ଶ୍ରୀମହାଭାସ୍କରଙ୍କ ପ୍ରତିଷ୍ଠା ପୂର୍ବରୁ ସାମନ୍ତରାପୁର ଗାଁ ଦାନ ଦେଇଥିଲେ ଶିବେଇ ସାମନ୍ତରା

ପୂର୍ବ ସଂଖ୍ୟାରେ ଆମେ ଅର୍କକ୍ଷେତ୍ରର ପଞ୍ଚତୀର୍ଥ ପ୍ରସଙ୍ଗ ଅବତାରଣା କରିଥିଲୁ। ପଞ୍ଚତୀର୍ଥର ମହତ୍ୱ ଶ୍ରୀସୂର୍ଯ୍ୟଙ୍କ ଉପାସନା କାଳରେ ଗୁରୁତ୍ୱପୂର୍ଣ୍ଣ ଥିଲା। ଐତିହ୍ୟର ଅବକ୍ଷୟ ପରେ ପୂଜା ବନ୍ଦ ହୋଇଯାଇଛି। ନା ଐତିହ୍ୟକୁ ଆମେ ସଜାଡ଼ିବାରେ ସକ୍ଷମ ହୋଇଛୁ ନା ସ୍ଥାନାନ୍ତରିତ ହୋଇଥିବା ଶ୍ରୀସୂର୍ଯ୍ୟଙ୍କ ବିଗ୍ରହଙ୍କୁ ଫେରେଇ ଆଣି ପୂଜା ପ୍ରଚଳନ କରାଇପାରିଛୁ। ଆଉ କିଛି ବର୍ଷ ପରେ ଏହି ବିଡ଼ମ୍ବନାକୁ ୫୦୦ ବର୍ଷ ପୂରିଯିବ। ପଞ୍ଚତୀର୍ଥ ମଧ୍ୟରୁ ମହୋଦଧି ଓ ଚନ୍ଦ୍ରଭାଗାକୁ ଆମେ ସଭିଏଁ ଦେଖୁଛେ। ଆଉ ତିନୋଟି ତୀର୍ଥ ହଜିଯିବାକୁ ବସିଛି। ପୁନରୁଦ୍ଧାର କଥା ଭୁଲିଯାଇଛୁ। ତୀର୍ଥକୁ ପରିକ୍ରମା ମାର୍ଗ ଅନ୍ତର୍ଭୁକ୍ତ କରିବା କଥା ତ ବହୁ ଦୂରରେ ଅଛି!
କୋଣାଦିତ୍ୟକୁ ଚଳଚଞ୍ଚଳ କରେଇବା ଆମ ସଭିଙ୍କର ଦାୟିତ୍ୱ। ଐତିହ୍ୟ ବିକାଶ କାଳଖଣ୍ଡରେ ତାହା ଯଦି ହୋଇ ନ ପାରିବ, ଭବିଷ୍ୟତରେ ପଦ୍ମ ଘୁଞ୍ଚି ଘୁଞ୍ଚି ଯିବ। କି ଉତ୍ସାହ… କି ଉଦ୍ଦୀପନା… ସେତେବେଳେ ଓଡ଼ିଆଙ୍କର ଥିଲା। ଅଭିଷେକ କାର୍ଯ୍ୟ ଆରମ୍ଭ ପୂର୍ବରୁ ଗଜପତି ମହାରାଜା ସେବା ପାଇଁ ‘ସେବାୟତ’ଙ୍କ ମୁଣ୍ଡରେ ଶାଢ଼ି ବାନ୍ଧି ସାରିଥିଲେ। କୋଡ଼ିଏ ଜଣ ‘ସୁଆର’ ସେବାୟତଙ୍କୁ ଶାଢ଼ି ବନ୍ଧା ଯାଇଥିଲା। ସେମାନଙ୍କର ପ୍ରଥମ ସେବା ଥିଲା ପୂଜାଦ୍ରବ୍ୟକୁ ‘ନ୍ୟାସ ମଣ୍ଡପ’କୁ ନେବା ଆଣିବା କରିବା।
ସେବା ଆରମ୍ଭ ପୂର୍ବରୁ ମାଧବପୁରରେ ଡିହବାଡ଼ି ଯୋଗାଇ ଦେଇଥିଲେ। ସେଇ ମାଧବପୁର ଏବେ ‘ମାଧିପୁର’ ନାମରେ ପରିଚିତ। ଗୋଟିଏ ଗୋଟିଏ ଅନୁଷ୍ଠାନବେଳେ ଗୋଟିଏ ଗୋଟିଏ ସ୍ମରଣୀୟ ଘଟଣା ଘଟି ଚାଲିଥିଲା। ତାହା ହିଁ ଆମ ସହଯୋଗିତାର ସ୍ମରଣୀୟ ଉଦାହରଣ। ଗାଁର ନାମକରଣ କଲେ ମହାରଣା ସମାଜ। ନାଁ ଦେଲେ ସାମନ୍ତରାୟପୁର। ଗାଁ ବସିବା ପାଇଁ ଜମିଦେବା ପରେ ପଦ୍ମଚିହ୍ନ ଥିବା ୨୭ ମାଢ଼ ସୁନା ଦେଇଥିଲେ। ଶ୍ରୀପଦ୍ମକେଶର ମନ୍ଦିରର ଉତ୍ତର-ପୂର୍ବ ଦିଗରେ ଏହି ଗାଁ ବସିଥିଲା।
ଏହାପରେ ଶ୍ରୀମହାଭାସ୍କର ପ୍ରତିଷ୍ଠା ମଣ୍ଡପକୁ ବିଜେ କରି ସିଂହାସନ ପିଣ୍ଡିରେ ବସିଥିଲେ। ଅନୁଷ୍ଠାନ ଆରମ୍ଭ ପୂର୍ବରୁ ଶିଳ୍ପୀ ଗଦାଧର ମହାପାତ୍ରଙ୍କୁ ଖୋଜିଲେ ଶିବେଇ ସାମନ୍ତରା। କହିଲେ, ତମେ ନିର୍ମାଣ କରୁଥିଲ- ଶ୍ରୀରାମଚନ୍ଦ୍ରଙ୍କ ବିବାହ ଉତ୍ସବର ବିଗ୍ରହ। ଆଣିବା ବ୍ୟବସ୍ଥା ହେଉ। ନିଶାତଳ ପୀଠ ଅର୍ଥାତ୍‌ ନିଶା ମନ୍ଦିର ମୂଳ ପ୍ରଦେଶରେ ସେଇ ବିଗ୍ରହଙ୍କୁ ଖଞ୍ଜାଯିବ। ଯେତେବେଳେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ବିବାହ- ଉତ୍ସବର ବିଗ୍ରହ ଦେଖିଲେ ଶିବେଇ ସାମନ୍ତରା, ଖୁସି ହୋଇଗଲେ। ଦଣ୍ଡେ ଅଟକିଗଲେ, ଗଦା ମହାପାତ୍ରେ ତ ପାଉଣା ନେବେ। ମାତ୍ର ଏ କଳାକୃତିର ପଟାନ୍ତର ନାହିଁ… ଏଥିପାଇଁ ଦୁଇ ତୋଳାର ଦୁଇଟି କୁଣ୍ଡଳ ଉପହାର ଦିଆଯାଉ ଗଦାଧରଙ୍କୁ। ସୂତ୍ରଧର ଶିବେଇଙ୍କର କଥା ହିଁ ଆଦେଶ ଭାବରେ ପାଳନ ହେଉଥିଲା। ଭଣ୍ଡାରରୁ ସୁବର୍ଣ୍ଣ କୁଣ୍ଡଳ ଆସିଲା… ଗଦାଧରଙ୍କୁ ନିଜ ହାତରେ ସେ ଦେଲେ। ଏହା ଥିଲା ମନ୍ଦିର ନିର୍ମାଣ ଇତିହାସରେ ସେ କାଳଖଣ୍ଡରେ ପ୍ରଥମ ଘଟଣା। ସେ ପର୍ଯ୍ୟନ୍ତ ପାଉଣା ବାଦ୍‌ ବସ୍ତ୍ରଠାରୁ ଆରମ୍ଭ କରି କଉଡ଼ି ପୁରସ୍କାର ଦିଆଯାଇଥିଲା। ସୁବର୍ଣ୍ଣ କୁଣ୍ଡଳ ପୁରସ୍କାର ଆଜି ବି ଇତିହାସରେ ସ୍ମରଣୀୟ।
ଆମେ ଜାଣିଛେ ଶ୍ରୀରାମଚନ୍ଦ୍ରଙ୍କର ଅଭିଷେକ ଉତ୍ସବ ହୋଇଥିଲା ଅଯୋଧ୍ୟାରେ। ସେଇ ଅଭିଷେକ ଉତ୍ସବର ଅବିକଳ ବେଶ ଓଡ଼ିଶାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରତ୍ନସିଂହାସନ ଉପରେ ବହୁ କାଳରୁ ଅନୁଷ୍ଠିତ ହୋଇଆସୁଥିଲା। କୁହାଯାଏ- ଶ୍ରୀରାମାଭିଷେକ ବେଶ। ମନେହୁଏ ଏଇ ଅଭିଷେକ ବେଶର ପ୍ରଚଳନ ଏକ ଅଭିନବ ଉଦାହରଣ ଶ୍ରୀମନ୍ଦିରରେ। ଭାରତରେ ପ୍ରାୟ ବିରଳ। ତଥାପି ୧୯୦୫ ମସିହା ପରେ ଆଉ ଏଇ ବେଶ ଶ୍ରୀମନ୍ଦିରରେ କରିବାକୁ ଆମେ ସକ୍ଷମ ହୋଇ ନାହୁଁ। ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଥିବା ବେଶର ଅବିକଳ ଭାସ୍କର୍ଯ୍ୟ ପୁରୀର ଶ୍ରୀଶଙ୍କରାନନ୍ଦ ମଠ କାନ୍ଥରେ ଆଜି ବି ବିଦ୍ୟମାନ। ଶାସ୍ତ୍ର ବର୍ଣ୍ଣନା ଅନୁଯାୟୀ ଓଲମବିଲମ ବିଲ୍‌କୁଲ ନାହିଁ। ଶ୍ରୀରାମଙ୍କ ପାଦ ତଳେ ବିଜେ କରିଛନ୍ତି ଶ୍ରୀହନୁମାନ। ଅନନ୍ୟ ରହସ୍ୟମୟ ନିଦର୍ଶନ।

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

Posted inHome, Home Left View All

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri