ମୋଦିଙ୍କୁ ଫୋନ କରି ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଟ୍ରମ୍ପ, ମୋଦି ଦେଲେ ଏମିତି ଜବାବ, ବିଶ୍ୱରେ ଚହଳ

ନୂଆଦିଲ୍ଲୀ,୧୭।୯: ମଙ୍ଗଳବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତାଙ୍କର ବହୁତ ଭଲ ଫୋନ କଥାବାର୍ତ୍ତା ହୋଇଛି ଏବଂ ଏହି ସମୟରେ ସେ ତାଙ୍କ ବନ୍ଧୁଙ୍କୁ ତାଙ୍କ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି। ଏହା ସହିତ, ସେ ଭାରତୀୟ ନେତାଙ୍କୁ ରୁଷିଆ-ୟୁକ୍ରେନ ଯୁଦ୍ଧ ସମାପ୍ତ କରିବାରେ ତାଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି। ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦିଙ୍କ ୭୫ତମ ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ଫୋନ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟାରିଫ୍‌ ପ୍ରସଙ୍ଗରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ମଧ୍ୟରେ ଭାରତ ସହିତ ସମ୍ପର୍କ ଉନ୍ନତ କରିବା ପାଇଁ ଆମେରିକାର ପ୍ରୟାସର ଏକ ଗୁରୁତ୍ୱପୂର୍ଣ୍ଣ ସଙ୍କେତ ଭାବରେ ଏହାକୁ ଦେଖାଯାଉଛି।

ଟ୍ରମ୍ପ ଟ୍ରୁଥ୍‌ ସୋସିଆଲରେ ପୋଷ୍ଟ କରିଛନ୍ତି, ମୋର ବନ୍ଧୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବହୁତ ଭଲ ଫୋନ କଥାବାର୍ତ୍ତା ହୋଇଛି। ମୁଁ ତାଙ୍କୁ ଜନ୍ମଦିନର ବହୁତ ଶୁଭେଚ୍ଛା ଜଣାଇଛି। ସେ ବହୁତ ଭଲ କାମ କରୁଛନ୍ତି।

ସେ ଲେଖିଛନ୍ତି, ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ସମାପ୍ତ କରିବାରେ ଆପଣଙ୍କ ସମର୍ଥନ ପାଇଁ ଧନ୍ୟବାଦ। ସେ ତାଙ୍କ ବାର୍ତ୍ତା ତଳେ ରାଷ୍ଟ୍ରପତି DJT ଲେଖିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ’X’ ରେ ପୋଷ୍ଟ କରିଛନ୍ତି ଏବଂ ଟ୍ରମ୍ପଙ୍କୁ ତାଙ୍କ ଫୋନ କଲ ପାଇଁ ଧନ୍ୟବାଦ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ମୋର ବନ୍ଧୁ, ରାଷ୍ଟ୍ରପତି ଟ୍ରମ୍ପ, ଆପଣଙ୍କ ଫୋନ କଲ ପାଇଁ ଧନ୍ୟବାଦ ଏବଂ ମୋର ୭୫ ତମ ଜନ୍ମଦିନରେ ହାର୍ଦ୍ଦିକ ଅଭିନନ୍ଦନ ପାଇଁ ଦନ୍ୟପାଦ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱସ୍ତରୀୟ ଭିତ୍ତିଭୂମି ମିଳିଲେ କ’ଣ ହେବ, ଯଦି ଲୋକଙ୍କ ପାଖରେ ନାହିଁ ସାଧାରଣ ଜ୍ଞାନ

କୋଲକାତା/ଗୁୱାହାଟୀ,୨୦।୧: ଦେଶର ପ୍ରଥମ ହାଇଟେକ୍ ‘ବନ୍ଦେ ଭାରତ ସ୍ଲିପର’ ଏକ୍ସପ୍ରେସ୍‌ର ପରିଚାଳନା ଆରମ୍ଭ ହେବା ପୂର୍ବରୁ ଏହାର ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶନିବାର...

ବାଇକ ଧକ୍କା ପରେ ଚାପିଦେଲା ଟ୍ରାକ୍ଟର, ୨ ବର୍ଷ ଶିଶୁର ମୃତ୍ୟୁ

ସୁନ୍ଦରଗଡ଼,୨୦।୧: ସୁନ୍ଦରଗଡ଼ ସହରରେ ମଙ୍ଗଳବାର ଏକ ଶୋକାକୁଳ ପରିସ୍ଥିତି ଦେଖିବାକୁ ମିଳିଛି। ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟରେ ଏକ ଟ୍ରାକ୍ଟର ଚଢ଼ିଯିବା ଫଳରେ ୨ ବର୍ଷର...

ଶେୟାର ବଜାରରେ ହାହାକାର: ୧୦୦୦ ପଏଣ୍ଟ ଖସିଲା ସେନସେକ୍ସ, ନିବେଶକଙ୍କ ୭.୬୭ ଲକ୍ଷ କୋଟି ଟଙ୍କା ସ୍ଵାହା

ମୁମ୍ବାଇ,୨୦।୧: ସପ୍ତାହର ଦ୍ଵିତୀୟ କାର୍ଯ୍ୟ ଦିବସରେ ଭାରତୀୟ ଶେୟାର ବଜାରରେ ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଆଇଟି, ଅଟୋମୋବାଇଲ୍ ଏବଂ ରିଏଲ୍ ଇଷ୍ଟେଟ୍ କ୍ଷେତ୍ରର...

ବୁଲା କୁକୁର ମାମଲା: ମେନକା ଗାନ୍ଧୀଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ, ଉଠାଇଲେ ଏପରି ପ୍ରଶ୍ନ

ନୂଆଦିଲ୍ଲୀ,୨୦ା୧: ବୁଲା କୁକୁର ମାମଲାରେ ପ୍ରାଣୀ ଅଧିକାର କର୍ମୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମେନକା ଗାନ୍ଧୀଙ୍କୁ ସୁପ୍ରିମକୋର୍ଟ କଡ଼ା ସମାଲୋଚନା କରିଛନ୍ତି। ଏକ ପଡକାଷ୍ଟରେ...

ଓଡ଼ିଶା ନାଁ ନେଇ ଏମିତି କଥା କହିଲେ ପ୍ରଧାନମନ୍ତ୍ରୀ ମୋଦି: ସବୁଠି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୦।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଜପାର ନୂଆ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ମୁଁ ବିଶ୍ୱର ସର୍ବବୃହତ ରାଜନୈତିକ ଦଳର...

US Tariff:‘ପଦ ଛାଡିବେ ଫ୍ରାନ୍ସ ରାଷ୍ଟ୍ରପତି’, କାହିଁକି ଏମିତି କହିଲେ ଟ୍ରମ୍ପ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ଓ୍ବାଶିଂଟନ,୨୦।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫରାସୀ ମଦ ଏବଂ ସାମ୍ପେନ ଉପରେ ୨୦୦ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ଧମକ ଦେଇଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି...

ନୀତିନ ନବୀନ କହିଲେ ରାଜନୀତି ଲଙ୍ଗ ମାରାଥନ, ଏଠି ସ୍ପିଡ ନୁହେଁ ଷ୍ଟାମିନାର ଟେଷ୍ଟ ହୋଇଥାଏ

ନୂଆଦିଲ୍ଲୀ,୨୦।୧: ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ, ନୀତିନ ନବୀନ ପ୍ରଥମ ଥର ପାଇଁ ଦଳୀୟ କର୍ମୀ ଏବଂ ନେତାମାନଙ୍କୁ ସମ୍ବୋଧିତ କରିଥିଲେ। ସେ କହିଥିଲେ...

ଭାରତୀୟ ରେଳବାଇର ନୂଆ ନିୟମ, ଟ୍ରେନରେ ଅଧିକ ଘିଅ ନେଇ ଯାତ୍ରା କଲେ ଜେଲ୍…

ନୂଆଦିଲ୍ଲୀ,୨୦।୧: ଯାତ୍ରୀଙ୍କ ପାଇଁ ଭାରତୀୟ ରେଳବାଇର ଅନେକ ନିୟମ ରହିଛି । କିଛି ନିୟମ ବିଷୟରେ ଅବଗତ ହେବା ଉଚିତ, କାରଣ ଏକ ଛୋଟ ଭୁଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri