ମୁକ୍ତିସଂଗ୍ରାମର ଦସ୍ତାବିଜ

ପ୍ରସିଦ୍ଧ ହିନ୍ଦୀ ଔପନ୍ୟାସିକ ପ୍ରେମ ଚାନ୍ଦ ଥିଲେ ଜଣେ ପ୍ରତିଭାବାନ୍‌ ବ୍ୟକ୍ତିତ୍ୱ। କିନ୍ତୁ ଗୋଟିଏ ବ୍ୟତିକ୍ରମ ଦେଖାଯାଏ ଯେ ବୟସ ବଢ଼ିବା ସତ୍ତ୍ୱେ ସେ କିନ୍ତୁ ଲେଖାପଢ଼ାରୁ ବିଚ୍ୟୁତ ରହୁ ନ ଥିଲେ। ଦିନେ ତାଙ୍କର ଅସୁସ୍ଥତା ଦେଖି ତାଙ୍କର ଧର୍ମପତ୍ନୀ ତାଙ୍କୁ ଗାଳିଦେଇ କହିଲେ ତୁମର ଏବେ ବିଶ୍ରାମ ଲୋଡ଼ା ଅଥଚ ତୁମେ ବହିଗୁଡ଼ାକ ଘାଣ୍ଟୁଛ? ପ୍ରେମ ଚାନ୍ଦ କହିଲେ, ଦୀପର କର୍ତ୍ତବ୍ୟ ହେଲା ଆଲୋକ ବିତରଣ କରିବା। ଏହି ସମୟରେ କ’ଣ ଲାଭ କ୍ଷତି ହେଲା ତାହା ବିଚାର କରିବା ଦୀପର ବିଚାର୍ଯ୍ୟ ନୁହେଁ। ମୃତ୍ୟୁ ପର୍ଯ୍ୟନ୍ତ ପ୍ରେମ ଚାନ୍ଦଙ୍କ ଲେଖା ଜାରି ରହିଥିଲା। ତାଙ୍କର ଶେଷ ଉପନ୍ୟାସ ମଧ୍ୟ ସରି ନ ଥିଲା । ଏହା ଏଠାରେ ଉପସ୍ଥାପନ କରିବାର ଉଦ୍ଦେଶ୍ୟ ହେଉଛି ଯଦିଓ ଆଜି ଅନେକ ଲେଖକଙ୍କ ଲେଖା ସାହିତ୍ୟକୁ ସମୃଦ୍ଧ କରିଛି, ହେଲେ ସେହି ଲେଖକଙ୍କର ଲେଖନୀ ସମାଜ ଓ ରାଷ୍ଟ୍ରରେ ସଂସ୍କାର ଆଣିପାରିଛି କି? ଅନ୍ୟାୟ, ଶୋଷଣ, ପୀଡ଼ନ ବିରୋଧରେ ସ୍ବର ଉତ୍ତୋଳନ କରିପାରିଛି କି? ସେହିସବୁ ସାହିତ୍ୟ ସମାଜର ହିତସାଧନରେ ଅସ୍ତ୍ର ହୋଇଛି କି? ଏହାର ଠିକ୍‌ ଉତ୍ତର ଆମେ ସମସ୍ତେ ଜାଣୁ। ଆଜିର ଲେଖା କେବଳ ପୁରସ୍କାର ଓ ସମ୍ବର୍ଦ୍ଧନା ସର୍ବସ୍ବ ହୋଇଯାଇଛି। ଲେଖକଟି ସବୁବେଳେ ଚିନ୍ତା କରୁଛି ମୁଁ କ’ଣ ଲେଖିଲେ ଗୋଟିଏ ସୀକୃତିପ୍ରାପ୍ତ ଲେଖକ ହୋଇପାରିବି ଏବଂ ଅନେକ ପୁରସ୍କାର ହାତେଇ ପାରିବି। କିନ୍ତୁ ସତ୍ୟକୁ ନିର୍ଭୀକ ଢଙ୍ଗରେ ଉପସ୍ଥାପନ କରିବା ଓ ସମାଜର ହିତ ସାଧନ କରିବା ହେଉଛି ଲେଖକର ପ୍ରଥମ କର୍ତ୍ତବ୍ୟ। ଯେଉଁ ସାହିତ୍ୟ ସମାଜର ହିତ ସାଧନ କରେ ନାହିଁ ତାହା ସାହିତ୍ୟ ହୋଇପାରେନା । ଲେଖକର ଲେଖନୀ ଯଦି ସମାଜ ତଥା ରାଷ୍ଟ୍ରରେ ସଂସ୍କାର ନ ଆଣେ ତେବେ ରାଷ୍ଟ୍ର ବିକାଶଲାଭ କରିପାରେନି। ଯେଉଁ ସାହିତ୍ୟ ଶାସକର ତୋଷାମଦ କରି ପୁରସ୍କାର ହାସଲ କରେ ତାହା ସାହିତ୍ୟ ନୁହେଁ। ଯେଉଁ ସାହିତ୍ୟ ନୂତନ ରାଷ୍ଟ୍ର ନିର୍ମାଣରେ ସାହାଯ୍ୟ ସହଯୋଗ କରେ ତାହା ହିଁ ପ୍ରକୃତ ସାହିତ୍ୟ। କିନ୍ତୁ ଆଜିର ଲେଖନୀ ଆତ୍ମପ୍ରଚାର ସର୍ବସ୍ବ ହୋଇଛି। ସାହିତ୍ୟ ଯଦି ସମାଜକୁ ଦିଗ୍‌ଦର୍ଶନ ନ ଦେଇ କେବଳ ଶାସକକୁ ତୋଷାମଦ କରି ପୁରସ୍କାର ପାଇଁ ଲେଖା ଯାଏ ତେବେ ଗୋଟିଏ ଜାତି ଧ୍ୱଂସ ହୋଇଯାଏ।
ସାହିତ୍ୟ ହିଁ ସମାଜ ପରିବର୍ତ୍ତନର ଅସ୍ତ୍ର । ଲେଖାରେ ଯଦି ସାମାଜିକ ସଂସ୍କାର ନ ଥାଏ, ପ୍ରତିଶ୍ରୁତିବଦ୍ଧତା ନ ଥାଏ, ସଚେତନତା ନ ଥାଏ, ମୂଲ୍ୟବୋଧ ନ ଥାଏ ଏବଂ ଲେଖା ଯଦି ମାନବଧର୍ମୀ ନ ହୁଏ, ଯୁଗୋପଯୋଗୀ ନ ହୁଏ ତେବେ ରାଷ୍ଟ୍ରର ମୂଳ ଲକ୍ଷ୍ୟ ଲକ୍ଷ୍ୟଚ୍ୟୁତ ହୁଏ। ବର୍ତ୍ତମାନ ଦେଖାଯାଉଛି ସମାଜ ତଥା ରାଷ୍ଟ୍ର ଯେତେ ଅସୁବିଧାରେ ସମ୍ମୁଖୀନ ହେଲେ ମଧ୍ୟ ଭୟରେ କେହି ପାଟି ଖୋଲିବାକୁ ରାଜି ନୁହନ୍ତି। ସମସ୍ତେ ଚାହାନ୍ତି ଶାସକ ଦଳର ପ୍ରିୟ ହେବାପାଇଁ ଓ ତାଙ୍କର ଭାଟ ସାଜିବାକୁ। ଅନ୍ୟାୟ ଅତ୍ୟାଚାର ଦୁର୍ନୀତି ବିରୋଧରେ ଲେଖନୀ ଚାଳନା କଲେ ପୁରସ୍କାର ନ ମିଳିପାରେ, ତିରସ୍କାର ମିଳୁ ପଛକେ କିନ୍ତୁ ସମାଜ ଓ ରାଷ୍ଟ୍ର ତା’ର ପ୍ରତିଦାନକୁ କେବେ ଭୁଲେନାହିଁ।
ଯେଉଁ ଲେଖନୀ ପଥଭ୍ରଷ୍ଟ ଯୁବକଙ୍କୁ ବାଟ ଦଖାଏ ନାହିଁ , ଜୀବନ ଜିଇବାର କଳା ଶିଖାଏ ନାହିଁ କିମ୍ବା ଜୀବନର ସମସ୍ୟାକୁ ସମାଧାନ କରିବାକୁ ଦୃଢ଼ ମନୋବଳ ସୃଷ୍ଟି କରିପାରେ ନାହିଁ ତାହା ସାହିତ୍ୟ ହୋଇପାରେନା। ସେଦିନର ସାହିତ୍ୟ ସ୍ବାଧୀନତା ସଂଗ୍ରାମୀମାନଙ୍କୁ ପ୍ରେରଣା ଦେଉଥିଲା। ଭାରତ, ଆମେରିକା, ଇଟାଲୀ, ଜର୍ମାନୀ, ଫ୍ରାନ୍ସ, ରୁଷିଆ ଆଦି ପ୍ରତ୍ୟେକ ଦେଶର ସ୍ବାଧୀନତା ସଂଗ୍ରାମ ଲେଖକଙ୍କ ଲେଖନୀ ଚାଳନାରୁ ତୀବ୍ର ହୋଇଥିଲା । ରୁଷୋ, ଭଲ୍ଟାୟାର, ମଣ୍ଟେସ୍କୁ, ମହାତ୍ମା ଗାନ୍ଧୀ, ଶ୍ରୀଅରବିନ୍ଦ, ରବୀନ୍ଦ୍ରନାଥ ଟାଗୋର, ଉତ୍କଳମଣି ଗୋପବନ୍ଧୁ, ମଧୁବାବୁ, ଗୌରୀ ଶଙ୍କର, ଗୋଦାବରୀଶ ମହାପାତ୍ର, କଥା ସମ୍ରାଟ ଫକୀର ମୋହନ ସେନାପତିଙ୍କ ଲେଖନୀ ସେଦିନ ବିପ୍ଳବର ମଞ୍ଜି ବୁଣି ଦେଇଥିଲା ପ୍ରତିଟି ହୃଦୟରେ। ସାହିତ୍ୟରେ ଜନ ଜାଗରଣ ନିହାତି ଆବଶ୍ୟକ।

ମୀରା ବେଉରା
ଦେଉଳସାହି, ତୁଳସୀପୁର, କଟକ
ମୋ: ୭୮୪୬୯୨୧୪୦୦


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ରାଜ୍ୟବାଦର ନଗ୍ନ ରୂପ

ଶୀତଳ ଯୁଦ୍ଧର ଅବସାନ ପରେ ସାମ୍ରାଜ୍ୟବାଦୀ ଆମେରିକାର ଔଦ୍ଧତ୍ୟ ଯେ ବହୁଗୁଣା ବଢ଼ିଯାଇଛି, ଏଥିରେ କେହି ଦ୍ୱିମତ ହେବେ ନାହିଁ। କେତେକ ରାଷ୍ଟ୍ରରେ ସାମରିକ ଶକ୍ତି...

ଆପଣା ପଣରେ ନାରୀ

ରାଜା ବ୍ରାହ୍ମଣମାନଙ୍କୁ ପୁଚ୍ଛାକଲେ, ‘ଯେଉଁ ଫଳ ଉପୁଜାଇ ସେ ଫଳ ଖାଇ କି ନ ଖାଇ’। ତହିଁକି ବ୍ରାହ୍ମଣ ବୋଇଲେ ଯେ ଯେଉଁ ଫଳ ଉପୁଜାଇ...

ନଏଡା ଦୁର୍ଘଟଣା

ଘନକୁହୁଡ଼ି ଯୋଗୁ ଦିଲ୍ଲୀ ପାଖ ତଥା ଉତ୍ତରପ୍ରଦେଶ ରାଜ୍ୟର ନ୍ୟୁ ଓଖଲା ଇଣ୍ଡଷ୍ଟ୍ରିଆଲ ଡେଭଲପ୍‌ମେଣ୍ଟ ଅଥରିଟି (ନଏଡା)ର ସେକ୍ଟର ୧୫୦ ନିକଟରେ ୧୬ ଜାନୁଆରୀ ୨୦୨୬...

ଏଇ ଭାରତରେ

ଏବେ ବିବାହ ଉତ୍ସବରେ ପରିବେଶ ପ୍ରଦୂଷଣକାରୀ କାର୍ଯ୍ୟ ଦେଖିବାକୁ ମିଳୁଛି। ଖାଦ୍ୟ ନଷ୍ଟ ସହ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍‌ର ବ୍ୟାପକ ବ୍ୟବହାର କରାଯାଉଛି। ହେଲେ ମଧ୍ୟପ୍ରଦେଶରେ...

ବୁଦ୍ଧି ବିସ୍ଫୋଟ

ବିଜ୍ଞାନ ଦୃଷ୍ଟିରେ ୨୦୨୬କୁ ଏକ ଗୁରୁତ୍ୱପୂର୍ଣ୍ଣ ଦୃଷ୍ଟିକୋଣରେ ଦଣ୍ଡାୟମାନ ଥିବାର ଦେଖିବାକୁ ମିଳିଛି। ଏଆଇ ନାମରେ କୃତ୍ରିମ ବୁଦ୍ଧିମତ୍ତା ସମଗ୍ର ବିଶ୍ୱକୁ ବଦଳାଇ ଦେବାର ସାମର୍ଥ୍ୟ...

ଜଳବାୟୁ ବିପଦ ସୂଚକାଙ୍କ ଚେତାବନୀ

ସମ୍ପ୍ରତି ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ବିପଦପୂର୍ଣ୍ଣ ସ୍ତରରେ ପହଞ୍ଚିଛି। ଏହାଦ୍ବାରା ଅନେକ ଅଞ୍ଚଳରେ ଜନସାଧାରଣ ନିଃଶ୍ବାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି। ଏହାର...

କୁଲି, ମୂଲିଆଙ୍କ ଦେଶ

ପାଖାପାଖି ୧୫୦ କୋଟି ଲୋକସଂଖ୍ୟା ବିଶିଷ୍ଟ ଭାରତରେ ଯୁବଶକ୍ତିର କେତେ ବେରୋଜଗାର ଅଛନ୍ତି ତାହାର ବାସ୍ତବ ସଂଖ୍ୟା ଜାଣିବା ଅସମ୍ଭବ। ଏଇଥିପାଇଁ ଅସମ୍ଭବ କୁହାଯାଉଛି ଯେ,...

ଏଇ ଭାରତରେ

ମହାରାଷ୍ଟ୍ର ବିଦର୍ଭ ଅଞ୍ଚଳ ଅତ୍ୟନ୍ତ ମରୁଡ଼ିପ୍ରବଣ। ଏହି ଅଞ୍ଚଳରେ କୃଷି କ୍ଷତିଗ୍ରସ୍ତ ହେଉଥିବାରୁ କୃଷକ ଆତ୍ମହତ୍ୟା ହାର ଅଧିକ। ତେବେ ନିଜ ଗାଁ ଓ ତା’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri