ସାର କଳବଜାର: କୃଷି ଭବନ ଘେରାଉ କରି ବିଜେଡି…

ବଲାଙ୍ଗୀର,୧୯ା୯(ସୁନୀଲ କୁମାର ମହାନ୍ତି): ଜିଲାରେ ସାର କଳାବଜାର ପ୍ରସଙ୍ଗକୁ ନେଇ ବିଜେଡି ପକ୍ଷରୁ ସ୍ଥାନୀୟ କୃଷି ଭବନ ଘେରାଉ କରାଯାଇଥିଲା। କୃଷି ଭବନ ସମ୍ମୁଖରେ ପ୍ରଥମେ ବିଜେଡି ନେତା ଓ କର୍ମୀମାନେ ଚାଷୀଙ୍କ ଗହଣରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରତିବାଦ ସଭା କରିଥିଲେ। ସଦର ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ବରିଷ୍ଠ ନେତା ଗୋଲାପ ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଜିଲା ପରିଷଦ ସଭାପତି ଦେବକୀ ସାହୁ, ସଦର ବ୍ଲକ ଅଧ୍ୟକ୍ଷା ସରିତା ବାଗ, ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ, ଜିଲା ମହିଳା ବିଜେଡି ସଭାନେତ୍ରୀ ଦମୟନ୍ତୀ ବାଗ, ନଗର ସଭାପତି ଶମ୍ଭୁ ନାଗ, ଜିଲା ଯୁବ ବିଜେଡି ସଭାପତି ରାଜେନ୍ଦ୍ର ହୋତା, ଛାତ୍ର ବିଜେଡି ସଭାପତି ସୁମନ ନନ୍ଦ, ବରିଷ୍ଠ ଆଇନଜୀବୀ ଜୟରାମ ମିଶ୍ର, କୈଳାସ ମହାନ୍ତି, ବିଧୂଭୂଷଣ ତ୍ରିପାଠୀଙ୍କ ସମେତ ଚାଷୀମାନେ ଯୋଗଦେଇ ଭାଜପା ସରକାରକୁ ତୀବ୍ର ସମାଲୋଚନା କରିଥିଲେ। କଳାବଜାରୀଙ୍କ ସହ ମିଶି ସାର କଳାବଜାର କରି ଚାଷୀକୁ ଶୋଷଣ କରୁଛନ୍ତି ବୋଲି ଅଭିଯୋଗ କରିଥିଲେ। ଠିକଣା ସମୟରେ ସାର ନ ପାଇବାରୁ ଚାଷୀ ଘୋର ଅସୁବିଧାର ସମ୍ମୁଖୀନ ହୋଇ ଚଢ଼ା ଦରରେ ସାର କିଣି ହନ୍ତସନ୍ତ ହେଉଛନ୍ତି ବୋଲି କହିଥିଲେ। ବୁଧବାର କୃଷି ଭବନ ଉଦ୍‌ଘାଟନକୁ କଡ଼ା ଭାଷାରେ ସମାଲୋଚନା କରିଥିଲେ। ପୁରୁଣା କୋଠାରେ ରଙ୍ଗ ମାରି କୃଷି ଭବନ ନାଁରେ ଉଦ୍‌ଘାଟନ କରାଯାଉଛି ବୋଲି ସମାଲୋଚନା କରିଥିଲେ। ଉଦ୍‌ଘାଟନୀ ଫଳକରେ କେଉଁ କାରଣରୁ ସ୍ଥାନୀୟ ବିଧାୟକ କଳିକେଶ ନାରାୟଣ ସିଂଦେଓଙ୍କ ନାଁ ଲେଖାଯାଇ ନାହିଁ ବୋଲି ପ୍ରଶ୍ନ କରିଥିଲେ। ସଭା ପରେ ଦାବିପତ୍ର ଦେବାକୁ କୃଷି ଭବନ ଭିତରକୁ ଧସେଇ ପଶିଥିଲେ। ଉପସ୍ଥିତ ପୋଲିସ କର୍ମଚାରୀଙ୍କୁ ବିଜେଡି ନେତା, କର୍ମୀମାନେ ଠେଲାପେଲା କରି କୃଷି ଭବନ ପରିସରକୁ ପଶିଥିଲେ। ସେଠାରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କ ଦ୍ବାରା ଉଦ୍‌ଘାଟିତ କୃଷି ଭବନ ଫଳକରେ ଜିଲା ପରିଷଦ ସଭାପତି ଦେବକୀ ସାହୁ ବାର୍ନିସ୍‌ ଧଳା ରଙ୍ଗ ମାରି ଉପମୁଖ୍ୟମନ୍ତ୍ରୀ ଓ ଲୋକସଭା ଏମ୍‌ପିଙ୍କ ନାମକୁ ଲିଭାଇ ଦେଇଥିଲେ। ଫଳକ ନିକଟସ୍ଥ ଷ୍ଟାଣ୍ଡକୁ ବିକ୍ଷୋଭକାରୀମାନେ ଭାଙ୍ଗି ଦେଇଥିଲେ। ଅଫିସ ଭିତରକୁ ପଶି ସିଡିଏଓ ଧୀରେନ ସିଂ ବରିହାଙ୍କୁ ସାର କଳାବଜାର ଓ ଉଦ୍‌ଘାଟନୀ ଫଳକରେ ସ୍ଥାନୀୟ ବିଧାୟକଙ୍କ ନାଁ କାହିଁକି ଲେଖାଯାଇନାହିଁ ବୋଲି ପ୍ରଶ୍ନ କରିଥିଲେ। ଆଗକୁ ଏଭଳି ହେଲେ ଏହାର କଡ଼ା ଜବାବ ଦିଆଯିବ ବୋଲି ଧମକ ଦେଇ ଦାବିପତ୍ର ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri