OPSC’କୁ ସଫଳ ନହୋଇଥିବା ପ୍ରାର୍ଥୀଙ୍କ ସାକ୍ଷାତକାର ମାର୍କ ପ୍ରକାଶ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୮।୯: ଓଡ଼ିଶା ସୂଚନା ଆୟୋଗ ‘ଓଡ଼ିଶା ଲୋକସେବା ଆୟୋଗ’ (ଓପିଏସସି)କୁ ନିଯୁକ୍ତି ପରୀକ୍ଷାରେ ଅସଫଳ ପ୍ରାର୍ଥୀଙ୍କ ସାକ୍ଷାତକାର ନମ୍ବର ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ମନୋଜ ପରିଡ଼ା ଏହି ସମ୍ପର୍କରେ ଏକ ଆଦେଶ ଜାରି କରିଛନ୍ତି।

ଭଦ୍ରକ ଜିଲାର ମିନତୀ ରାଣୀ ମହାପାତ୍ରଙ୍କ ଏକ ଆବେଦନ ଶୁଣାଣି ବେଳେ ଏହି ନିର୍ଦ୍ଦେଶ ଦିଆଯାଇଛି। ୨୦୦୨ରେ ସହକାରୀ ଶିକ୍ଷକ ପଦବୀ ପାଇଁ ମିନତୀ ଚୟନିତ ହୋଇ ନ ଥିଲେ। ସେ ନିଜର କ୍ୟାରିଅର ଓ ସାକ୍ଷାତକାର ନମ୍ବର ଜାଣିବା ପାଇଁ ଓପିଏସସିକୁ ଆବେଦନ କରିଥିଲେ। ଓପିଏସସି କ୍ୟାରିଅର ନମ୍ବର ପ୍ରଦାନ କରିଥିଲେ ହେଁ ସାକ୍ଷାତକାର ନମ୍ବର ଦେବାକୁ ମନା କରିଥିଲେ।

ଓପିଏସସି ଯୁକ୍ତି ଦେଇଥିଲେ ଯେ ସାକ୍ଷାତକାରରେ ପ୍ରାର୍ଥୀଙ୍କ ବ୍ୟକ୍ତିତ୍ୱ ଓ ଉପଯୁକ୍ତତା ପରୀକ୍ଷା କରାଯାଏ ଏବଂ ନମ୍ବର ପ୍ରକାଶ କରାଯାଏ ନାହିଁ। ତେବେ, ସୂଚନା ଆୟୋଗ ଏହାକୁ ଆରଟିଆଇ ଆଇନ ବିରୋଧୀ ବୋଲି କହିଛନ୍ତି। ଆୟୋଗ ଉଲ୍ଲେଖ କରିଛନ୍ତି ଯେ ପ୍ରାର୍ଥୀଙ୍କୁ ନିଜ ସାକ୍ଷାତକାର ନମ୍ବର ଜାଣିବାର ଅଧିକାର ରହିଛି, ଯାହା ସେମାନଙ୍କୁ ପରବର୍ତ୍ତୀ ପ୍ରୟାସରେ ଉନ୍ନତି କରିବାରେ ସାହାଯ୍ୟ କରିବ।

ଆରଟିଆଇ ଆଇନର ଧାରା ୨୨ ଅନୁଯାୟୀ, ସୂଚନା ପ୍ରଦାନ ପାଇଁ ଅନ୍ୟ ସମସ୍ତ ନିୟମ ଅପେକ୍ଷା ଏହା ପ୍ରାଧାନ୍ୟ ପାଇବ। ଆୟୋଗ ଓପିଏସସିକୁ ନିଯୁକ୍ତି ପରୀକ୍ଷାରେ ନମ୍ବର ସମ୍ପର୍କିତ ତଥ୍ୟ ପ୍ରାର୍ଥୀଙ୍କୁ ପ୍ରଦାନ କରିବାକୁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri