ଅନେକ ସମୟରେ ବନ୍ୟାର ବିଭୀଷିକା ମଧ୍ୟରେ ଭଗବାନଙ୍କ ନିଶ୍ଚଳ ଏବଂ ଅକ୍ଷତ ପ୍ରତିମୂର୍ତ୍ତୀର ଏଭଳି କିଛି ଦୃଶ୍ୟ ସାମ୍ନାକୁ ଆସେ ଯାହାକୁ ଦେଖିଲେ ଲୋମ ଟାଙ୍କୁରି ଉଠେ। ଅବିଶ୍ୱସନୀୟ ଲାଗୁଥିଲେ ବି ଦୃଶ୍ୟ ଭଗବାନଙ୍କ ଉପରେ ଆସ୍ଥାକୁ ବଢ଼ାଇଥାଏ। ଏଭଳି ଏକ ଭିନ୍ନ ଘଟଣାକ୍ରମରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି।
ଭିଡିଓଟି କୁଲ୍ଲୁର ହୋଇଥିବା ବେଳେ ବ୍ୟାସ ନଦୀର ବିକାଳ ରୂପ ଦେଖିବାକୁ ମିଳୁଛି। ନଦୀ ତାଣ୍ଡବ କରୁଥିବା ବେଳେ ନିକଟରେ ଥିବା ହନୁମାନ ମନ୍ଦିର ପୂର୍ବଭଳି ଛିଡ଼ା ହୋଇ ରହିଛି। କୌଣସି କ୍ଷତି ହୋଇନାହିଁ। କେବଳ ସେତିକି ନୁହେଁ ମନ୍ଦିରର ପୂଜାରୀ ଅଖଣ୍ଡ ବିଶ୍ୱାସ ସହ ଛିଡ଼ା ହୋଇ ରହିଛନ୍ତି। ଯେପରି ଲାଗୁଛି ସେ ଜାଣିଛନ୍ତି ଯେ ମନ୍ଦିର କିମ୍ବା ତାଙ୍କର କୌଣସି କ୍ଷତି ହେବ ନାହିଁ। ଭିଡିଓଟି ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛନ୍ତି। ସବୁକିଛି ପ୍ରଭୁଙ୍କ ଇଚ୍ଛା ବୋଲି ଅନେକେ କହୁଛନ୍ତି। ହନୁମାନ ନିଜେ ରକ୍ଷକ ତେଣୁ ତାଙ୍କ ମନ୍ଦିରର କିଭଳି କିଛି ହେବ ବୋଲି କିଛି ପ୍ରତିକ୍ରିୟା ରଖୁଛନ୍ତି।
ଦେଖନ୍ତୁ ଭିଡିଓ:
View this post on Instagram

