Posted inଫୁରସତ

ସବୁଠୁ ବିପଦପୂର୍ଣ୍ଣ ସେଲ୍‌ଫି ପଏଣ୍ଟ

ରିଓ ଡି ଜେନିରୋ: ସମ୍ପ୍ରତି ଯୁବପିଢ଼ି ହୁଅନ୍ତୁ କି ବୟସ୍କ, ସେଲ୍‌ଫି ମାନିଆ ସମସ୍ତଙ୍କୁ ଘାରିଛି। ତେବେ ପ୍ରତିବର୍ଷ ଏହି ସେଲ୍‌ଫି କ୍ରେଜ୍‌ ପାଇଁ ଅନେକ ଶହ ଲୋକଙ୍କୁ ଜୀବନ ହରାଇବାକୁ ପଡ଼ିଥାଏ। ତଥାପି ସେଲ୍‌ଫି ପ୍ରେମୀମାନେ ନିଜକୁ ସାହସୀ ଏବଂ ଦୁଃସାହସିକ ଦର୍ଶାଇବା ପାଇଁ ବିଭିନ୍ନ ବିପଦପୂର୍ଣ୍ଣ ସ୍ଥାନରେ ସେଲ୍‌ଫି ନେଇଥାନ୍ତି, ଯାହା ସେମାନଙ୍କୁ ମୃତ୍ୟୁମୁଖକୁ ଟାଣିଥାଏ। ଏକ ରିପୋର୍ଟ ଅନୁଯାୟୀ, ବିଶ୍ବରେ ଅନେକ ବିପଦପୂର୍ଣ୍ଣ ସେଲ୍‌ଫି ପଏଣ୍ଟ ରହିଥିବାବେଳେ ସେଥିମଧ୍ୟରୁ ବ୍ରାଜିଲର ପେଡ୍ରା ଡା ଗାଭେଆ ଅନ୍ୟତମ।
ପେଡ୍ରା ଡା ଗାଭେଆ ଏକ ବିଶାଳ ପର୍ବତ ହୋଇଥିବା ବେଳେ ଏହା ବ୍ରାଜିଲର ପ୍ରମୁଖ ସହର ରିଓ ଡି ଜେନିରୋରେ ଅବସ୍ଥିତ। ଏହି ପର୍ବତର ଉଚ୍ଚତା ସମୁଦ୍ର ପତ୍ତନଠାରୁ ୮୪୪ ମିଟର (୨,୭୬୯ ଫୁଟ୍‌) ରହିଛି। ଏହି ପର୍ବତ ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ପ୍ରସିଦ୍ଧ। ସେହିପରି
ପେଡ୍ରା ଡା ଗାଭେଆର ଶିଖରରେ ରିଓ ଡି ଜେନିରୋ ସହରର ଅନେକ ଚମତ୍କାର ଦୃଶ୍ୟ ଦେଖିବାକୁ ମିଳିଥାଏ। ତେବେ ଉକ୍ତ ପର୍ବତ ଶିଖରରେ ସେଲ୍‌ଫି ନେବା ବିପଦକୁ ନିମନ୍ତ୍ରଣ କରିବା ସଦୃଶ ହୋଇଥାଏ।
ପେଡ୍ରା ଡା ଗାଭେଆ ପର୍ବତଟି ସମୁଦ୍ର କୂଳରେ ଅବସ୍ଥିତ। ପର୍ବତର ଯେଉଁ ପାର୍ଶ୍ୱରେ ସମୁଦ୍ର ରହିଛି, ସେହି ପଟେ କୌଣସି ଢାଲ ନାହିଁ। ତେଣୁ ପର୍ବତ ଶିଖରର ଉକ୍ତ ପାର୍ଶ୍ୱରେ ଠିଆ ହୋଇ ସେଲ୍‌ଫି ନେବା ବେଳେ ସାମାନ୍ୟ ଅସାବଧାନତା ଘଟିଲେ ସମୁଦ୍ର ମଧ୍ୟକୁ ପଡ଼ିଯିବାର ସମ୍ଭାବନା ରହିଥାଏ। ପ୍ରତିବର୍ଷ ଏହି ପର୍ବତରେ ଏହିପରି ଅନେକ ଦୁର୍ଘଟଣା ଘଟିଥାଏ, ଯେଉଁଥିରେ ଅନେକ ଡଜନ୍‌ ଲୋକ ପ୍ରାଣ ହରାଇଥାନ୍ତି। ନିଜର ଅତ୍ୟଧିକ ଉଚ୍ଚତା ଏବଂ ତୀକ୍ଷ୍ଣ ଧାର ଯୋଗୁ ପେଡ୍ରା ଡା ଗାଭେଆକୁ ବିଶ୍ୱର ଅନ୍ୟତମ ବିପଦପୂର୍ଣ୍ଣ ସେଲ୍‌ଫି ପଏଣ୍ଟ ଭାବେ ବିବେଚନା କରାଯାଇଥାଏ। ଏହି ପର୍ବତ ଶିଖରରେ କୌଣସି ସୁରକ୍ଷା ରେଲିଂ କିମ୍ବା ବାଡ଼ ନ ଥିବାରୁ ଏଠାରେ ସେଲ୍‌ଫି ନେବା ଅତ୍ୟନ୍ତ ବିପଜ୍ଜନକ। ପେଡ୍ରା ଡା ଗାଭେଆର ଶିଖରରେ ପହଞ୍ଚତ୍ବା ପାଇଁ ୬ରୁ ୮ ଘଣ୍ଟାର କଠିନ ପଦଯାତ୍ରା କରିବାକୁ ପଡ଼ିଥାଏ। ଏହି ଯାତ୍ରା ବେଳେ ‘କାରାସ୍କୁଇରା’ ନାମକ ଏକ ୩୦ ମିଟର ଉଚ୍ଚ ପଥରରେ ଚଢ଼ିବାକୁ ପଡ଼ିଥାଏ। ଉକ୍ତ ପଥରକୁ ଚଢ଼ିବା ଅତ୍ୟନ୍ତ ଚ୍ୟାଲେଞ୍ଜିଂ ଏବଂ କଷ୍ଟକର ହୋଇଥାଏ। ଏଥିପାଇଁ ପରିଦର୍ଶକମାନଙ୍କୁ ଦଉଡ଼ିର ବ୍ୟବହାର କରିବାକୁ ପଡ଼ିଥାଏ। ଏହି ପର୍ବତରେ ଚଢ଼ିବା ସମୟରେ ଲୋକମାନେ ସାଧାରଣତଃ ଥକାପଣ ଏବଂ ଅସାବଧାନତାବଶତଃ ନିଜର ସନ୍ତୁଳନ ହରାଇ ମୃତ୍ୟୁମୁଖରେ ପଡ଼ିଥାନ୍ତି। ତେଣୁ ଏହି ସ୍ଥାନକୁ ଭ୍ରମଣ କରିବା ସମୟରେ ବିଶେଷ ସତର୍କତା ଅବଲମ୍ବନ କରିବା ନିତାନ୍ତ ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଶସ୍ତାରେ ମିଳିବ ଘର? ବଜେଟରେ ହେବ ବଡ଼ ଘୋଷଣା!

ନୂଆଦିଲ୍ଲୀ,୨୧।୧: ମଧ୍ୟବିତ୍ତ ବର୍ଗର ଲୋକଙ୍କ ପାଇଁ, ଘର ପାଇବା ଏବେ ବି ସ୍ୱପ୍ନ ସାକାର ହେବା ପରି ମନେହୁଏ। ଘରର ମୂଲ୍ୟ ଆକାଶଛୁଆଁ ହେଉଛି, ଏବଂ...

IPL 2026: ହେଲା ବଡ଼ ଘୋଷଣା! ଏହି ୧୮ ପଡ଼ିଆରେ ଖେଳାଯିବ IPL ମ୍ୟାଚ, ରହିଛି ଗୋଟିଏ ବିବାଦୀୟ ଗ୍ରାଉଣ୍ଡ

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ସିଜିନରେ ମ୍ୟାଚ ଖେଳାଯିବ ବୋଲି ସ୍ଥାନ ଘୋଷଣା କରାଯାଇଛି।...

ସୋସିଆଲ ମିଡିଆ ପୋଷ୍ଟ ଉପରେ ଲାଗିଲା କଟକଣା

ବାଲେଶ୍ୱର,୨୧।୧(ବାଞ୍ଛାନିଧି ଦେ): ବାଲେଶ୍ୱରରେ ସୋସିଆଲ ମିଡିଆ ପୋଷ୍ଟ ଉପରେ ଜିଲା ପୋଲିସ ପକ୍ଷରୁ ବୁଧବାର କଟକଣା ଲାଗୁ କରାଯାଇଛିl କୌଣସି ସମ୍ପ୍ରଦାୟ ବିରୋଧରେ ପୋଷ୍ଟ ନ...

ଗାଁରେ କୁକୁର ଆତଙ୍କ: ଗୋଡ଼ାଇ ଗୋଡ଼ାଇ ୭ ଜଣଙ୍କୁ କାମୁଡ଼ିଲା

ପାଟଣା,୨୧ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ବେଗନା ଗ୍ରାମରେ ବୁଧବାର ଏକ ପାଗଳ କୁକୁର ଆକ୍ରମଣରେ ୭ ଜଣ ଗୁରୁତର ଆହତ ହୋଇ...

ପ୍ରତିକ ଯାଦବଙ୍କ ବିସ୍ଫୋରକ ପୋଷ୍ଟ ପରେ ବି ଚୁପ ଅଛନ୍ତି ଅପର୍ଣ୍ଣା, ଇନଷ୍ଟ୍ରାଗ୍ରାମରେ ଭାଜପା ଅଧ୍ୟକ୍ଷଙ୍କୁ ଜଣାଇଲେ ଶୁଭେଚ୍ଛା

ଲକ୍ଷ୍ନୌ,୨୧।୧: ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବ ଏବଂ ତାଙ୍କ ପତ୍ନୀ, ଉତ୍ତର ପ୍ରଦେଶ ରାଜ୍ୟ ମହିଳା କମିଶନର ଉପାଧ୍ୟକ୍ଷ...

ଟ୍ରେନରେ ମୋବାଇଲ ହଜି ଯାଇଛି କି? ମିଳିବ ଏମିତି, ସରକାର କହିଲେ ଟ୍ରିକ୍‌

ନୂଆଦିଲ୍ଲୀ,୨୧।୧: ଯଦି ଟ୍ରେନରେ କିମ୍ୱା ଷ୍ଟେସନରେ ଯାତ୍ରା କରିବା ସମୟରେ ଆପଣଙ୍କର ମୋବାଇଲ ଫୋନ ହଜିଯାଏ କିମ୍ୱା ଚୋରି ହୋଇଯାଏ, ତେବେ ଏହାକୁ ଫେରି ପାଇବାର...

ଯୋଗୀ ସରକାରଙ୍କୁ ଅଲ୍ଟିମେଟମ: ୨୪ ଘଣ୍ଟା ମଧ୍ୟରେ…

ଲକ୍ଷ୍ନୌ,୨୧।୧: ଜ୍ୟୋର୍ତିପୀଠର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ତାଙ୍କ ଓକିଲଙ୍କ ମାଧ୍ୟମରେ ଉତ୍ତର ପ୍ରଦେଶର ଯୋଗୀ ସରକାରଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ନୋଟିସରେ ସ୍ପଷ୍ଟ...

ଏକାବେଳକେ ଆଖିବୁଜିଦେଲେ ଦୁଇ ସାଙ୍ଗ : ଘରକୁ ଫେରିବା ବେଳେ…

ପଡିଆ,୨୧।୧(ଭାସ୍କର ରାଓ): ମାଲକାନଗିରି ଜିଲା ପଡିଆ ସଦର ବ୍ଲକ କମାରଗୁଡା ନିକଟରେ ଦୁର୍ଘଟଣା ଘଟିଛି। ଦୁଇ ସାଙ୍ଗ ଏକ ବାଇକ୍‌ରେ ଯିବା ବେଳେ ଦୁର୍ଘଟଣାରେ ଉଭୟଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri