Posted inଖେଳ

କ୍ରିକେଟ୍‌ ଜଗତରେ ବଡ଼ ହଲଚଲ: ସଚିନଙ୍କ ମହାରେକର୍ଡ ଭାଙ୍ଗିଦେଲେ ଏହି କ୍ରିକେଟର୍‌

ଲଣ୍ଡନ,୮।୯: ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚରେ ଜୋ ରୁଟ ଇତିହାସ ସୃଷ୍ଟି କରିଛନ୍ତି। ରୁଟ ଏହି ମ୍ୟାଚ୍‌ରେ ୯୬ ବଲ୍‌ରେ ୧୦୦ ରନ୍‌ର ଇନିଂସ ଖେଳିଥିଲେ। ରୁଟ ତାଙ୍କ ଶତକୀୟ ଇନିଂସ୍‌ରେ ୬ଟି ଚୌକା ମାରିଥିଲେ। ଏହା ରୁଟଙ୍କ ଦିନିକିଆ କ୍ରିକେଟ୍‌ରେ ୧୯ତମ ଶତକ ଥିଲା। ଏହା ସହିତ ସେ ପୂର୍ବତନ ଭାରତୀୟ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ଏକ ବଡ଼ ରେକର୍ଡ ଭାଙ୍ଗିଥିଲେ।
ଜୋ ରୁଟ ଏବେ ଦିନିକିଆ କ୍ରିକେଟ୍‌ରେ ଦ୍ରୁତତମ ୧୯ ଶତକ ମାରିବା ମାମଲାରେ ସଚିନଙ୍କୁ ପଛରେ ପକାଇ ଦେଇଛନ୍ତି। ସଚିନ ଦିନିକିଆରେ ୧୯୪ ଇନିଂସ୍‌ରେ ୧୯ ଶତକ ମାରିଥିଲେ। ରୁଟ କେବଳ ୧୭୨ତମ ଇନିଂସ୍‌ରେ ଏହି ସଫଳତା ପାଇଥିଲେ। ରୁଟ ଏବେ ଦିନିକିଆରେ ଦ୍ରୁତତମ ୧୯ ଶତକ ମାରିବା ଷଷ୍ଠ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ଏହି ରେକର୍ଡ ତାଲିକାର ଶୀର୍ଷରେ ପାକିସ୍ତାନର ବାବର ଆଜମଙ୍କ ନାମ ରହିଛି। ବାବର ମାତ୍ର ୧୦୨ ଇନିଂସରେ ୧୯ ଶତକ ହାସଲ କରିଛନ୍ତି।

ଦିନିକିଆରେ ଦ୍ରୁତତମ ୧୯ ଶତକ

ବାବର ଆଜମ- ୧୦୨ ଇନିଂସ
ହାସିମ ଆମଲା- ୧୦୪ ଇନିଂସ
ବିରାଟ କୋହଲି- ୧୨୪ ଇନିଂସ
ଡେଭିଡ ୱାର୍ନର- ୧୩୯ ଇନିଂସ
ଏବି ଡିଭିଲିୟର୍ସ- ୧୭୧ ଇନିଂସ
ଜୋ ରୁଟ- ୧୭୨ ଇନିଂସ
ରୋହିତ ଶର୍ମା- ୧୮୧ ଇନିଂସ
କ୍ରିସ ଗେଲ- ୧୮୯ ଇନିଂସ
ରସ ଟେଲର- ୧୯୦ ଇନିଂସ
ସଚିନ ତେନ୍ଦୁଲକର- ୧୯୪ ଇନିଂସ

ଇଂଲଣ୍ଡ ମଧ୍ୟ ନିଜ ନାମରେ ଏକ ବଡ଼ ରେକର୍ଡ ସୃଷ୍ଟି କରିଛି। ଇଂରାଜୀ ଦଳ ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ତୃତୀୟ ଦିନିକିଆରେ ଇଂଲଣ୍ଡ ୪୧୪ ରନ ର ବିଶାଳ ସ୍କୋର କରିଥିଲା ଏବଂ ତା’ପରେ ଦକ୍ଷିଣ ଆଫ୍ରିକାକୁ ମାତ୍ର ୭୨ ରନରେ ଅଲଆଉଟ କରିଥିଲା। ଇଂଲଣ୍ଡ ତୃତୀୟ ଦିନିକିଆକୁ ୩୪୨ ରନରେ ଜିତିଥିଲା। ଏହା ଦିନିକିଆ କ୍ରିକେଟ ଇତିହାସରେ ରନ ଦୃଷ୍ଟିରୁ ସବୁଠାରୁ ବଡ଼ ବିଜୟ। ପୂର୍ବରୁ ଏହି ବିଶ୍ୱ ରେକର୍ଡ ଭାରତର ନାମରେ ଥିଲା। ଭାରତ ଶ୍ରୀଲଙ୍କା ବିପକ୍ଷରେ ୩୧୭ ରନରେ ବିଜୟୀ ହୋଇଥିଲା, କିନ୍ତୁ ଏବେ ଇଂଲଣ୍ଡ ଏହି ବିଶ୍ୱ ରେକର୍ଡ ନିଜ ନାମରେ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରମାବାସୀଙ୍କ ବିରୋଧ

ବୁଗୁଡ଼ା,୨୦ା୧(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ୍‌ ଅନ୍ତରପଡ଼ା ପଞ୍ଚାୟତ ଅଧୀନ କନ୍ଧଚନ୍ଦନପେଡ଼ି ଗ୍ରାମରେ ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri