Posted inଜାତୀୟ

ଲଦାଖକୁ ରାଜ୍ୟ ମାନ୍ୟତା ଦାବି: ଲେହ୍‌ରେ ହିଂସା

ଲେହ୍‌,୨୫ା୯ (ପି.ଟି. /ରଏଟର୍ସ): କେନ୍ଦ୍ରଶାସିତ ଅଞ୍ଚଳ ଲଦାଖକୁ ରାଜ୍ୟ ମାନ୍ୟତା ପ୍ରଦାନ ଦାବିରେ ବୁଧବାର ଲେହ୍‌ଠାରେ ବନ୍ଦ ପାଳନ ସମୟରେ ବ୍ୟାପକ ହିଂସାକାଣ୍ଡ ଘଟିଛି। ଲେହ୍‌ ଆପେକ୍ସ ବଡି (ଏଲ୍‌ଏବି) ଏବଂ ସୁରକ୍ଷା କର୍ମୀଙ୍କ ମଧ୍ୟରେ ସଂଘର୍ଷ ବେଳେ ପୋଲିସ ଗୁଳିରେ ୪ ବିକ୍ଷୋଭକାରୀଙ୍କ ମୃତ୍ୟୁ ଘଟିଥିବାବେଳେ ୭୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୨୦ ପୋଲିସ କର୍ମଚାରୀ ଅଛନ୍ତି। ସ୍ଥିତି ଅଣାୟତ୍ତ ହେଉଥିବା ଦେଖି କ୍ଲାଇମେଟ୍‌ ଆକ୍ଟିଭିଷ୍ଟ ସୋନମ୍‌ ଓ୍ବାଙ୍ଗ୍‌ଚୁକ ଅନଶନ ଭଙ୍ଗକରି ତତ୍କାଳ ବନ୍ଦ ପ୍ରତ୍ୟାହାର କରିବାକୁ ପରାମର୍ଶ ଦେଇଛନ୍ତି। ୫ ବର୍ଷ ହେଲା ଯୁବପିଢ଼ି ରୋଜଗାର ପାଉ ନ ଥିବାରୁ ‘ଜେନ୍‌-ଜି ଧରଣର ଆନ୍ଦୋଳନ’ ମୁଣ୍ଡ ଟେକିଛି। ଏହା ଏକ ସାମାଜିକ ଆନ୍ଦୋଳନ। ଲଦାଖରେ କୌଣସି ଗଣତାନ୍ତ୍ରିକ ମଞ୍ଚ ନାହିଁ। ତେବେ ହିଂସା ଯୋଗୁ ଲଦାଖବାସୀଙ୍କ ଉଦ୍ଦେଶ୍ୟ ପୂରଣ ହୋଇପାରିବ ନାହିଁ। ସ୍ଥିତି ଆହୁରି ଖରାପ ଆଡ଼କୁ ଗତି କରିପାରେ। ଲଦାଖ ଓ ଦେଶରେ ଅସ୍ଥିରତା ସୃଷ୍ଟି କରିବା ଅନୁଚିତ ବୋଲି ଅନଶନସ୍ଥଳରେ ଓ୍ବାଙ୍ଗ୍‌ଚୁକ ନିଜ ସମର୍ଥକମାନଙ୍କୁ ସମ୍ବୋଧିତ କରି କହିଛନ୍ତି।

ହିଂସାକୁ ଦୃଷ୍ଟିରେ ରଖି ଲେହ୍‌ ଜିଲାର ବିଭିନ୍ନ ଭାଗରେ ଭାରତୀୟ ନାଗରିକ ସଂହିତା (ବିଏନ୍‌ଏସ୍‌) ଧାରା ୧୬୩ ଜାରି କରାଯାଇଛି। ତଦନୁସାରେ ସମ୍ପୃକ୍ତ ଅଞ୍ଚଳରେ ୫ କିମ୍ବା ତଦୂର୍ଦ୍ଧ୍ୱ ବ୍ୟକ୍ତି ଏକତ୍ର ହୋଇପାରିବେ ନାହିଁ ବୋଲି ବିକ୍ଷୋଭକାରୀଙ୍କୁ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି।
୨୦୧୯ ଅଗଷ୍ଟରେ କେନ୍ଦ୍ର ସରକାର ଜମ୍ମୁ ଓ କଶ୍ମୀରର ରାଜ୍ୟ ମାନ୍ୟତା ପ୍ରତ୍ୟାହାରକରି ଏହାକୁ ଜମ୍ମୁ-କଶ୍ମୀର ଏବଂ ଲଦାଖ ରୂପେ ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରିଥିଲେ। ଏହା ପରଠୁ ଲଦାଖକୁ ରାଜ୍ୟ ମାନ୍ୟତା ପ୍ରଦାନ ଓ ସମ୍ବିଧାନର ଷଷ୍ଠ ପରିଚ୍ଛେଦରେ ସାମିଲ ଦାବିରେ ଅନେକ ସମୟରେ ବିକ୍ଷୋଭ କରାଯାଇଆସୁଛି। ସେପ୍ଟେମ୍ବର ୧୦ରୁ ୧୫ ଜଣ ୩୫ ଦିନିଆ ଅନଶନରେ ବସିଥିଲେ। ମଙ୍ଗଳବାର ସନ୍ଧ୍ୟାରେ ସେମାନଙ୍କ ମଧ୍ୟରୁ ସେରିଙ୍ଗ୍‌ ଓ୍ବାଙ୍ଗ୍‌ଚୁକ(୭୨) ଓ ତଶି ଡୋଲମା(୬୦)ଙ୍କ ସ୍ବାସ୍ଥ୍ୟ ବିଗିଡ଼ିବାରୁ ହସ୍ପିଟାଲକୁ ଉଭୟଙ୍କୁ ନିଆଯାଇଥିଲା। ଏହା ଦେଖି ଏଲ୍‌ଏବି ଯୁବ ଶାଖା ପକ୍ଷରୁ ବୁଧବାର ବନ୍ଦ ଡାକରା ଦିଆଯାଇଥିଲା। ଲେହ୍‌ ଆପେକ୍ସ ବଡି ନେତୃତ୍ୱରେ ଚାଲିଥିବା ଆନ୍ଦୋଳନ ଚାହୁଁ ଚାହୁଁ ହିଂସାର ରୂପ ନେଇଥିଲା। ବିକ୍ଷୋଭକାରୀମାନେ ଭାଜପା ଅଫିସ ସମେତ ବିଭିନ୍ନ ସ୍ଥାନରେ ପୋଡ଼ାଜଳା ଓ ଭଙ୍ଗାରୁଜା କରିଥିଲେ। ଯାନବାହନଗୁଡ଼ିକରେ ନିଅଁା ଲଗାଇଦେବାରୁ ଆକାଶରେ କଳା ଧୂଅଁାର ଆସ୍ତରଣ ଦେଖିବାକୁ ମିଳିଥିଲା। ସ୍ଥିତି ନିୟନ୍ତ୍ରଣକୁ ଆଣିବାକୁ ଯାଇ ପୋଲିସ ବିକ୍ଷୋଭକାରୀଙ୍କ ଉପରେ ଆଖିବୁଜା ଗୁଳି ଚଳାଇଥିଲା। ଗୁଳିମାଡ଼ରେ ୪ ବିକ୍ଷୋଭକାରୀଙ୍କ ମୃତ୍ୟୁ ଘଟିଛି। ସଂଘର୍ଷ ବେଳେ ୭୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ବିଶିଷ୍ଟ ପରିବେଶବିତ୍‌ ତଥା ଶିକ୍ଷାବିତ୍‌ ସୋନମ୍‌ ଓ୍ବାଙ୍ଗ୍‌ଚୁକ ଅନଶନ ଭାଙ୍ଗିବା ସହ ଲଦାଖର ଯୁବପିଢ଼ିଙ୍କୁ ହିଂସା ବନ୍ଦ କରିବାକୁ ପରାମର୍ଶ ଦେଇଛନ୍ତି। ପୋଲିସ ପ୍ରଥମେ ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ପାଇଁ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲା। କିନ୍ତୁ ସ୍ଥିତି ସଙ୍ଗିନ ହେବା ଆଶଙ୍କାରେ ପରେ ଗୁଳିମାଡ଼ କରିଥିଲା। ତେବେ ବିକ୍ଷୋଭକାରୀମାନେ ଶାନ୍ତ ରୁହନ୍ତୁ ବୋଲି ଓ୍ବାଙ୍ଗ୍‌ଚୁକ ନିଜ X ହ୍ୟାଣ୍ଡଲରେ କହିଛନ୍ତି।
ସମ୍ବିଧାନର ଷଷ୍ଠ ପରିଚ୍ଛେଦ ୪ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ତ୍ରିପୁରା, ମେଘାଳୟ, ମିଜୋରାମ ଓ ଆସାମର ଆଦିବାସୀ ଜନସଂଖ୍ୟା ପାଇଁ ଉଦ୍ଦିଷ୍ଟ। ତଦନୁଯାୟୀ ଏହି ରାଜ୍ୟଗୁଡ଼ିକ ଅଟୋନମସ୍‌ କାଉନ୍‌ସିଲ ଜରିଆରେ ପ୍ରଶାସନିକ, ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ କ୍ଷମତା, ସ୍ବାୟତ୍ତ ଶାସନ, ବିକଳ୍ପ ନ୍ୟାୟିକ ବ୍ୟବସ୍ଥା ଓ ଆର୍ଥିକ କ୍ଷମତାର ପ୍ରୟୋଗ କରି ସ୍ବତନ୍ତ୍ର ସୁବିଧା ହାସଲ କରିଥାନ୍ତି। ଅକ୍ଟୋବର ୬ରେ ଏଲ୍‌ଏବି ଏବଂ କାର୍‌ଗିଲ ଡେମୋକ୍ରାଟିକ୍‌ ଆଲାଏନ୍ସ (କେଡିଏ) ସଦସ୍ୟଙ୍କୁ ନେଇ ଲଦାଖର ଏକ ପ୍ରତିନିଧି ଦଳ ସହ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଆଲୋଚନା ହେବାକୁ ଥିବାବେଳେ ଲଦାଖକୁ ଷଷ୍ଠ ପରିଚ୍ଛେଦରେ ସାମିଲ ପାଇଁ ଦାବି ଜୋର୍‌ ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri