ଚାଷୀଙ୍କୁ ଚଢ଼ାଦରରେ ସାର ବିକ୍ରି, ଗୋଦାମ ଉପରେ ଚଢ଼ାଉ କରି…

ଛତ୍ରପୁର,୬ା୯(ଦିଲ୍ଲୀପ ସାମଲ): ସାରର ଅଭାବୀ ବିକ୍ରିର ଅଭିଯୋଗ ହେବା ପରେ ଛତ୍ରପୁର ଅତିରିକ୍ତ ତହସିଲଦାର ମନୋଜ କୁମାର ପ୍ରଧାନ, ଗୋଷ୍ଠୀ କୃଷି ଅଧିକାରୀ ଚୌଧୁରୀ ସନମାର୍ଗ କର, ସହକାରୀ କୃଷି ଅଧିକାରୀ ତଥା ଫର୍ଟିଲାଇଜର ଇନ୍ସପେକ୍ଟର ନିହାର ରଞ୍ଜନ ଦାଶ, କୃଷି ଅଧିଦର୍ଶକ ଦୁର୍ଗା ପ୍ରସାଦ ପ୍ରଧାନ ଓ ଗ୍ରାମ୍ୟ କୃଷି କର୍ମଚାରୀ ବୈରାଗୀ ସ୍ବାଇଁ ବିଭିନ୍ନ ସାର ଦୋକାନ, ଗୋଦାମ ଗୃହ ଓ ସମବାୟ ସମିତି ଯାଇ ସମସ୍ତ ନଥିପତ୍ର, ଷ୍ଟକ୍‌ ରେଜିଷ୍ଟର, ବିକ୍ରୟ ରେଜିଷ୍ଟର ତଦାରଖ କରିଥିଲେ। କୌଣସି ପରିସ୍ଥିତିରେ ଚାଷୀଙ୍କୁ ଚଢ଼ା ଦରରେ ସାର ବିକ୍ରୟ ନ କରିବାକୁ ତାଗିଦ କରିଥିଲେ। ଯଦି କୌଣସି ସରକାରୀ ସ୍ବୀକୃତି ପ୍ରାପ୍ତ ବିକ୍ରେତା ଚଢ଼ାଦରରେ ସାର ବିକ୍ରୟ କରିବା ଦୃଷ୍ଟିକୁ ଆସିଲେ ତୁରନ୍ତ ଲାଇସେନ୍ସ ରଦ୍ଦ କରାଯିବା କଥା କହିଛନ୍ତି। ଶନିବାର ଛତ୍ରପୁର ବ୍ଲକର ୭ଟି ସମବାୟ ସମିତିକୁ ୧୦୦ ମେଟ୍ରିକ୍‌ ଟନ୍‌ ସାର ଯୋଗାଇ ଦିଆଯାଇଛି ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

କାକଟପୁର, ଅସ୍ତରଙ୍ଗରେ ଖୋଲିନାହିଁ ଧାନମଣ୍ଡି, ଚିନ୍ତାରେ ଚାଷୀ

କାକଟପୁର/ଅସ୍ତରଙ୍ଗ, ୨୦ା୧(ଶୁଭଦର୍ଶନ ମିଶ୍ର/ପ୍ରଦୀପ୍ତ କୁମାର ଦୀକ୍ଷିତ): ପୁରୀ ଜିଲା ଅସ୍ତରଙ୍ଗ ଏବଂ କାକଟପୁର ବ୍ଲକ ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ଧାନମଣ୍ଡି ଖୋଲିନାହିଁ। ଜାନୁଆରୀ ୧୫ରୁ ୧୭ତାରିଖ...

୩୩ ମାସ ପରେ ମା’କୁ ଫେରି ପାଇଲା ପୁଅ

ଝାରସୁଗୁଡ଼ା,୨୦।୧(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ମାର୍ଗଦର୍ଶନରେ ପରିଚାଳିତ ‘ସ୍ନେହ ସେତୁ’ ପଦକ୍ଷେପ ମାଧ୍ୟମରେ ସୋମବାର ପୁଣି ଏକ ବିଚ୍ଛିନ୍ନ ପରିବାର...

ବିରାଟ-ରୋହିତଙ୍କୁ ବଡ଼ ଝଟକା ଦେବ BCCI! ଜାଡେଜାଙ୍କୁ ହେବ ଫାଇଦା, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୦।୧: ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡ ବିପକ୍ଷରେ ଏକଦିବସୀୟ ସିରିଜ ହାରିଗଲା। ଏହି ପରାଜୟ ଦଳ ପରିଚାଳନା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି। ଏହି ସମୟରେ, ବିସିସିଆଇ...

ରାଜସ୍ବ ବିଭାଗର ବିଜ୍ଞପ୍ତି, ଓଡ଼ିଶାରେ ଏହି ତାରିଖରୁ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା

ଭୁବନେଶ୍ୱର, ୨୦|୧:  ଜନଗଣନା ନେଇ ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି । ଓଡ଼ିଶାରେ ଏପ୍ରିଲ୍‌ ୧୬ରୁ ପ୍ରଥମ ପର୍ଯ୍ୟାୟ ଜନଗଣନା ଆରମ୍ଭ ହେବ...

ନବବିବାହିତାଙ୍କୁ ନିର୍ଯାତନା, ଦିବ୍ୟାଙ୍ଗ ବାପାଙ୍କୁ ମାଡ଼

ବଳଙ୍ଗା,୨୦ା୧(କେଦାରେଶ୍ୱର ନନ୍ଦ): ଅଧିକ ଯୌତୁକ ଦାବିରେ ବଳଙ୍ଗା ଥାନା ଅଧୀନ ସମେଇପୁର ଗ୍ରାମରେ ଜଣେ ନବବିବାହିତାଙ୍କୁ ନିର୍ଯାତନା ଦିଆଯିବା ସହ ତାଙ୍କ ଦିବ୍ୟାଙ୍ଗ ବାପାକୁ ମାଡ଼...

ଭାରତୀୟ ରେଳବାଇର ନୂଆ ନିୟମ, ଟ୍ରେନରେ ଅଧିକ ଘିଅ ନେଇ ଯାତ୍ରା କଲେ ଜେଲ୍…

ନୂଆଦିଲ୍ଲୀ,୨୦।୧: ଯାତ୍ରୀଙ୍କ ପାଇଁ ଭାରତୀୟ ରେଳବାଇର ଅନେକ ନିୟମ ରହିଛି । କିଛି ନିୟମ ବିଷୟରେ ଅବଗତ ହେବା ଉଚିତ, କାରଣ ଏକ ଛୋଟ ଭୁଲ...

ପ୍ରତିଶ୍ରୁତିରୁ ଓହରିଲା କମ୍ପାନୀ, ଗ୍ରାମବାସୀଙ୍କ ହୋହଲ୍ଲା, ଲୋକଙ୍କୁ ବୁଝାଇ ବିଡିଓ କହିଲେ…

କେନ୍ଦୁଝର,୨୦।୧ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ବ୍ଲକ କୋଦଗାଡିଆଠାରେ ଥିବା ବସୁଧା ଯୋଜନାର ପ୍ରକଳ୍ପ ନିର୍ମାଣ ସମୟରେ ଅନୁଷ୍ଠିତ ପଲ୍ଲୀସଭାରେ ଦେଇଥିବା ପ୍ରତିଶ୍ରୁତିରୁ କମ୍ପାନୀ ଓହରିଯିବାରୁ...

ନୀତିନ ନବୀନ ମୋ ବସ୍‌, ମୁଁ ଜଣେ….ଭାବପ୍ରବଣ କରିଦେଲେ ମୋଦି

ନୂଆଦିଲ୍ଲୀ,୨୦।୧: ନୀତିନ ନବୀନ ମଙ୍ଗଳବାର ଆନୁଷ୍ଠାନିକ ଭାବରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ଗ୍ରହଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି,ଭାଜପା ଏପରି ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri