ଭୁବନେଶ୍ୱରରେ ହେବ ବିଶ୍ୱସ୍ତରୀୟ ବିମାନ ମରାମତି କେନ୍ଦ୍ର

ଭୁବନେଶ୍ୱର,୧୪ା୮ (ରବିନାରାୟଣ ଜେନା): ପୂର୍ବ ଭାରତର ବିମାନ ଚଳାଚଳ କ୍ଷେତ୍ରରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଏହାକୁ ଦୃଷ୍ଟିରେ ରଖି ବୁଧବାର ରାଜ୍ୟ କ୍ୟାବିନେଟ୍‌ ଏକ ସ୍ବତନ୍ତ୍ର ପ୍ରସ୍ତାବକୁ ଅନୁମୋଦନ ଦେଇଛି। ଏନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଛନ୍ତି ଯେ, ବିମାନ ସେବା ପାଇଁ ଓଡ଼ିଶାକୁ ଏକ ଆଞ୍ଚଳିକ କେନ୍ଦ୍ରରେ ପରିଣତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପସ୍ବରୂପ ରାଜ୍ୟ କ୍ୟାବିନେଟ୍‌ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ଆଧୁନିକ ମେଣ୍ଟେନାନ୍ସ, ରିପେୟାର ଆଣ୍ଡ ଓଭରହଲ(ଏମ୍‌ଆରଓ) କେନ୍ଦ୍ର ସ୍ଥାପନ ପାଇଁ ରାଜ୍ୟ କ୍ୟାବିନେଟ୍‌ ଅନୁମୋଦନ ଦେଇଛି। ଏହା ପୂର୍ବ ଭାରତର ପ୍ରଥମ ବଡ଼ ଏମ୍‌ଆରଓ କେନ୍ଦ୍ର ହେବ। ଏହି ପ୍ରକଳ୍ପ ସରକାରଙ୍କ ବି-ମାନ(ବିଲ୍‌ଡିଂ ଆଣ୍ଡ ମ୍ୟାନେଜମେଣ୍ଟ
ଅଫ୍‌ ଆଭିଏଶନ ଆସେଟ୍‌ସ ଆଣ୍ଡ ନେଟ୍‌ୱର୍କ) ଯୋଜନାର ଅଂଶ। ଘରୋଇ ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ଶିଳ୍ପ ନୀତି ସଂକଳ୍ପ (ଆଇପିଆର) ୨୦୨୨ ଅନୁସାରେ ଏକ ସ୍ବତନ୍ତ୍ର ପ୍ୟାକେଜ୍‌ ଅଫର କରାଯାଇଛି। ଏହି ପ୍ରକଳ୍ପରେ ଭାରତର ସବୁଠାରୁ ପୁରୁଣା ଓ ବଡ଼ ତୃତୀୟପକ୍ଷ ଏମ୍‌ଆରଓ ପ୍ରଦାନକାରୀ ମେସର୍ସ ଏୟାର ୱାର୍କସ ଇଣ୍ଡିଆ(ଇଞ୍ଜିନିୟରିଂ) ପ୍ରାଇଭେଟ ଲିମିଟେଡ୍‌କୁ ମୁଖ୍ୟ ନିବେଶକ ଭାବେ ଚୟନ କରାଯାଇଛି। ବିଶ୍ୱ ଏମ୍‌ଆରଓ ଶିଳ୍ପ ୨୦୩୧ ସୁଦ୍ଧା ୮.୯ ପ୍ରତିଶତ ଚକ୍ରବୃଦ୍ଧି ବାର୍ଷିକ ଅଭିବୃଦ୍ଧି ହାରରେ ୪.୦ ବିଲିୟନରେ ପହଞ୍ଚିବ ବୋଲି ଆକଳନ କରାଯାଇଛି। ବାଣିଜ୍ୟ ଓ ପରିବହନ ବିଭାଗ ଏହାର ତଦାରଖ କରିବ, ଯେତେବେଳେ ବିମାନ ଚଳାଚଳ ଉପରେ ଉଚ୍ଚସ୍ତରୀୟ କମିଟି ପ୍ରକଳ୍ପ ପ୍ରଚଳନ ଓ ତଦାରଖକୁ ସହଜ କରିବ ବୋଲି ମୁଖ୍ୟ ସଚିବ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଟି-୨୦: ଅଭିଷେକ ଓ ରିଙ୍କୁଙ୍କ ଧୂଆଁଧାର ବ୍ୟାଟିଂ, ନ୍ୟୁଜିଲାଣ୍ଡକୁ ୪୮ ରନ୍‌ରେ ହରାଇଲା ଭାରତ

ନାଗପୁର,୨୧।୧: ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଅନୁଷ୍ଠିତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତ, ନ୍ୟୁଜିଲାଣ୍ଡକୁ ୪୮ ରନ୍‌ରେ ପରାସ୍ତ କରିଛି।...

ଗ୍ରୀନଲ୍ୟାଣ୍ଡକୁ ନେଇ ଡାଭୋସରେ ଟ୍ରମ୍ପଙ୍କ ଚରମବାଣୀ: ୟୁରୋପରେ ଉତ୍ତେଜନା

ନୂଆଦିଲ୍ଲୀ।୧: ସ୍ୱିଜରଲ୍ୟାଣ୍ଡର ଡାଭୋସରେ ଆୟୋଜିତ ବିଶ୍ୱ ଅର୍ଥନୈତିକ ଫୋରମ (WEF) ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରୀନଲ୍ୟାଣ୍ଡକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି।...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡିର ରଣନୀତି: ବିଧାୟକଙ୍କ ସହ ନବୀନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୧।୧: ଓଡ଼ିଶାର ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପ୍ରସ୍ତୁତି ଜୋରଦାର କରିଛି। ବୁଧବାର ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ...

1st T20I: ଅଭିଷେକ ଓ ରିଙ୍କୁଙ୍କ ବିସ୍ଫୋରକ ବ୍ୟାଟିଂ; ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ବିଶାଳ ସ୍କୋର

ନାଗପୁର,୨୧।୧: ନାଗପୁରରେ ଅନୁଷ୍ଠିତ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ ବ୍ୟାଟରମାନେ ରନ୍‌ର ବର୍ଷା କରିଛନ୍ତି। ଅଭିଷେକ ଶର୍ମା ଏବଂ ରିଙ୍କୁ ସିଂଙ୍କ ଧୂଆଁଧାର ପାଳି ବଳରେ...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri