବିଜେଡିରେ କୌଣସି ପ୍ରଭାବ ପକାଇବ ନାହିଁ। ଜିତିବା ହାରିବା ଅଲଗା କଥା କିନ୍ତୁ ମୁଁ ନିର୍ବାଚନ ଲଢ଼ିବି ବୋଲି କହିଛନ୍ତି ସ୍ନେହାଙ୍ଗିନୀ।


