ଦାରିଙ୍ଗବାଡି, ୧୧।୧୦ (ଅରୁଣ ସାହୁ): ଜଙ୍ଗଲ ସୁରକ୍ଷା ନେଇ ଜାଗୃତି ସଭାଗୃହ ଠାରେ ଚାଲିଥିବା ୨ ଦିନିଆ କର୍ମଶାଳା ଶନିବାର ଉଦ୍ଯାପିତ ହୋଇଛ। ଗୋଷ୍ଠୀ ଜଙ୍ଗଲ ଜମି ସମ୍ପର୍କିତ ଏହି କର୍ମଶାଳାକୁ କାର୍ଯ୍ୟକ୍ରମ ଅଧିକାରୀ ସଦାନନ୍ଦ ସିଂଙ୍କ ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଷୟିକ ସହାୟକ ଧନେଶ୍ୱର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିରେ ତାଲିମଦାତା ଭାବେ ଭୁବନେଶ୍ୱରରୁ ସୁଶାନ୍ତ କୁମାର ଦଳେଇ ତାଲିମ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ୩ ଟି ପଞ୍ଚାୟତ ତଥା ସୋନପୁର ସମେତ ବାଡାବାଙ୍ଗା ଏବଂ ଦନେକବାଡି ପଞ୍ଚାୟତ ର ୨୨ ଟି ଗ୍ରାମର ୩୮ ଜଣ ଜଙ୍ଗଲ ସମ୍ବଳ ପରିଚାଳନା କମିଟିର ନେତୃତ୍ୱ ନେଉଥିବା ସଦସ୍ୟାସଦସ୍ୟ ମାନେ ତାଲିମ ପାଇଥିଲେ। ଗୋଷ୍ଠୀଜଙ୍ଗଲକୁ କିଭଳି ଭାବେ ପରିଚାଳନା କରାଯିବ ଜଙ୍ଗଲରୁ କ’ଣ ସବୁ ଅମଳ ହେଉଛି ଓ ତାହା ଆମକୁ କିଭଳି ଜୀବନଜୀବିକାରେ ସ୍ବାବଲମ୍ବୀ କରିବାରେ ସହଯୋଗ କରୁଛି, ଜଙ୍ଗଲ ସମ୍ବଳ ପରିଚାଳନା କମିଟିର ଭୂମିକା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।


