Posted inଜାତୀୟ

ଆର୍‌ଏସ୍‌ଏସ୍‌ ସଦସ୍ୟରୁ ଉପରାଷ୍ଟ୍ରପତି: ଏମିତି ଥିଲା ରାଜନୈତିକ କ୍ୟାରିୟର

ନୂଆଦିଲ୍ଲୀ,୧୦ା୯: ଚନ୍ଦ୍ରପୁରମ୍‌ ପୋନ୍ନୁସାମି ରାଧାକ୍ରିଷ୍ଣନ୍‌ ମଙ୍ଗଳବାର ଭାରତର ପଞ୍ଚଦଶ ଉପରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର ସଦସ୍ୟତାରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ନମ୍ରଭାଷୀ ରାଧାକ୍ରିଷ୍ଣନ ଦେଶର ଉପରାଷ୍ଟ୍ରପତି ହୋଇପାରିଛନ୍ତି। ରାଜନୈତିକ ଓ ପ୍ରଶାସନିକ କାର୍ଯ୍ୟରେ ତାଙ୍କର ଭଲ ଅଭିଜ୍ଞତା ରହିଥିବାରୁ ରାଜ୍ୟ ସଭାର ଅଧ୍ୟକ୍ଷ ଭାବେ ସେ ନିଜ ଭୂମିକାକୁ ସୁଚାରୁ ରୂପେ ତୁଲାଇବେ ବୋଲି କୁହାଯାଉଛି। ଗତ ଜୁଲାଇ ୨୧ରେ ଜଗଦୀପ ଧନ୍‌କର ସମସ୍ତଙ୍କୁ ଚକିତ କରି ଉପରାଷ୍ଟ୍ରପତି ପଦରୁ ହଠାତ୍‌ ଇସ୍ତଫା ଦେଇଥିଲେ। ଏହି ପଦବୀ ଗ୍ରହଣ କରିବାରେ ରାଧାକ୍ରିଷ୍ଣନ ତାମିଲନାଡ଼ୁର ତୃତୀୟ ନେତା। ୬୭ ବର୍ଷୀୟ ରାଧାକ୍ରିଷ୍ଣନଙ୍କୁ ତାଙ୍କ ଶୁଭେଚ୍ଛୁମାନେ ‘ପାଚାଇ ତିମିଝାନ’ (ସଚ୍ଚା ତାମିଲ) କହିଥାନ୍ତି। ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ତାଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରିବା ବେଳେ ସେ ମହାରାଷ୍ଟ୍ରର ରାଜ୍ୟପାଳ ଭାବେ କାର୍ଯ୍ୟ କରୁଥିଲେ। ସେ ୨ ଥର କୋଏମ୍ବାଟୁରରୁ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ। ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ତାଙ୍କ ନାଁ ମନ୍ତ୍ରୀପଦ ପାଇଁ ଚର୍ଚ୍ଚା ହେଉଥିଲା। ତେବେ ନାମକୁ ନେଇ ଭାଜପାର ତତ୍କାଳୀନ ଗୃହ ପରିଚାଳନାକାରୀଙ୍କ ଭୁଲ୍‌ ବୁଝାମଣାରୁ ୧୯୯୮ରେ ପୋନ୍‌ ରାଧାକ୍ରିଷ୍ଣନ ମନ୍ତ୍ରୀ ହୋଇଥିଲେ।
୧୯୫୭ ମେ’ ୪ରେ ଜନ୍ମିତ ରାଧାକ୍ରିଷ୍ଣନ ୧୬ ବର୍ଷ ବୟସରୁ ଆର୍‌ଏସ୍‌ଏସ୍‌ ସହ ଜଡ଼ିତ ହୋଇ ପରେ ଜନସଂଘରେ ସାମିଲ ହୋଇଥିଲେ। କଲେଜ ପଢ଼ା ସମୟରେ ରାଧାକ୍ରିଷ୍ଣନ ଟେବୁଲ ଟେନିସ୍‌ ଚାମ୍ପିୟନ୍‌ ହେବା ସହ ମାରାଥନ ରନର ଥିଲେ। ପରବର୍ତ୍ତୀ ସମୟରେ ସେ ଭାଜପାରେ ଯୋଗଦେଇ ୧୯୯୬ରେ ତାମିଲନାଡୁ ଶାଖାର ସମ୍ପାଦକ ହୋଇଥିଲେ। ୨୦୦୩ରୁ ୨୦୦୬ ସେ ତାମିଲନାଡୁ ଭାଜପା ସଭାପତି ରହିଥିଲେ। ସେ ଝାଡ଼ଖଣ୍ଡ, ତେଲଙ୍ଗାନା, ମହାରାଷ୍ଟ୍ର ଓ ପଣ୍ଡିଚେରୀର ରାଜ୍ୟପାଳ ରହିଥିଲେ। ରାଜ୍ୟପାଳ ଭାବେ ସେ ସାଧାରଣ ନାଗରିକ ସମ୍ମୁଖୀନ ହେଉଥିବା ଆହ୍ବାନଗୁଡ଼ିକର ସମାଧାନ ଉପରେ ଗୁରୁତ୍ୱ ଦେଉଥିଲେ। ବ୍ୟବସ୍ଥାପିକା ଓ ସମ୍ବିଧାନ ଉପରେ ତାଙ୍କର ପର୍ଯ୍ୟାପ୍ତ ଜ୍ଞାନ ରହିଛି। ଏନ୍‌ଡିଏ ରାଧାକ୍ରିଷ୍ଣନଙ୍କୁ ପ୍ରାର୍ଥୀ ଚୟନ କରିବା ପରେ ସେ ଜଣେ ପ୍ରେରଣାଦାୟୀ ଉପରାଷ୍ଟ୍ରପତି ହେବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଗୋ ସଙ୍କଟ: ଖୁବ୍‌ ଜୋର ପାଟି କରି କାଉଣ୍ଟର ଉପରକୁ ଚଢିଗଲେ ବିଦେଶିନୀ

ନୂଆଦିଲ୍ଲୀ,୬।୧୨: ଗତ ଚାରି ଦିନ ମଧ୍ୟରେ ସାରା ଦେଶରେ ୧,୦୦୦ରୁ ଅଧିକ ଇଣ୍ଡିଗୋ ବିମାନ ବାତିଲ କରାଯାଇଛି, ଯାହା ଯାତ୍ରୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରୁଛି।...

ଭାରତର ୫ ମହଙ୍ଗା ମହିଳା ପ୍ରବଚକ, ଯିଏ କଥା କହି ନେଇଯାଆନ୍ତି ଏତେ ଫି

ନୂଆଦିଲ୍ଲୀ,୬।୧୨: ବୃନ୍ଦାବନର ପ୍ରସିଦ୍ଧ କାହାଣୀକାର ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ୱତନ ଡିଏସପିଙ୍କ ଝିଅ ଶିପ୍ରା ଶର୍ମା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଶୁକ୍ରବାର, ଡିସେମ୍ୱର 5...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ବଡ଼ ଆକ୍ସନ ନେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୬।୧୨: ଗତ ପାଞ୍ଚ ଦିନ ଧରି ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ହେବା ଏବଂ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବା ଯୋଗୁ, ଅନ୍ୟ ବିମାନ କମ୍ପାନୀଗୁଡ଼ିକର...

ଇଣ୍ଡିଗୋ ବିମାନ ରଦ୍ଦ ପରେ ବି କେମିତି ଧଡାଧଡ ବିକ୍ରି ହେଉଛି ଟିକେଟ! ୩ ଗୁଣା ଅଧିକ ଦାମରେ ବି କିଣୁଛନ୍ତି ଲୋକେ

ନୂଆଦିଲ୍ଲୀ,୬।୧୨: ଇଣ୍ଡିଗୋ ଏୟାରଲାଇନ୍ସ ଅନେକ ଦିନ ଧରି ସଂଘର୍ଷ କରୁଛି। ଡିସେମ୍ବର ୨ରୁ ବିମାନ ବାତିଲ ଚାଲିଛି। ଇଣ୍ଡିଗୋ ପ୍ରତିଦିନ ୫୦୦ରୁ ଅଧିକ ବିମାନ ବାତିଲ...

ଶେଷରେ ଟସ୍‌ ଜିତିଲା ଭାରତ: ଖୁସିକୁ ରୋକି ନ ପାରି ରାହୁଲ କରିଦେଲେ…

ନୂଆଦିଲ୍ଲୀ,୬।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ତୃତୀୟ ଦିନିକିଆରେ ଭାରତୀୟ ଅଧିନାୟକ କେଏଲ ରାହୁଲ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତ ୨୦...

ଏହିସବୁ ଭାରତୀୟ ଖାଦ୍ୟ ଖାଇଲେ ପୁଟିନ୍‌: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୨।୬: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମ୍ମାନାର୍ଥେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଆୟୋଜିତ ରାଜ୍ୟ ଭୋଜିରେ କଶ୍ମୀର ଅଖରୋଟ ଗୁଚ୍ଚି ଦୁନ ଚେଟିନ ଏବଂ...

ପୁଟିନ ଫେରୁ ଫେରୁ ପୂରଣ ହେଲା ଭାରତର ବଡ଼ ଇଚ୍ଛା, ପ୍ରମାଦ ଗଣିବେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଛାଡିବା ପରେ ଏକ ବଡ଼ ଖବର ଆସିଛି। ଏହି ନୂତନ ବିକାଶ ସ୍ବଦେଶୀ ଯୁଦ୍ଧ ବିମାନ କାର୍ଯ୍ୟକ୍ରମକୁ...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ବଡ଼ ପଦକ୍ଷେପ ନେଲାେ ରେଲଓ୍ବେ, ଅତିରିକ୍ତ କୋଚ ବୃଦ୍ଧି ସହ ସ୍ବତନ୍ତ୍ର ଟ୍ରେନ ସେବା ଘୋଷଣା

ନୂଆଦିଲ୍ଲୀ,୬।୧୨: ଦେଶବ୍ୟାପୀ ଇଣ୍ଡିଗୋ ଏବଂ ଅନ୍ୟ ଅନେକ ଏୟାରଲାଇନ୍ସର ଉଡ଼ାଣ ବାତିଲ ହେବା ପରେ, ଲକ୍ଷ ଲକ୍ଷ ଯାତ୍ରୀ ହଠାତ୍‌ ରେଳବାଇକୁ ଭିଡ଼ ଜମାଇଥିଲେ। ଟିକେଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri