ଯୁବକଙ୍କ ବେକ, ଯୌନାଙ୍ଗ କାଟି ହତ୍ୟାକଲେ ଭିଣୋଇ

ଯାଜପୁର ରୋଡ୍‌, ୫।୧୦ (ପବିତ୍ର ରଞ୍ଜନ ମହାନ୍ତି): ଯାଜପୁରରୋଡ୍‌ ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ବେକ ଓ ଯୌନାଙ୍ଗକୁ କାଟି ଭିଣୋଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ମିଥୁନ ବେହେରା। ଅଭିଯୁକ୍ତ ଭିଣୋଇ କହ୍ନେଇ ବେହେରା ଫେରାର ହୋଇଯାଇଛନ୍ତି। ଏନେଇ ମୃତକଙ୍କ ବଡ଼ଭାଇ ରସିକଙ୍କ ଅଭିଯୋଗ ଅନୁଯାୟୀ ଯାଜପୁର ରୋଡ୍‌ ଥାନା ପୋଲିସ ନଂ.୫୮୮/୨୦୨୫ରେ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛି। ଖୁବ୍‌ଶୀଘ୍ର ଫେରାର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଥାନାଧିକାରୀ ଆଶିଷ କୁମାର ସାହୁ କହିଛନ୍ତି।
ସୂଚନା ଅନୁଯାୟୀ ବ୍ୟାସନଗର ପୌର ପରିଷଦ ଅନ୍ତର୍ଗତ ୨ ନମ୍ବର ୱାର୍ଡ ପନାସିଆ ଆଦିବାସୀ ବସ୍ତି ରେଳଲାଇନ କଡ଼ରେ ଶନିବାର ଭୋର ସମୟରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟଣା ଘଟିଛି। ଦଶହରା ପୂଜା ଛୁଟି କାଟିବା ପାଇଁ ୨ ଦିନ ତଳେ ଅର୍ଥାତ୍‌ ଗୁରୁବାର କେନ୍ଦୁଝର ଜିଲା ରାଇସୁଆଁ ଥାନା ଗୁହାଳିଚଟୁଆ ଗ୍ରାମର ମିଥୁନ ବେହେରା(୨୪) ସପରିବାର ବ୍ୟାସନଗର ସହର ପନାସିଆକୁ ଆସିଥିଲେ। ବଡ଼ଭାଇ ରସିକ ବେହେରା ଜଣେ ନିର୍ମାଣ ଶ୍ରମିକ ଭାବେ ଏଠାରେ ରହି କାମ କରୁଥିଲେ। ରସିକଙ୍କ ଭଉଣୀ ରୀନା ବେହେରା କିଛି ବର୍ଷ ତଳେ ରାଜମିସ୍ତ୍ରି କହ୍ନେଇ ବେହେରାଙ୍କୁ ବିବାହ କରିଥିଲେ। କହ୍ନେଇ ନିଶାଗ୍ରସ୍ତ ହେବା ସହ ତାଙ୍କ ଅସାମାଜିକ ଗୁଣ ପାଇଁ ରୀନା ପ୍ରାୟ ୨ବର୍ଷ ତଳୁ ତାଙ୍କୁୁ ଛାଡି ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବିବାହ କରିଛନ୍ତି। କହ୍ନେଇ ଏଥିରେ ଉତ୍‌କ୍ଷିପ୍ତ ହୋଇ ଅନେକ ସମୟରେ ନିଶାସକ୍ତ ଅବସ୍ଥାରେ ରସିକଙ୍କ ଘରେ ଗଣ୍ଡଗୋଳ କରୁଥିଲେ। ଏପରିକି ରୀନାଙ୍କୁ ଜୀବନରୁ ମାରିଦେବାକୁ ବାରମ୍ବାର ଧମକ ଦେଇଆସୁଥିଲେ। ଅଭିଯୋଗ ଅନୁସାରେ ଶୁକ୍ରବାର ରାତିରେ ସମସ୍ତେ ବସି ଟିଭିରେ ସିନେମା ଦେଖୁଥିଲେ। ଶନିବାର ଭୋର ୪ଟା ବେଳେ କହ୍ନେଇ ଆସି ରସିକଙ୍କ ଘରେ ପହଞ୍ଚିଥିଲେ। ଏହାପରେ ରସିକଙ୍କୁ ବାହାରକୁ ଯାଇ ମଦ ପିଇବାକୁ କହିଥିଲେ। ରସିକ ଫିଲ୍ମ ଦେଖୁଛି କହି ଯିବାକୁ ମନା କରିବା ପରେ ପୂଜା ବୁଲିବାକୁ ଆସିଥିବା ସାନ ଶଳା ମିଥୁନଙ୍କୁ ମଦ ପିଇବାକୁ ଡାକିଥିଲେ। ଘରଠାରୁ କିଛି ବାଟ ଯିବା ପରେ ରେଳଲାଇନ୍‌ କଡ଼ ନିଛାଟିଆ ସ୍ଥାନରେ କହ୍ନେଇ ବର୍ବରକାଣ୍ଡ ଘଟାଇଥିଲେ। କହ୍ନେଇ ପ୍ରଥମେ ମିଥୁନଙ୍କ ବେକ ଏବଂ ପରେ ଯୌନାଙ୍ଗକୁ ବ୍ଲେଡ୍‌ରେ କାଟି ଦେଇଥିଲେ। ମିଥୁନ ଜୀବନ ବଞ୍ଚାଇବା ପାଇଁ ଘରକୁ ଦୌଡ଼ିଥିଲେ। ଏହି ସମୟରେ ପ୍ରାୟ ୨୦୦ ମିଟର ଯାଏ ରାସ୍ତାରେ ରକ୍ତ ପଡ଼ିଥିଲା। ଅତ୍ୟଧିକ ରକ୍ତସ୍ରାବ ଯୋଗୁ ମିଥୁନଙ୍କ ମୃତ୍ୟୁ ଘଟିଥିଲା। ଏହାପରେ କହ୍ନେଇ ଫେରାର ହୋଇଯାଇଥିଲେ। ଖବର ପାଇ ଥାନା ଅଧିକାରୀ ଆଶିଷ କୁମାର ସାହୁ, ଏସ୍‌ଆଇ ଲିଙ୍ଗରାଜ ବେହେରା ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଟିମ୍‌ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri