ବହୁ ସମସ୍ୟା ଦେଇ ଗତି କରୁଛି ଶିକ୍ଷକ ସମାଜ: ସମାନ କାମକୁ ସମାନ ଦରମା ଦାବି

ଦାରିଙ୍ଗବାଡି, ୬।୯ (ଅରୁଣ ସାହୁ):ବିଦ୍ୟାଳୟରେ ବିଭିନ୍ନ ବର୍ଗର ଶିକ୍ଷକ ରହିଛନ୍ତି। ସେମାନେ ସମାନ କାମ କରୁଛନ୍ତି। ତେଣୁ ସମାନ କାମକୁ ସମାନ ଦରମା ଦେବାକୁ ନିଖିଳ ଉତ୍କଳ ଶିକ୍ଷକ ଫେଡେରେସନର ପୂର୍ବତନ ମହାସଚିବ ଶେଖ ଅବଦୁଲ ଖାଲିକ ଦାବି କରିଛନ୍ତି। ଏକ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେବା ଅବସରରେ ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଥିଲେ। ସେ ଆହୁରି କହିଥିଲେ, ସରକାର ନୂତନ ପେନସନ ସ୍କିମକୁ ଉଛେଦ କରି ସେହି ପୁରୁଣା ପେନସନ ସ୍କିମରେ ସମସ୍ତଙ୍କୁ ପେନସନ ଦେବା ବ୍ୟବସ୍ଥା କରନ୍ତୁ ବୋଲି ଦାବି ଉଠାଇଥିଲେ।

ଶିକ୍ଷକଙ୍କ ଦରମା ସମ୍ପର୍କରେ ସେ ଉଦବେଗ ପ୍ରକାଶ କରି ସେ କହିଥିଲେ,ଜଣେ ଗଣଶିକ୍ଷକ ସମାନ କାମ କରି ୧୦ ହଜାର ଦରମା ପାଉଥିବା ବେଳେ ଏକ୍ସ କେଡର ତାଠାରୁ ଟିକିଏ ଅଧିକା ଆଉ ନୂତନ ପେନସନ ସ୍କିମର ଶିକ୍ଷକ ଆଉ କିଛି ଅଧିକା ପାଉଥିବାବେଳେ ପୁରୁଣା ପେନସନ ସ୍କିମର ଶିକ୍ଷକ ସମସ୍ତଙ୍କଠାରୁ ଅଧିକା ଦରମା ସରକାର ଦେଉଛନ୍ତି। ତେଣୁ ସମସ୍ତଙ୍କ ଦରମା ସମାନ କରନ୍ତୁ ବୋଲି ସେ ସରକାରଙ୍କ ନିକଟରେ ଦାବି କରିଛନ୍ତି। ସେହିପରି ବିଦ୍ୟାଳୟ ଭିତ୍ତିଭୂମିର ଅଭାବ ରହିଥିବାବେଳେ ବିଦ୍ୟାଳୟରେ ଇଣ୍ଟରନେଟ ବ୍ୟବସ୍ଥା ନ ଥିବା ଶ୍ରେଣୀ କୋଠାର ଅଭାବ, ପ୍ରତି ଶ୍ରେଣୀ ପାଇଁ ଶିକ୍ଷକ ଅଭାବ, ଖେଳ ପଡିଆର ଅଭାବ, ସୁଇପର, କିରାଣୀ ଅଭାବ ଅନେକ ବିଦ୍ୟାଳୟରେ ବିଦ୍ୟୁତ ଅଭାବ ସହ ସରକାର ଶିକ୍ଷକଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟ କରାଉଛନ୍ତି। କିନ୍ତୁ ତାଙ୍କୁ ମୋବାଇଲ କିମ୍ବା ଟାବଲେଟ ଦିଆଯାଉ ନ ଥିବା ସେ ଅଭିଯୋଗ କରିବା ସହ ଏତେ ସମସ୍ୟା ଭିତରେ ଶିକ୍ଷକ ମଧ୍ୟାହ୍ନ ଭୋଜନ ଦାୟିତ୍ୱଠାରୁ ସମଗ୍ର ଦାୟିତ୍ୱ ନେଉଛନ୍ତି। ଫଳରେ ଗୁଣାତ୍ମକ ଶିକ୍ଷା ପ୍ରଦାନରେ ସମସ୍ୟା ଦେଖାଯାଉଥିବା ସେ କହିଥିଲେ। ତେଣୁ ଶିକ୍ଷକ ମାନଙ୍କୁ ବିଭିନ୍ନ କାର୍ଯ୍ୟରୁ ମୁକ୍ତ କରି କେବକ ଶିକ୍ଷାଦାନ ପାଇଁ ନିୟୋଜିତ କଲେ ଶିକ୍ଷାର ମାନ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି। ଲୋକଙ୍କ ସରକାର ନିଶ୍ଚିତ ଶିକ୍ଷକ ସମାଜର ବିକାଶ ପାଇଁ ତାଙ୍କ ଦୀର୍ଘ ବର୍ଷର ଦାବିଗୁଡିକ ପୂରଣ କରିବେ ବୋଲି ଆଶାବାଦୀ ଥିବା ସେ କହିଛନ୍ତି। ଏହି ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଯାମିନୀକାନ୍ତ ପଡ୍ରା, ସାଧାରଣ ସମ୍ପାଦକ ସଂଗ୍ରାମ କୁମାର ନାୟକ, ଜିଲ୍ଲା ସମ୍ପାଦକ ବିଦୁଭୂଷଣ ନାୟକ,ରମାକାନ୍ତ ଦିଗାଲ,ମୁକୁନ୍ଦ ବଳିୟାରସିଂ, ମୋହନ ସାହୁଙ୍କ ସମେତ ବହୁ ଶିକ୍ଷକ ନେତା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତରେ ବୁଧବାର ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବିଭିନ୍ନ ନବନିର୍ମିତ ପ୍ରକଳ୍ପର ଉଦଘାଟନ କରିବା...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri