କର୍ଲାମୁଣ୍ଡା,୬।୯(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରାଜପୁର ପଞ୍ଚାୟତ ସୁରୁଜୁଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସହକାରୀ ଶିକ୍ଷକ ପ୍ରତାପ ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି। ଜିଲାର ଭାବନୀପାଟଣାଠାରେ ଅନୁଷ୍ଠିତ ଜିଲାସ୍ତରୀୟ ଗୁରୁ ଦିବସ ଉତ୍ସବରେ ପ୍ରାଥମିକ ଶିକ୍ଷା ବିଭାଗରେ ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି। ଉକ୍ତ ଉତ୍ସବରେ ଅତିରିକ୍ତ ଜିଲାପାଳ ତନ୍ମୟ ଦରୁୱାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଜିଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓଙ୍କ ସମେତ ଅନ୍ୟାନ୍ୟ ଜିଲା ଅଧିକାରୀମାନେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ। ଏହି ଖବର ପ୍ରସାର ହେବା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।


