Posted inଖେଳ

India vs Pakistan: ପାକିସ୍ତାନ ସହ ଭାରତ ନ ଖେଳିଲେ କେତେ ଟଙ୍କାର କ୍ଷତି ସହିବ BCCI ?

ଦୁବାଇ,୧୪।୯: ଏପ୍ରିଲ୍‌ରେ ହୋଇଥିବା ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତୀୟଙ୍କ ମନରେ ଏବେ ମଧ୍ୟ ରୋଷ ପ୍ରବଳ ରହିଛି। ଏହାର କାରଣରୁ ଏସିଆ କପ୍‌ ୨୦୨୫ରେ ଭାରତ-ପାକିସ୍ତାନ ମ୍ୟାଚ୍‌କୁ ବୟକଟ୍‌ କରିବାକୁ ଦାବି ବଢ଼ିଛି। ସୋମବାର ରାତି ୮ଟାରେ ଆରମ୍ଭ ହେବାକୁ ଥିବା ଏହି ହାଇପ୍ରୋଫାଇଲ୍‌ ମ୍ୟାଚ୍‌ ଶେଷ ମୁହୂର୍ତ୍‌ରେ ନ ହେଲେ କିଏ କେତେ ଟଙ୍କାର କ୍ଷତି ସହିବେ ? ମ୍ୟାଚ୍‌ ୟୁଏଇରେ ଖେଳାଯାଉଥିବା ବେଳେ ବିସିସିଆଇ ଏହାର ଆୟୋଜକ ରହିଛି। ଏହା ରଦ୍ଧ ହେଲେ ବିସିସିଆଇଙ୍କୁ ବଡ଼ ଆର୍ଥିକ୍‌ କ୍ଷତି ସହିବାକୁ ପଡିପାରେ।

ମ୍ୟାଚ୍‌ ନ ହେଲେ ପ୍ରଥମେ ବ୍ରଡକାଷ୍ଟିଙ୍ଗ୍‌ ଡିଲ୍‌ ଉପରେ ପ୍ରଭାବ ପଡ଼ିବ। ଭାରତ-ପାକିସ୍ତାନ ମ୍ୟାଚ୍‌ର ଭ୍ୟୁଅରସିପ୍‌ ରେକର୍ଡ୍‌ ଭାଙ୍ଗୁଛି, କିନ୍ତୁ ୨୦୨୫ ଏସିଆ କପ୍‌ରେ ଏହା ନହେଲେ ପ୍ରାୟ ୧୫୦୦ କୋଟି ଟଙ୍କାର ବ୍ରଡକାଷ୍ଟିଙ୍ଗ୍‌ ଡିଲ୍‌ ବାତିଲ୍‌ ହୋଇଯିବ। ଏକ ଏସିଆ କପ୍‌ ପାଇଁ ଏରୁ ୩୭୫ କୋଟି ଟଙ୍କାର ଅଂଶ। ୨୦୨୪ରେ ବିସିସିଆଇ ଅଧିକାରୀ କହିଥିଲେ, ପରବର୍ତ୍ତୀ ଚାରି ଏସିଆ କପ୍‌ ପାଇଁ ବ୍ରଡକାଷ୍ଟିଙ୍ଗ୍‌ ରାଇଟ୍‌ସ୍‌ ୧୭୦ ମିଲିୟନ୍‌ ଡଲାର (ପ୍ରାୟ ୧୫୦୦ କୋଟି ଟଙ୍କା)ରେ ବିକ୍ରୀ ହୋଇଛି। ଏହାର ମୁଖ୍ୟ କାରଣ ଭାରତ-ପାକିସ୍ତାନ ମ୍ୟାଚ୍‌। ମ୍ୟାଚ୍‌ ନହେଲେ ବ୍ରଡକାଷ୍ଟର୍‌ମାନେ ବିସିସିଆଇଙ୍କୁ ଦୋଷ ଦେବେ, ପରିସ୍ଥିତି ଖରାପ ହେଲେ ଡିଲ୍‌ ମଝିରେ ଶେଷ ହୋଇପାରେ।

ଭାରତ-ପାକିସ୍ତାନ ମ୍ୟାଚ୍‌ ବିଶ୍ୱବ୍ୟାପୀ କୋଟିକୋଟି ଲୋକ ଦେଖନ୍ତି। ଅଧିକ ଭ୍ୟୁଅରସିପ୍‌ରୁ ବିଜ୍ଞାପନ ସ୍ଲଟ୍‌ ପାଇଁ ବ୍ରଡକାଷ୍ଟର୍‌ ବଡ଼ ରାଶି ଆଦାୟ କରନ୍ତି। ରିପୋର୍ଟ୍‌ ଅନୁଯାୟୀ, ଏସିସି ଓ ଆଇସିସି ଇଭେଣ୍ଟ୍‌ରେ ୧୦ ସେକେଣ୍ଡ୍‌ର ବିଜ୍ଞାପନ ୨୫-୩୦ ଲକ୍ଷରେ ବିକ୍ରୀ ହୁଏ। ମ୍ୟାଚ୍‌ ନ ହେଲେ କୌଣସି କମ୍ପାନୀ ଡିଲ୍‌ ଚାଲୁ ରଖିବ ନାହିଁ ? ଏହି ହାଇ-ପ୍ରୋଫାଇଲ୍‌ ମ୍ୟାଚ୍‌ ପାଇଁ ବଡ଼ କମ୍ପାନୀମାନେ ସ୍ପନ୍ସର ହେବାକୁ ଲାଇନ୍‌ରେ ରହନ୍ତି। ଏବେ ଏସିଆ କପ୍‌ ପାଇଁ ଟିମ୍‌ ଇଣ୍ଡିଆର ଟାଇଟଲ୍‌ ସ୍ପନ୍ସର ନାହିଁ (ଅନଲାଇନ୍‌ ଗେମିଙ୍ଗ୍‌ ବିଧେୟକ ପରେ ଡ୍ରିମ୍‌୧୧ ସହ ଡିଲ୍‌ ଶେଷ), କିନ୍ତୁ ଅନ୍ୟ କମ୍ପାନୀମାନେ ସ୍ପନ୍ସର କରୁଛନ୍ତି। ମ୍ୟାଚ୍‌ ନ ହେଲେ ସ୍ପନ୍ସରମାନେ ମଧ୍ୟ ବୋର୍ଡ୍‌କୁ ପ୍ରଶ୍ନ କରିବେ।

ପହଲଗାମ୍‌ ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପିଡ଼ିତ ପରିବାରମାନେ, ରାଜନୈତିକ ନେତାମାନେ (ଯଥା ଉଦ୍ଧବ ଠାକରେ, ଭଗବନ୍ତ ମାନ୍‌) ଓ ପୂର୍ବତନ ଖେଳାଳି (ଯଥା ମନୋଜ ତିୱାରୀ) ବୟକଟ୍‌ର ଆହ୍ୱାନ୍‌ ଦେଇଛନ୍ତି। ସୋସିଆଲ୍‌ ମିଡ଼ିଆରେ #BoycottINDvsPAK ଟ୍ରେଣ୍ଡିଙ୍ଗ୍‌। ତେବେ ବିସିସିଆଇ କହିଛି ଯେ, ମଲ୍ଟିନେସନାଲ୍‌ ଟୁର୍ନାମେଣ୍ଟ୍‌ ବୟକଟ୍‌ କରିପାରିବେ ନାହିଁ, କାରଣ ଏହା ଭବିଷ୍ୟତ୍‌ରେ ନେଗେଟିଭ୍‌ ପ୍ରଭାବ ପକାଇବ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ହାତରେ ‘ଆମ ବସ୍’ ଷ୍ଟିୟରିଂ: ଏହି ଦିନରୁ ମିଳିବ ଦାୟିତ୍ୱ

ଭୁବନେଶ୍ୱର,୨୦।୧: ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ବିଶେଷ କରି...

ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଡ଼ ପଦକ୍ଷେପ: ଆସୁଛି ଶକ୍ତିଶାଳୀ ଲେଜର ଅସ୍ତ୍ର

ନୂଆଦିଲ୍ଲୀ,୨୦।୧: ବିଶ୍ୱରେ ବଦଳୁଥିବା ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଏବେ ନିଜସ୍ୱ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଅଧିକ ସୁଦୃଢ଼ କରିବାକୁ ଯାଉଛି। ରୁଷର S-400...

ଭାରତର ଭିତ୍ତିଭୂମି କ୍ଷେତ୍ରରେ ଅଭିବୃଦ୍ଧି: ଡିସେମ୍ବରରେ ୩.୭ ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ,୨୦।୧: ଦେଶର ଶିଳ୍ପାୟନ କ୍ଷେତ୍ରରୁ ଭଲ ଖବର ଆସିଛି। ଭାରତର ୮ଟି ପ୍ରମୁଖ ଭିତ୍ତିଭୂମି କ୍ଷେତ୍ରର ଅଭିବୃଦ୍ଧି ହାର ଡିସେମ୍ବର ମାସରେ ୩.୭ ପ୍ରତିଶତକୁ ବୃଦ୍ଧି...

ବିଶ୍ୱସ୍ତରୀୟ ଭିତ୍ତିଭୂମି ମିଳିଲେ କ’ଣ ହେବ, ଯଦି ଲୋକଙ୍କ ପାଖରେ ନାହିଁ ସାଧାରଣ ଜ୍ଞାନ

କୋଲକାତା/ଗୁୱାହାଟୀ,୨୦।୧: ଦେଶର ପ୍ରଥମ ହାଇଟେକ୍ ‘ବନ୍ଦେ ଭାରତ ସ୍ଲିପର’ ଏକ୍ସପ୍ରେସ୍‌ର ପରିଚାଳନା ଆରମ୍ଭ ହେବା ପୂର୍ବରୁ ଏହାର ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶନିବାର...

ବାଇକ ଧକ୍କା ପରେ ଚାପିଦେଲା ଟ୍ରାକ୍ଟର, ୨ ବର୍ଷ ଶିଶୁର ମୃତ୍ୟୁ

ସୁନ୍ଦରଗଡ଼,୨୦।୧: ସୁନ୍ଦରଗଡ଼ ସହରରେ ମଙ୍ଗଳବାର ଏକ ଶୋକାକୁଳ ପରିସ୍ଥିତି ଦେଖିବାକୁ ମିଳିଛି। ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟରେ ଏକ ଟ୍ରାକ୍ଟର ଚଢ଼ିଯିବା ଫଳରେ ୨ ବର୍ଷର...

ଶେୟାର ବଜାରରେ ହାହାକାର: ୧୦୦୦ ପଏଣ୍ଟ ଖସିଲା ସେନସେକ୍ସ, ନିବେଶକଙ୍କ ୭.୬୭ ଲକ୍ଷ କୋଟି ଟଙ୍କା ସ୍ଵାହା

ମୁମ୍ବାଇ,୨୦।୧: ସପ୍ତାହର ଦ୍ଵିତୀୟ କାର୍ଯ୍ୟ ଦିବସରେ ଭାରତୀୟ ଶେୟାର ବଜାରରେ ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଆଇଟି, ଅଟୋମୋବାଇଲ୍ ଏବଂ ରିଏଲ୍ ଇଷ୍ଟେଟ୍ କ୍ଷେତ୍ରର...

ଏହି କ୍ରିକେଟର୍‌ଙ୍କୁ ଟାର୍ଗେଟ କଲେ କୋହଲିଙ୍କ ଭାଇ: କହିଲେ, କରିବା ଅପେକ୍ଷା କହିବା ସହଜ

ନୂଆଦିଲ୍ଲୀ,୨୦।୧: ଭାରତୀୟ ଷ୍ଟାର କ୍ରିକେଟର୍‌ ବିରାଟ କୋହଲିଙ୍କ ଭାଇ ବିକାଶ କୋହଲି ପୁଣି ଥରେ ପୂର୍ବତନ ଭାରତୀୟ କ୍ରିକେଟର ଏବଂ ପ୍ରସିଦ୍ଧ ଭାଷ୍ୟକାର ସଞ୍ଜୟ ମାଞ୍ଜରେକରଙ୍କୁ...

ଓଡ଼ିଶା ନାଁ ନେଇ ଏମିତି କଥା କହିଲେ ପ୍ରଧାନମନ୍ତ୍ରୀ ମୋଦି: ସବୁଠି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୦।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଜପାର ନୂଆ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ମୁଁ ବିଶ୍ୱର ସର୍ବବୃହତ ରାଜନୈତିକ ଦଳର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri