ସୁନା ଚେନ୍‌ ସଫା କରୁଥିଲେ ମହିଳା, ହଠାତ୍‌ ଉଡ଼ିଉଡ଼ି ଆସି ଝାମ୍ପିନେଲା କାଉ, ଆଉ ତା’ ପରେ…

ଥିରୁଭାନନ୍ତପୁରମ୍‌,୧୫ା୮: କେରଳର ତ୍ରିସୁରରୁ ଚୋରିର ଏକ ଅନନ୍ୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ଚୋର ଜଣକ ମଣିଷ ନୁହେଁ ବରଂ ଏକ କାଉ ବୋଲି ଜଣାପଡ଼ିଛି। କାଉଟି ହଠାତ୍‌ ଉଡ଼ିଉଡ଼ି ଆସି ମହିଳାଙ୍କ ସୁନା ଚେନ୍‌ ଝାମ୍ପି ନେଇ ପଳାଇଲା। ଯାହାର ମୂଲ୍ୟ ୩.୫ ଲକ୍ଷ ଟଙ୍କା ଥିଲା। ମାତ୍ର ପରେ କାଉ ମୁହଁରୁ ଚେନ୍‌ଟି ଖସି ପଡ଼ିବାରୁ ଏବଂ ମହିଳା ଜଣକ ତାଙ୍କ ଚେନ୍‌ ଫେରି ପାଇଲେ।

ପ୍ରକୃତରେ ତ୍ରିସୁରର ମାଥିଲାକମ ନିବାସୀ ଅଙ୍ଗନଓ୍ବାଡ଼ି କର୍ମୀ ଶିର୍ଲିଙ୍କ ୩.୫ ଲକ୍ଷ ଟଙ୍କା ମୂଲ୍ୟର ସୁନା ଚେନ୍‌ ଚୋରି ହୋଇଗଲା। ଏହି ଘଟଣା ଅଗଷ୍ଟ ୧୩ରେ ଘଟିଥିଲା, ଯେତେବେଳେ ଅଙ୍ଗନଓ୍ବାଡ଼ି କର୍ମୀ ଅଙ୍ଗନଓ୍ବାଡ଼ି ପରିସର ସଫା କରୁଥିଲେ। ସଫା କରିବା ସମୟରେ ଶିର୍ଲି ତାଙ୍କ ବେକରୁ ଚେନ୍‌ କାଢ଼ି ପାଖରେ ଥିବା ଶିଡ଼ିରେ ରଖିଥିଲେ। ଶିର୍ଲି କାମରେ ବ୍ୟସ୍ତ ହେବା ମାତ୍ରେ ର୍ଶିଲି ପାଖରେ ଖାଦ୍ୟର ଏକ ପ୍ୟାକେଟ୍‌ ମଧ୍ୟ ରଖାଯାଇଥିଲା। ହଠାତ୍‌ ଏକ କାଉ ଆସି ଖାଦ୍ୟ ପ୍ୟାକେଟ ଛାଡ଼ି ଶିର୍ଲିଙ୍କ ଚେନ୍‌ ଉଠାଇ ଉଡ଼ିଗଲା।

କାଉକୁ ସୁନା ଚେନ୍‌ ନେଇ ଯାଉଥିବା ଦେଖି ଶିର୍ଲି ବଡ଼ ପାଟି କଲେ ଏବଂ ତା’ ପଛରେ ଦୌଡ଼ିବାକୁ ଲାଗିଲେ। ଶିର୍ଲିଙ୍କ ପାଟି ଶୁଣି ସ୍ଥାନୀୟ ଲୋକମାନେ ମଧ୍ୟ କାଉ ପଛରେ ଦୌଡ଼ିବାକୁ ଲାଗିଲେ, ଯେଉଁଠାରେ କାଉଟି ଜଙ୍ଗଲ ଏବଂ ଜଳପ୍ରପାତରେ ପରିପୂର୍ଣ୍ଣ ଏକ ଅଞ୍ଚଳକୁ ଉଡ଼ିଗଲା, କିନ୍ତୁ ତା ପୂର୍ବରୁ ଏହା ପାଖରେ ଥିବା ଏକ ଗଛରେ ବସିଯାଇଥିଲା। କାଉ ଗଛରେ ବସିବା ମାତ୍ରେ ସ୍ଥାନୀୟ ଲୋକଙ୍କ ମଧ୍ୟରୁ ଜଣେ ପଥର ଫିଙ୍ଗି ଦେଇଥିଲା, ଯାହା ଫଳରେ କାଉଠାରୁ ସୁନା ଚେନ୍‌ ଖସି ପଡ଼ିଲା ଏବଂ ପରେ କାଉଟି ଉଡ଼ିଗଲା।

ଏହା ପରେ ଶିର୍ଲିଙ୍କ ସହିତ ସ୍ଥାନୀୟ ଲୋକମାନେ ତାଙ୍କ ଚେନ୍‌ ପାଇଲେ। ଶିର୍ଲି ତାଙ୍କର ସୁନା ଚେନ ଫେରି ପାଇବା ପରେ ଆଶ୍ୱସ୍ତି ପାଇଲେ। ପୂର୍ବରୁ ମଧ୍ୟ ଏପରି ଏକ ଖବର ପ୍ରକାଶ ପାଇଛି। କେରଳର କୋଝିକୋଡରେ ଏକ କାଉ ଜଣେ ମହିଳାଙ୍କ ସୁନା କଙ୍କଣ ଚୋରି କରି ନେଇଥିଲା। ଯେତେବେଳେ ମହିଳା ଜଣକ ତାଙ୍କ ଘର ଅଗଣାରେ ଚୁଡ଼ି ଓହ୍ଲାଉଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଡ଼ ପଦକ୍ଷେପ: ଆସୁଛି ଶକ୍ତିଶାଳୀ ଲେଜର ଅସ୍ତ୍ର

ନୂଆଦିଲ୍ଲୀ,୨୦।୧: ବିଶ୍ୱରେ ବଦଳୁଥିବା ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଏବେ ନିଜସ୍ୱ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଅଧିକ ସୁଦୃଢ଼ କରିବାକୁ ଯାଉଛି। ରୁଷର S-400...

ବିଶ୍ୱସ୍ତରୀୟ ଭିତ୍ତିଭୂମି ମିଳିଲେ କ’ଣ ହେବ, ଯଦି ଲୋକଙ୍କ ପାଖରେ ନାହିଁ ସାଧାରଣ ଜ୍ଞାନ

କୋଲକାତା/ଗୁୱାହାଟୀ,୨୦।୧: ଦେଶର ପ୍ରଥମ ହାଇଟେକ୍ ‘ବନ୍ଦେ ଭାରତ ସ୍ଲିପର’ ଏକ୍ସପ୍ରେସ୍‌ର ପରିଚାଳନା ଆରମ୍ଭ ହେବା ପୂର୍ବରୁ ଏହାର ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶନିବାର...

ଶେୟାର ବଜାରରେ ହାହାକାର: ୧୦୦୦ ପଏଣ୍ଟ ଖସିଲା ସେନସେକ୍ସ, ନିବେଶକଙ୍କ ୭.୬୭ ଲକ୍ଷ କୋଟି ଟଙ୍କା ସ୍ଵାହା

ମୁମ୍ବାଇ,୨୦।୧: ସପ୍ତାହର ଦ୍ଵିତୀୟ କାର୍ଯ୍ୟ ଦିବସରେ ଭାରତୀୟ ଶେୟାର ବଜାରରେ ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଆଇଟି, ଅଟୋମୋବାଇଲ୍ ଏବଂ ରିଏଲ୍ ଇଷ୍ଟେଟ୍ କ୍ଷେତ୍ରର...

ବୁଲା କୁକୁର ମାମଲା: ମେନକା ଗାନ୍ଧୀଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ, ଉଠାଇଲେ ଏପରି ପ୍ରଶ୍ନ

ନୂଆଦିଲ୍ଲୀ,୨୦ା୧: ବୁଲା କୁକୁର ମାମଲାରେ ପ୍ରାଣୀ ଅଧିକାର କର୍ମୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମେନକା ଗାନ୍ଧୀଙ୍କୁ ସୁପ୍ରିମକୋର୍ଟ କଡ଼ା ସମାଲୋଚନା କରିଛନ୍ତି। ଏକ ପଡକାଷ୍ଟରେ...

ନୀତିନ ନବୀନ କହିଲେ ରାଜନୀତି ଲଙ୍ଗ ମାରାଥନ, ଏଠି ସ୍ପିଡ ନୁହେଁ ଷ୍ଟାମିନାର ଟେଷ୍ଟ ହୋଇଥାଏ

ନୂଆଦିଲ୍ଲୀ,୨୦।୧: ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ, ନୀତିନ ନବୀନ ପ୍ରଥମ ଥର ପାଇଁ ଦଳୀୟ କର୍ମୀ ଏବଂ ନେତାମାନଙ୍କୁ ସମ୍ବୋଧିତ କରିଥିଲେ। ସେ କହିଥିଲେ...

ଭାରତୀୟ ରେଳବାଇର ନୂଆ ନିୟମ, ଟ୍ରେନରେ ଅଧିକ ଘିଅ ନେଇ ଯାତ୍ରା କଲେ ଜେଲ୍…

ନୂଆଦିଲ୍ଲୀ,୨୦।୧: ଯାତ୍ରୀଙ୍କ ପାଇଁ ଭାରତୀୟ ରେଳବାଇର ଅନେକ ନିୟମ ରହିଛି । କିଛି ନିୟମ ବିଷୟରେ ଅବଗତ ହେବା ଉଚିତ, କାରଣ ଏକ ଛୋଟ ଭୁଲ...

ନୀତିନ ନବୀନ ମୋ ବସ୍‌, ମୁଁ ଜଣେ….ଭାବପ୍ରବଣ କରିଦେଲେ ମୋଦି

ନୂଆଦିଲ୍ଲୀ,୨୦।୧: ନୀତିନ ନବୀନ ମଙ୍ଗଳବାର ଆନୁଷ୍ଠାନିକ ଭାବରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ଗ୍ରହଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି,ଭାଜପା ଏପରି ଏକ...

ନବୀନଙ୍କ ଆଗରେ ବଡ଼ ଚ୍ୟାଲେଞ୍ଜ: ପ୍ରଥମ ବର୍ଷ ସାମ୍ନା କରିବେ….

ନୂଆଦିଲ୍ଲୀ,୨୦।୧: ଭାରତୀୟ ଜନତା ପାର୍ଟି (ଭାଜପା) ଦଳର ସବୁଠାରୁ ଯୁବ ଜାତୀୟ ସଭାପତି ଭାବରେ ନୀତିନ ନବୀନଙ୍କୁ ନିର୍ବାଚିତ କରି ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri