ଚାଷ କରି ନ ଥିବା ଲୋକଙ୍କୁ ଇନ୍‌ପୁଟ୍‌ ସବ୍‌ସିଡି, ବାଦ୍‌ ପଡିଛନ୍ତି ଅନେକ କ୍ଷତିଗ୍ରସ୍ତ ଚାଷୀ

ବରଗଡ଼,୧୪ା୯(ପ୍ରେମାନନ୍ଦ ଖମାରୀ): ଅଦିନିଆଁ ବର୍ଷାରେ ହୋଇଥିବା ଫସଲକ୍ଷତି ବାବଦକୁ ଇନପୁଟ ସହାୟତା ପ୍ରଦାନକୁ ନେଇ ବରଗଡ଼ ଜିଲାରେ ବ୍ୟାପକ ଚଞ୍ଚକତା ହୋଇଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ନେଇ ଶନିବାର ଜିଲାର ବରପାଲି ବ୍ଲକ କାଇଁଶିର ପଞ୍ଚାୟତ ଅନ୍ତର୍ଗତ ବାରଙ୍ଗପାଲି ଏବଂ କାଇଁଶିର ଗ୍ରାମର ଅନେକ କ୍ଷତିଗ୍ରସ୍ତ ଚାଷୀ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଫେରାଦ ହୋଇଛନ୍ତି। ଇନପୁଟ ସହାୟତା ପ୍ରଦାନରେ ହୋଇଥିବା ଚଞ୍ଚକତାର ବିହିତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ସହିତ ପ୍ରକୃତରେ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଇନପୁଟ ସହାୟତା ପ୍ରଦାନ ପାଇଁ ସେମାନେ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ସୂଚନା ଅନୁଯାୟୀ, ଗତ ଏପ୍ରିଲ ଏବଂ ମେ ମାସରେ ଅଦିନିଆ ବର୍ଷା ହୋଇଥିଲା। ସେତେବେଳେ ଜମିରେ ଅମଳକ୍ଷମ ଅବସ୍ଥାରେ ରହିଥିବା ଚାଷୀଙ୍କ ବ୍ୟାପକ ଧାନ ଫସଲ ନଷ୍ଟ ହୋଇ ଯାଇଥିଲା। ଫଳରେ ଗତ ରବି ଧାନ ଅମଳରେ ଚାଷୀମାନଙ୍କୁ ବ୍ୟାପକ କ୍ଷତି ସହିବାକୁ ପଡ଼ିଥିଲା। ସେହି ସମୟରେ ବିଭାଗୀୟ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିଥିଲେ ଏବଂ ସମସ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ମିଳିବ ବୋଲି ଆଶ୍ୱାସନା ଦେଇଥିଲେ। ରାଜ୍ୟ ସରକାର ମଧ୍ୟ ବରଗଡ଼ ଜିଲା ପାଇଁ ୭କୋଟି ୫୫ଲକ୍ଷ ୪୪ହଜାର ଟଙ୍କା ଇନପୁଟ ସହାୟତା ଘୋଷଣା କରିଥିଲେ। ତେବେ ତାହା ସମୁଦ୍ରକୁ ଶଙ୍ଖେ ସଦୃଶ ବୋଲି ଚାଷୀ ସଙ୍ଗଠନ ଗୁଡ଼ିକ ଅଭିଯୋଗ କରି ଆସୁଛନ୍ତି। ଅନ୍ୟପକ୍ଷରେ ସେତେବେଳେ ହୋଇଥିବା ଫସଲକ୍ଷତି ଅକାଳନରେ ବରପାଲି ବ୍ଲକକୁ ବାଦ ଦିଆଯାଇଥିବାରୁ ଚାଷୀ ଅସନ୍ତୋଷ ତେଜି ଉଠିଥିଲା। ତେବେ ସଂଯୁକ୍ତ କୃଷକ ସଂଗଠନର ଦାବି ପରେ ବରପାଲି ବ୍ଲକକୁ ସେଥିରେ ସାମିଲ କରାଯାଇଥିଲା। କିନ୍ତୁ କାଇଁଶୀର ପଞ୍ଚାୟତର ବାରଙ୍ଗପାଲି ଏବଂ କାଇଁଶିର ଗ୍ରାମରେ ଅନେକ ଚାଷୀଙ୍କ ଫସଲକ୍ଷତି ହୋଇଥିବା ବେଳେ ବରଙ୍ଗପାଲିର ୧୦୫ ଜଣ ଏବଂ କାଇଁଶିର ଗ୍ରାମର ୮୭ ଜଣ କ୍ଷତିଗ୍ରସ୍ତ ଚାଷୀଙ୍କୁ ଇନପୁଟ ସହାୟତା ମିଳିଛି। ଅନ୍ୟପଟେ ଉକ୍ତ ୨ଗ୍ରାମରେ ଆହୁରି ୫୦୦ରୁ ଊଦ୍ଧର୍‌ବ କ୍ଷତିଗ୍ରସ୍ତ ଚାଷୀ ଇନପୁଟ ସହାୟତା ପାଇବାରୁ ବଞ୍ଚିତ ଥିବା ଅଭିଯୋଗ ହୋଇଛି। ସେହିପରି ପ୍ରକୃତରେ ଯେଉଁ ଚାଷୀମାନଙ୍କ ଫସଲ ନଷ୍ଟ ହୋଇଛି, ସେମାନଙ୍କୁ ଇନପୁଟ ସହାୟତା କ୍ଷତିପୂରଣ ମିଳି ନ ଥିବାବେଳେ ଫସଲକ୍ଷତି ହୋଇ ନଥିବା ଏବଂ ଗୋଟିଏ ପରିବାରର ୩ରୁ ୪ଜଣ ସଦସ୍ୟଙ୍କୁ ଇନପୁଟ ସହାୟତା ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ, ଚାଷ କରି ନଥିବା ଲୋକଙ୍କୁ ମଧ୍ୟ ଲକ୍ଷାଧିକ ଟଙ୍କା ଇନପୁଟ ସହାୟତା ପ୍ରଦାନ କରାଯାଇଥିବା ନେଇ ଚାଷୀମାନେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ କ୍ଷତିଗ୍ରସ୍ତ ଚାଷୀମାନେ ପ୍ରଥମେ ରାଜସ୍ବ ନିରୀକ୍ଷକ ଏବଂ ପରେ ତହସିଲଦାରଙ୍କୁ ଲିଖିତଭାବେ ଗ୍ରାମବାସୀ ଜଣାଇଥିଲେ। ମାତ୍ର ସେ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନଥିବା ଅଭିଯୋଗ କରି ଚାଷୀମାନେ ତହସିଲ କାର୍ଯ୍ୟାଳୟକୁ ଘେରାଉ ମଧ୍ୟ କରିଥିଲେ। ତଥାପି ସୁଫଳ ନ ମିଳିବାରୁ ଚାଷୀମାନେ ଜିଲାପାଳଙ୍କୁ ଫେରାଦ ହୋଇଥିଲେ। ଇନପୁଟ ସହାୟତା ପ୍ରଦାନରେ ହୋଇଥିବା ଚଞ୍ଚକତାର ଉଚ୍ଚାସ୍ତରୀୟ ତଦନ୍ତ ସହିତ ଏଥିେ ର ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି। ଏହା ସହିତ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୁରଣ ଇନପୁଟ ସହାୟତା ପ୍ରଦାନ ପାଇଁ ଚାଷୀମାନେ ଦାବି କରିଛନ୍ତି। ଦାବି ପୂରଣ ନ ହେଲେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ ହେବେ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି। ପ୍ରହଲ୍ଲାଦ ପଧାନ, ବଳରାମ ଭୋଇ, ହର ପଧାନ, ଦିବାକର ସାହୁ, ଅଭିଳାଷ ପଧାନ, ଦିବ୍ୟ ପଧାନ, ଭରତ ଭୋଇ, ଶମ୍ବୁପ୍ରସାଦ ପଧାନ, ସଞ୍ଜୀବ ପଧାନ, ଆଲୋକ ଗଡ଼ତିଆ, ସଂଯୁକ୍ତ କୃଷକ ସଙ୍ଗଠନର ନିରଞ୍ଜନ ପଧାନ, ସୁଦାମ ପାତ୍ର ଏବଂ ରମେଶ ମହାପାତ୍ର ପ୍ରମୁଖ ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଲିପାଟଣାରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର,୨୧।୧: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିପାଟଣା ଭାପୁର ନାଥସାହିରେ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଗାଁର ଅନ୍ୟ ଜଣେ...

ଦୁନିଆର ସବୁଠୁ ବିପଦପୂର୍ଣ୍ଣ ରାସ୍ତା, ଯାତାୟାତ ସମୟରେ କିଛିକ୍ଷଣ ପାଇଁ ଅଟକି ଯାଏ ନିଃଶ୍ୱାସ

ବିଶ୍ୱର ଅନେକ ରାସ୍ତା ଅତ୍ୟନ୍ତ ବିପଦପୂର୍ଣ୍ଣ। ଗାଡ଼ି ଚଳାଇବା ସମୟରେ ସାମାନ୍ୟ ଭୁଲ ଜୀବନ ନେଇପାରେ। ତେଣୁ ଧର୍ଯ୍ୟର ସହିତ ଗାଡ଼ି ଚଳାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।...

ଶସ୍ତାରେ ମିଳିବ ଘର? ବଜେଟରେ ହେବ ବଡ଼ ଘୋଷଣା!

ନୂଆଦିଲ୍ଲୀ,୨୧।୧: ମଧ୍ୟବିତ୍ତ ବର୍ଗର ଲୋକଙ୍କ ପାଇଁ, ଘର ପାଇବା ଏବେ ବି ସ୍ୱପ୍ନ ସାକାର ହେବା ପରି ମନେହୁଏ। ଘରର ମୂଲ୍ୟ ଆକାଶଛୁଆଁ ହେଉଛି, ଏବଂ...

IPL 2026: ହେଲା ବଡ଼ ଘୋଷଣା! ଏହି ୧୮ ପଡ଼ିଆରେ ଖେଳାଯିବ IPL ମ୍ୟାଚ, ରହିଛି ଗୋଟିଏ ବିବାଦୀୟ ଗ୍ରାଉଣ୍ଡ

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ସିଜିନରେ ମ୍ୟାଚ ଖେଳାଯିବ ବୋଲି ସ୍ଥାନ ଘୋଷଣା କରାଯାଇଛି।...

ସୋସିଆଲ ମିଡିଆ ପୋଷ୍ଟ ଉପରେ ଲାଗିଲା କଟକଣା

ବାଲେଶ୍ୱର,୨୧।୧(ବାଞ୍ଛାନିଧି ଦେ): ବାଲେଶ୍ୱରରେ ସୋସିଆଲ ମିଡିଆ ପୋଷ୍ଟ ଉପରେ ଜିଲା ପୋଲିସ ପକ୍ଷରୁ ବୁଧବାର କଟକଣା ଲାଗୁ କରାଯାଇଛିl କୌଣସି ସମ୍ପ୍ରଦାୟ ବିରୋଧରେ ପୋଷ୍ଟ ନ...

ଗାଁରେ କୁକୁର ଆତଙ୍କ: ଗୋଡ଼ାଇ ଗୋଡ଼ାଇ ୭ ଜଣଙ୍କୁ କାମୁଡ଼ିଲା

ପାଟଣା,୨୧ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ବେଗନା ଗ୍ରାମରେ ବୁଧବାର ଏକ ପାଗଳ କୁକୁର ଆକ୍ରମଣରେ ୭ ଜଣ ଗୁରୁତର ଆହତ ହୋଇ...

ପ୍ରତିକ ଯାଦବଙ୍କ ବିସ୍ଫୋରକ ପୋଷ୍ଟ ପରେ ବି ଚୁପ ଅଛନ୍ତି ଅପର୍ଣ୍ଣା, ଇନଷ୍ଟ୍ରାଗ୍ରାମରେ ଭାଜପା ଅଧ୍ୟକ୍ଷଙ୍କୁ ଜଣାଇଲେ ଶୁଭେଚ୍ଛା

ଲକ୍ଷ୍ନୌ,୨୧।୧: ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବ ଏବଂ ତାଙ୍କ ପତ୍ନୀ, ଉତ୍ତର ପ୍ରଦେଶ ରାଜ୍ୟ ମହିଳା କମିଶନର ଉପାଧ୍ୟକ୍ଷ...

ଟ୍ରେନରେ ମୋବାଇଲ ହଜି ଯାଇଛି କି? ମିଳିବ ଏମିତି, ସରକାର କହିଲେ ଟ୍ରିକ୍‌

ନୂଆଦିଲ୍ଲୀ,୨୧।୧: ଯଦି ଟ୍ରେନରେ କିମ୍ୱା ଷ୍ଟେସନରେ ଯାତ୍ରା କରିବା ସମୟରେ ଆପଣଙ୍କର ମୋବାଇଲ ଫୋନ ହଜିଯାଏ କିମ୍ୱା ଚୋରି ହୋଇଯାଏ, ତେବେ ଏହାକୁ ଫେରି ପାଇବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri