କେମିତି ପାଇବେ ପେଟ୍ରୋଲ ପମ୍ପ ଲାଇସେନ୍ସ? କେତେଟଙ୍କା ଖର୍ଚ୍ଚ କରିବାକୁ ପଡିବ? ଜାଣନ୍ତୁ

ଭୁବନେଶ୍ୱର,୨୮।୮: ଭାରତରେ ପେଟ୍ରୋଲ ପମ୍ପ ଖୋଲିବା ଏକ ଲାଭଜନକ ବ୍ୟବସାୟ ହୋଇପାରେ, କିନ୍ତୁ ଏହା ପାଇଁ ନିୟମାବଳୀ ପାଳନ ଏବଂ ଉଲ୍ଲେଖନୀୟ ଆର୍ଥିକ ବିନିଯୋଗ ଆବଶ୍ୟକ। ଏହି ଲେଖାରେ ଆମେ ପେଟ୍ରୋଲ ପମ୍ପ ଡିଲରସିପ ଖୋଲିବାର ପ୍ରକ୍ରିୟା ଏବଂ ଏହାର ଖର୍ଚ୍ଚ ସମ୍ପର୍କରେ ଆଲୋଚନା କରିବା।

ପେଟ୍ରୋଲ ପମ୍ପ ଖୋଲିବାର ପ୍ରକ୍ରିୟା
ଆବେଦନକାରୀ ଭାରତୀୟ ନାଗରିକ ହେବା ଆବଶ୍ୟକ। ଅଣ-ନିବାସୀ ଭାରତୀୟ (NRI) ହେଲେ, ଆବେଦନ ପୂର୍ବରୁ ଅତିକମରେ ୧୮୦ ଦିନ ଭାରତରେ ରହିବା ଜରୁରୀ।

ବୟସ: ଆବେଦନକାରୀଙ୍କ ବୟସ ୨୧ ରୁ ୫୫ ବର୍ଷ ମଧ୍ୟରେ ହେବା ଉଚିତ।

ଗ୍ରାମାଞ୍ଚଳରେ ପେଟ୍ରୋଲ ପମ୍ପ ଖୋଲିବା ପାଇଁ SC/ST/OBC ଆବେଦନକାରୀଙ୍କ ପାଇଁ ନ୍ୟୂନତମ ୧୦ମ ପାସ ଏବଂ ସାଧାରଣ ଶ୍ରେଣୀ ପାଇଁ ୧୨ମ ପାସ ଆବଶ୍ୟକ। ସହରାଞ୍ଚଳରେ ଡିଲରସିପ ପାଇଁ ସ୍ନାତକ, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ, କମ୍ପାନୀ ସେକ୍ରେଟାରୀ କିମ୍ବା ଇଞ୍ଜିନିୟରିଂ ଡିପ୍ଲୋମା ଆବଶ୍ୟକ।

ଆବେଦନକାରୀଙ୍କ ନ୍ୟୂନତମ ନେଟ ୱର୍ଥ ୨୫ ଲକ୍ଷ ଟଙ୍କା ଏବଂ ପରିବାରର ନେଟ ୱାର୍ଥ ୫୦ ଲକ୍ଷ ଟଙ୍କା ହେବା ଉଚିତ।

ଆବେଦନକାରୀଙ୍କର କୌଣସି ଅପରାଧିକ ରେକର୍ଡ ନ ଥିବା ଉଚିତ ଏବଂ ସେ କୌଣସି ବ୍ୟବସାୟ ଋଣରେ ଡିଫଲ୍ଟର ହୋଇ ନ ଥିବେ।

ପେଟ୍ରୋଲ ପମ୍ପ ପାଇଁ ୮୦୦ ରୁ ୨୦୦୦ ବର୍ଗ ମିଟର ଜମି ଆବଶ୍ୟକ, ଯାହା ସହରାଞ୍ଚଳ କିମ୍ବା ଗ୍ରାମାଞ୍ଚଳ ଉପରେ ର୍ନିଭର କରେ। ଜମି ଆବେଦନକାରୀଙ୍କ ନାମରେ ହେବା ଉଚିତ କିମ୍ବା ର୍ନିଦ୍ଦିଷ୍ଟ ଅବଧି ପାଇଁ ଲିଜରେ ନିଆଯାଇପାରେ। ଜମି ରାସ୍ତା ସହ ସଂଯୁକ୍ତ ଏବଂ ସମତଳ ହେବା ଜରୁରୀ।

ଆବେଦନ ପ୍ରକ୍ରିୟା
ତୈଳ ବିପଣନ କମ୍ପାନୀ (OMCs) ଯଥା ଇଣ୍ଡିଆନ ଅଏଲ କର୍ପୋରେସନ (IOCL), ଭାରତ ପେଟ୍ରୋଲିୟମ (BPCL), ହିନ୍ଦୁସ୍ତାନ ପେଟ୍ରୋଲିୟମ (HPCL), ନୟାରା ଏନର୍ଜୀ ପ୍ରଭୃତି ଖବରକାଗଜ କିମ୍ବା ଅଫିସିଆଲ ୱେବସାଇଟ୍ରେ ଡିଲରସିପ ପାଇଁ ବିଜ୍ଞାପନ ପ୍ରକାଶ କରନ୍ତି।

ଅନଲାଇନ ଆବେଦନ: www.petrolpumpdealerchayan.in ପୋର୍ଟାଲରେ ଖୋଲନ୍ତୁ। Register Now ବିକଳ୍ପରେ କ୍ଲିକ କରି ଏକ ଆକାଉଣ୍ଟ ସୃଷ୍ଟି କରନ୍ତୁ, ଲଗଇନ କରି Available Advertisement ବିକଳ୍ପ ମାଧ୍ୟମରେ ଆବେଦନ କରନ୍ତୁ।

ଆବେଦନ ଶୁଳ୍କ: ଗ୍ରାମାଞ୍ଚଳ ପାଇଁ ୧୦୦ ଟଙ୍କା ଏବଂ ସହରାଞ୍ଚଳ ପାଇଁ ୧୦୦୦ ଟଙ୍କା। SC/ST/OBC ଆବେଦନକାରୀଙ୍କ ପାଇଁ ୫୦% ଶୁଳ୍କ ରିହାତି ରହିଛି।

ଚୟନ ପ୍ରକ୍ରିୟା: ପ୍ରାରମ୍ଭିକ ସ୍କ୍ରିନିଂ ପରେ, OMC ଜମି ଯାଞ୍ଚ କରେ ଏବଂ ଲଟେରୀ କିମ୍ବା ବିଡିଂ ମାଧ୍ୟମରେ ଡିଲର ଚୟନ କରେ।

ଲାଇସେନ୍ସ ଏବଂ ଅନୁମତି
ପେଟ୍ରୋଲିୟମ ଆଣ୍ଡ ଏକ୍ସପ୍ଲୋସିଭ ସେଫ୍ଟି ଅର୍ଗାନାଇଜେସନ (PESO) ରୁ ଏକ୍ସପ୍ଲୋସିଭ ଲାଇସେନ୍ସ, ପରିବେଶ ଅନୁମତି, ଅଗ୍ନିଶମ ସୁରକ୍ଷା ପ୍ରମାଣପତ୍ର, ମ୍ୟୁନିସିପାଲ ଅନୁମତି ଏବଂ ନୋ ଅବଜେକ୍ସନ ସାର୍ଟିଫିକେଟ (NOC) ଆବଶ୍ୟକ।

ଲାଇସେନ୍ସ ଶୁଳ୍କ: ଡିଲର ମାଲିକାନାଧୀନ ରିଟେଲ ଆଉଟଲେଟ ପାଇଁ ମୋଟର ସ୍ପିରିଟ୍ରେ ୧୮ ଟଙ୍କା/କିଲୋଲିଟର ଏବଂ ହାଇ-ସ୍ପିଡ ଡିଜେଲ୍ରେ ୧୬ ଟଙ୍କା/କିଲୋଲିଟର; କମ୍ପାନୀ ମାଲିକାନାଧୀନ ଆଉଟଲେଟ ପାଇଁ ୪୮ ଟଙ୍କା/କିଲୋଲିଟର (MS) ଏବଂ ୪୧ ଟଙ୍କା/କିଲୋଲିଟର (HSD)।

ପେଟ୍ରୋଲ ପମ୍ପ ଖୋଲିବାର ମୋଟ ଖର୍ଚ୍ଚ ୫୦ ଲକ୍ଷରୁ ୩.୫ କୋଟି ଟଙ୍କା କିମ୍ବା ଅଧିକ ହୋଇପାରେ, ଯାହା ଅବସ୍ଥାନ (ଗ୍ରାମାଞ୍ଚଳ, ସହରାଞ୍ଚଳ କିମ୍ବା ହାଇୱେ), ଜମି ମାଲିକାନା, ଏବଂ ଡିଲରସିପ ପ୍ରକାର (ଡିଲର ମାଲିକାନାଧୀନ କିମ୍ବା କମ୍ପାନୀ ମାଲିକାନାଧୀନ) ଉପରେ ର୍ନିଭର କରେ।

ସହରାଞ୍ଚଳରେ ଜମି ମୂଲ୍ୟ ୨୦ ଲକ୍ଷରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ହୋଇପାରେ। ଗ୍ରାମାଞ୍ଚଳରେ ଏହା ଅପେକ୍ଷାକୃତ କମ। ଜମି ଲିଜରେ ନେଲେ ମାସିକ କିମ୍ବା ବାର୍ଷିକ ଭଡ଼ା ଖର୍ଚ୍ଚ ଯୋଗ ହେବ।

ପେଟ୍ରୋଲ ପମ୍ପର ଡିଜାଇନ, ବ୍ୟବହୃତ ସାମଗ୍ରୀ ଏବଂ ଆକାର ଉପରେ ର୍ନିଭର କରି ର୍ନିମାଣ ଖର୍ଚ୍ଚ ୩୦ ଲକ୍ଷରୁ ୧ କୋଟି ଟଙ୍କା ହୋଇପାରେ। ଇନ୍ଧନ ଟ୍ୟାଙ୍କ, ଡିସପେନସର, ଏବଂ ଅନ୍ୟାନ୍ୟ ସୁରକ୍ଷା ଉପକରଣ ପାଇଁ ୫ ଲକ୍ଷରୁ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇପାରେ।

PESO, ପରିବେଶ, ଅଗ୍ନିଶମ ଏବଂ ମ୍ୟୁନିସିପାଲ ଅନୁମତି ପାଇଁ ୨ ଲକ୍ଷରୁ ୫ ଲକ୍ଷ ଟଙ୍କା। ଗ୍ରାମାଞ୍ଚଳରେ ୫ ଲକ୍ଷ ଏବଂ ସହରାଞ୍ଚଳରେ ୧୫ ଲକ୍ଷ ଟଙ୍କା (ଜମି ମାଲିକାନାଧୀନ ହେଲେ)। କମ୍ପାନୀ ମାଲିକାନାଧୀନ ଡିଲରସିପ ପାଇଁ ୧୦ ଲକ୍ଷ (ଗ୍ରାମାଞ୍ଚଳ) ଏବଂ ୩୦ ଲକ୍ଷ ଟଙ୍କା । ପ୍ରାରମ୍ଭିକ ଇନଧନ ଯୋଗାଣ, ଦୈନନ୍ଦିନ ଖର୍ଚ୍ଚ, ଏବଂ କର୍ମଚାରୀ ଦରମା ପାଇଁ ୧୦ ଲକ୍ଷରୁ ୩୦ ଲକ୍ଷ ଟଙ୍କା ଆବଶ୍ୟକ।

 


Enter your email to get our daily news in your inbox.

All Right Reserved By Dharitri.Com

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ବାରବାଟୀରେ ଏକାକୀ ପ୍ରାକ୍ଟିସ କଲେ ହାର୍ଦ୍ଦିକ ପାଣ୍ଡ୍ୟା

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ପାଇଁ କ୍ରିକେଟ୍‌...

ପୁତ୍ର ବିଚ୍ଛେଦରୁ ମୁକୁଳି ପାରୁନାହାନ୍ତି ହ୍ୟୁମାନଙ୍କ ମାଆ, ସ୍ତ୍ରୀ କହିଲେ ”ମୁଁ ୩୦ ବର୍ଷରେ ସ୍ବାମୀ ହରାଇଲି”

ବଲାଙ୍ଗୀର,୭ା୧୨: ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପୁଣି ଥରେ ପୁଅର ମୃତ୍ୟୁ ପାଇଁ ପୂର୍ବରୁ କରିଥିବା ଅଭିଯୋଗକୁ ଦୋହରାଇଛନ୍ତି ତାଙ୍କ ମାଆ ।...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri