ନୂଆଦିଲ୍ଲୀ,୧୪।୮:କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କ ନିର୍ବନ୍ଧ ହୋଇଛି। ଏହା ପରେ ସଚିନଙ୍କ ଝିଅ ସାରା ତେନ୍ଦୁଲକର ମଧ୍ୟ ଖୁସି ଖବର ଦେଇଛନ୍ତି। ସେ ମୁମ୍ବାଇରେ ଏକ ପାଇଲେଟ୍ସ ଏକାଡେମୀ ଖୋଲିଛନ୍ତି। ଅର୍ଜୁନ ନିର୍ବନ୍ଧ ପରେ ଏହାର ଉଦଘାଟନ ହୋଇଥିଲା। ଏଥିରେ ସଚିନ ତେନ୍ଦୁଲକର, ତାଙ୍କ ସ୍ତ୍ରୀ ଏବଂ ଭାବି ବୋହୂ ସାନିଆ ଚାନ୍ଦୋକ ମଧ୍ୟ ନଜର ଆସିଥିଲେ। ପ୍ରଥମ ଥର ପାଇଁ ସଚିନ ଏବଂ ସାନିଆଙ୍କୁ ଏକ ଫଟୋରେ ଦେଖିବାକୁ ମିଳିଛି।
ଏହାପୂର୍ବରୁ ପାଇଲେଟ୍ସ ଏକାଡେମୀର ଦୁବାଇରେ ଏକ ଶାଖା ଥିଲା। ସେ ମୁମ୍ବାଇର ଅନ୍ଧେରୀରେ ଏହି ଏକାଡେମୀ ଖୋଲିଛନ୍ତି। ପାଇଲେଟ୍ସ ଏକାଡେମୀରେ ଶରୀରର ମୂଳ ମାଂସପେଶୀକୁ ମଜଭୁତ କରିବା, ପୋଶ୍ଚର ଉନ୍ନତ କରିବା ଏବଂ ନମନୀୟତା ବୃଦ୍ଧି କରିବା ଉପରେ ଧ୍ୟାନ ଦିଆଯାଏ। ପାଇଲେଟ୍ସ ଏକ ବ୍ୟାୟାମ ପ୍ରଣାଳୀ, ଯାହା ଶରୀର ଏବଂ ମନ ମଧ୍ୟରେ ସଂଯୋଗ ଉପରେ ଗୁରୁତ୍ୱାରୋପ କରେ।
ଅର୍ଜୁନ ତେନ୍ଦୁଲକର ଏବଂ ସାନିଆ ଚାନ୍ଦୋକଙ୍କ ନିର୍ବନ୍ଧ ଏକ ବ୍ୟକ୍ତିଗତ ଭାବରେ ହୋଇଥିଲା, ଏହାକୁ ଗଣମାଧ୍ୟମରୁ ଦୂରରେ ରଖାଯାଇଥିଲା। ଅଗଷ୍ଟ ୧୨ରେ ନିର୍ବନ୍ଧ ହୋଇଥିଲା। ଏହି ନିର୍ବନ୍ଧରେ କେବଳ ପରିବାରର ନିକଟ ସମ୍ପର୍କୀୟ ଏବଂ ଉଭୟଙ୍କ କିଛି ବନ୍ଧୁ ଯୋଗ ଦେଇଥିଲେ। ନିର୍ବନ୍ଧ ପରେ ସଚିନ ଏବଂ ତାଙ୍କ ଭାବି ବୋହୂ ସାନିଆଙ୍କୁ ପ୍ରଥମ ଥର ପାଇଁ ଏକାଠି ଦେଖାଯାଇଥିଲା।
View this post on Instagram


