ଭୁବନେଶ୍ୱର,୧୯।୮: ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ ଏନେଇ ହସ୍ପିଟାଲରୁ ଆସିଛି ବଡ଼ ଖବର। ସ୍ବାସ୍ଥ୍ୟାବସ୍ଥା ନେଇ ଜଣାପଡିଛି ବଡ଼ କବର।
ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କୁ ରବିବାର ସଂଧ୍ୟାରେ ଡିହାଇଡ୍ରେସନ କାରଣରୁ ଭୁବନେଶ୍ୱରର ସମ ଅଲଟିମେଟ ମେଡିକେୟାରରେ ଭର୍ତ୍ତି କରାଯାଇଥିଲା। ସୋମବାର ତାଙ୍କୁ ଆଇସିୟୁରୁ ଏକ କେବିନକୁ ସ୍ଥାନାନ୍ତର କରାଯାଇଥିଲା। ହସ୍ପିଟାଲ ସୂତ୍ରରୁ କୁହାଯାଇଛି ଯେ, ନବୀନ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ହେଉଛି। ତାଙ୍କୁ ଚିକିତ୍ସା କରୁଥିବା ହସ୍ପିଟାଲ ମଙ୍ଗଳବାର ଏହି ସୂଚନା ଦେଇଛି। ନବୀନ ବର୍ତ୍ତମାନ ସମ୍ପୂର୍ଣ୍ଣ ସ୍ଥିର ଅଛନ୍ତି, ଡାକ୍ତରମାନଙ୍କ ସହ କଥାବାର୍ତ୍ତା କରୁଛନ୍ତି ଏବଂ ସୁସ୍ଥ ଅନୁଭବ କରୁଛନ୍ତି।
ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତାରେ ହସ୍ପିଟାଲର ଡାକ୍ତର ଏବଂ କର୍ମଚାରୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ତାଙ୍କ ଚିନ୍ତିତ ସମର୍ଥକମାନଙ୍କୁ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ନବୀନ ନିବାସରେ ତାଙ୍କୁ ଭେଟିବାକୁ ଅନୁରୋଧ କରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରୁ ତାଙ୍କ ସମର୍ଥକମାନେ ହସ୍ପିଟାଲ ନିକଟରେ ଜମା ହୋଇଥିଲେ।


