ଖୁସିଖବର: ଚାଷୀଙ୍କୁ ଦିଆଗଲା ଦଶହରା ଭେଟି, ଆରମ୍ଭ ହେଲା…

ବଲାଙ୍ଗୀର,୩୦।୯(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀର ଲୋୟର ସକତେଲ ଡ୍ୟାମ୍‌ର ଦ୍ୱିତୀୟ ବନ୍ୟାଜଳ ରବିବାର ଅପରାହ୍ଣ ୪ଟାରେ ଛଡାଯାଇଛି। ଡ୍ୟାମ ଭିତର ଜଳସ୍ତର ୧୯୯ ମିଟର ପହଞ୍ଚିବା ପରେ ଡ୍ୟାମ୍‌ର ସ୍ଥିତି ଆକଳନ କରାଯାଇ ବନ୍ୟା ଜଳ ଛଡାଯାଇଥିବା ସୂଚନା ମିଳିଛି। ଡ୍ୟାମର ଦ୍ୱିତୀୟ ବନ୍ୟା ଜଳ ଛଡାଯିବା ନେଇ ବଲାଙ୍ଗୀର ଜିଲାପାଳ, ଆରକ୍ଷୀ ଅଧୀକ୍ଷକ, ଉପଜିଲାପାଳ, ବଲାଙ୍ଗୀର ବିଡିଓ ଏବଂ ତହସିଲଦାର ଓ ଲୋଇସିଂହା ବିଡିଓ ଏବଂ ତହସିଲଦାରଙ୍କୁ ଏନେଇ ସୂଚନା ଦିଆଯାଇଛି। ଡ୍ୟାମ୍‌ର ବନ୍ୟା ଜଳ ଛଡାଯିବା ପରେ ଜଳସ୍ତର କମିବା ଆରମ୍ଭ କରିଥିବା ଜଣାପଡିଛି। ପ୍ରାୟ ଦୁଇଦିନ ହେବ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ସୁକ୍ତେଲ ଡ୍ୟାମ୍‌ର ଜଳସ୍ତର ବଢ଼ିଥିଲା। ଏବେ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ଟ୍ରାଏଲ ଇରିଗେସନ ଆରମ୍ଭ କରାଯାଇଛି। ଡ୍ୟାମ୍‌ର ବାମ ଏବଂ ଡାହାଣ ପଟେ ଟ୍ରାଏଲ ଇରିଗେସନ ଆରମ୍ଭ ହୋଇଯାଇଥିବାରୁ ଏହାକୁ ପ୍ରଶାସନ ପକ୍ଷରୁ ଚାଷୀଙ୍କୁ ଦଶହରା ଭେଟି ବୋଲି କୁହାଯାଉଛି। ଏହି ଟ୍ରାଏଲ ଇରିଗେସନ ଆରମ୍ଭ ହୋଇଯିବା ଯୋଗୁ ୨୦୨୬ରେ ହେବାକୁ ଥିବା ଫାଇନାଲ ଇରିଗେସନ ଟ୍ରାଏଲ ପକ୍କା ହୋଇଥିବା କୁହାଯାଉଛି। ଏହାକୁ ନେଇ ପ୍ରଶାସନ ବିଭାଗ ପକ୍ଷରୁ ଖୁସି ବ୍ୟକ୍ତ କରାଯାଇଛି । ଅନ୍ୟପଟେ ରବିବାର ଅପରାହ୍ଣ ୪ଟାରୁ ଡ୍ୟାମ୍‌ ଦ୍ବିତୀୟ ବନ୍ୟା ଜଳ ଛଡାଯାଇଥିବାରୁ କୁମିଆପାଲି ଗାଁର ଯେଉଁ କିଛି ଲୋକଙ୍କ ଘର ଭିତରକୁ ପାଣି ପଶିଥିଲା ତାହା କମିବା ଆରମ୍ଭ କରିଛି ବୋଲି କୁହାଯାଉଛି । ସୋମବାର ସକାଳ ସୁଦ୍ଧା ଡ୍ୟାମ୍‌ର ପାଣି ପାଖାପାଖି ୧ ମିଟର କମିଯିବ ବୋଲି ଲୋୟର ସୁକ୍ତେଲ ପ୍ରକଳ୍ପ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁରେନ୍ଦ୍ର କୁମାର ଭୋଇ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁ ହଠାତ୍‌ ଡ୍ୟାମ ଭିତର ଜଳସ୍ତର ବଢ଼ିଯାଇଥିଲା। ଫଳରେ କୁମିଆପାଲି ଗାଁର ନଦୀଖଣ୍ଡି ପାଖରେ ଥିବା କିଛି ଲୋକଙ୍କ ଘରକୁ ପାଣି
ପଶିଯିବା ଆଶଙ୍କା ସୃଷ୍ଟି ହୋଇଥିଲା। ତେବେ ସ୍ଥିତି ଆକଳନ କରାଯାଇ ଡ୍ୟାମ୍‌କୁ ଅପରାହ୍ନରେ ବନ୍ୟାଜଳ ଛଡାଯାଇଛି । ଇତିମଧ୍ୟରେ ଡ୍ୟାମ୍‌ର ଉଭୟ ବାମ ଓ ଡାହାଣ ପଟ ପମ୍ପ ହାଉସରେ ଟ୍ରାଏଲ ରନ କରାଯାଇଛି । ଟ୍ରାଏଲ ଇରିଗେସନ ଆରମ୍ଭହୋଇଯାଇଥିବାରୁ ଚାଷୀଙ୍କ ଜମିକୁ ପାଣି ପହଞ୍ଚିବା ଲକ୍ଷ୍ୟ ଶୀଘ୍ର ପୂରଣ ହେବାକୁ ଯାଉଛି ବୋଲି ସେ କହିଛନ୍ତି । ଏହି ଟ୍ରାଏଲ ଇରିଗେସନ ଆରମ୍ଭ ହୋଇଯାଇଥିବା ଏବଂ ଉଭୟ ବାମ ଓ ଡାହାଣ ପଟ ପମ୍ପ ଠିକ ଭାବେ କାର୍ଯ୍ୟକ୍ଷମ ହୋଇଥିବା ସେ କହିଛନ୍ତି । ଆଗକୁ ଟ୍ରାଏଲ ଇରିଗେସନ ଜାରି ରହିବ। ବିଭିନ୍ନ ସ୍ଥାନରେ ପାଇପ ଜଳସେଚନ କିଭଳି ଚାଳିଛି ତାର ନିରୀକ୍ଷଣ କରାଯାଉଛି ବୋଲି ଇଂ ଭୋଇ ସୂଚନା ଦେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ଜୁଆ ଖେଳ, ଅଚାନକ ଚଢାଉ କଲା ପୋଲିସ, ଆଉ ତା’ପରେ…

ଛତ୍ରପୁର, ୨୧।୧ ( ଦିଲ୍ଲୀପ ସାମଲ): ଛତ୍ରପୁର ଥାନା ପୋଲିସ ପକ୍ଷରୁ ଚିକଲଖଣ୍ଡିଠାରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଅଚାନକ ଚଢ଼ାଉ କରି ୮...

ଭାରତ-ପାକିସ୍ତାନ ପରମାଣୁ ଯୁଦ୍ଧ ନିକଟତର..ପୁଣି ବିଶ୍ୱରେ ଚହଳ ପକାଇଲା ଟ୍ରମ୍ପଙ୍କ ମନ୍ତବ୍ୟ

ଓ୍ବାଶିଂଟନ,୨୧।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ମିଛ ଦାବି କରିଛନ୍ତି। ସେ ୨୦୨୫ ମେ ମାସରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ...

ଘାଟିରେ ତଳକୁ ଖସିଲା ଟ୍ରଲର: ଲାଗିଲା ନିଆଁ, ଆଉ ତା’ପରେ…

ପଟାଙ୍ଗୀ,୨୧।୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟାଙ୍ଗୀ ବ୍ଲକ ଅଧିନସ୍ଥ ରାଲେଗଡା ପଞ୍ଚାୟତ ଯୋଡିମାଦିଲି ଘାଟିରେ ଭାରସାମ୍ୟ ହରାଇ ଘାଟି ତଳକୁ ଖସିପଡ଼ିଛି ଏକ ଟ୍ରଲର।...

ଶ୍ରୀମନ୍ଦିରରେ ରକ୍ତ ଛିଟା: ମହାପ୍ରଭୁଙ୍କ ହେବ ବଡ଼ ମହାସ୍ନାନ

ଭୁବନେଶ୍ୱର,୨୧।୧: ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହେବ ହେବ ବଡ଼ ମହାସ୍ନାନ ନୀତି। ଭିତର କାଠ ନିକଟ ଚାଙ୍ଗେଡ଼ା ଘରେ ରକ୍ତ ପଡ଼ିଥିବାରୁ ବଡ଼ ମହାସ୍ନାନ କରାଯାଇଛି।...

ସୁନା ଦର ଆକାଶଛୁଆଁ: ଦେଢ଼ଲକ୍ଷ ଟପିଲା ଦାମ୍‌, ଭୁବନେଶ୍ୱରରେ ଜାଣନ୍ତୁ କେତେ…

ନୂଆଦିଲ୍ଲୀ,୨୧।୧: ଆଉ ମାରିହେବନି ହାତ। ସୁନା ଦର ଆକାଶଛୁଆଁ। ଦେଢ଼ଲକ୍ଷ ଟପିଲା ଦାମ୍‌। ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ୧ ଲକ୍ଷ ୫୪...

ସ୍ବିଜରଲାଣ୍ଡ ଯାଉଥିଲେ ଟ୍ରମ୍ପ, ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ହଠାତ୍‌ ଖରାପ ହେଲା ବିମାନ, ତା’ପରେ..

ଓ୍ବାଶିଂଟନ୍‌,୨୧।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ଅର୍ଥନୈତିକ ଫୋରମରେ ଯୋଗଦେବା ପାଇଁ ସ୍ବିଜରଲାଣ୍ଡର ଡାଭୋସ ଅଭିମୁଖେ ଯାତ୍ରା କରୁଥିଲେ। କିନ୍ତୁ, ଉଡ଼ାଣ ଆରମ୍ଭ ହେବାର...

କଲେଜ ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାହିଁକି ଏମିତି ଚରମ ନିଷ୍ପତ୍ତି ନେଲେ କାରଣ ଅସ୍ପଷ୍ଟ

ସମ୍ବଲପୁର,୨୧।୧(ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ୱବିଦ୍ୟାଳୟ (ଏସୟୁ) ବ୍ରହ୍ମପୁତ୍ର ଛାତ୍ରାବାସର ୫୨ ନମ୍ବର କୋଠରୀରୁ ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରାଯାଇଛି। ସେ ହେଉଛନ୍ତି ସୁନ୍ଦରଗଡ଼...

ରାଜ୍ୟରେ ବଢିଲା ତାପମାତ୍ରା

ଭୁବନେଶ୍ୱର,୨୧।୧: ରାଜ୍ୟରେ ବଢିଲା ତାପମାତ୍ରା। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବଢିଲା ତାପମାତ୍ରା। ୪ ଦିନରେ ଉପକୂଳରେ ୩ ଓ ଆଭ୍ୟନ୍ତରୀଣରେ ୭ ଡିଗ୍ରୀ ବୃଦ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri